ଶକ୍ତି କ୍ଷେତ୍ରକୁ ଅଧିକ ପାରଦର୍ଶୀ କରିବା ପାଇଁ ପରାମର୍ଶ ଲୋଡ଼ିଲେ ଶକ୍ତିମନ୍ତ୍ରୀ

Advertisment
କଳାହାଣ୍ଡି ଜିଲ୍ଲା ବିଜେଡିରେ ତେଜୁଛି ଗୋଷ୍ଠୀ କନ୍ଦଳ: ବରିଷ୍ଠ ନେତା କୋଣଠେସା

knnindia.co.in

ଭୁବନେଶ୍ବର : ରାଜ୍ୟର ଶକ୍ତି କ୍ଷେତ୍ରରୁ ଅଧିକ ପାରଦର୍ଶୀ କରାଯିବ। ଏଥିପାଇଁ ଆଜି ଏକ ଓ୍ବବିନାର୍‌ ମାଧ୍ୟମରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଲୋଚନା କରି ବିଭିନ୍ନ ମହଲରୁ ପରାମର୍ଶ ଲୋଡ଼ିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି, କରମାରୀ କାଳରେ ଶକ୍ତି କ୍ଷେତ୍ର ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। କୋଭିଡ କଟକଣା ଯୋଗୁ ଶକ୍ତି ଉପଯୋଗ କମିଯାଇଛି। ଲୋକଙ୍କ କ୍ରୟ କ୍ଷମତା ହ୍ରାସ ପାଇଥିବାରୁ ଏହାର ପ୍ରଭାବ ବିଦ୍ୟୁତ ଉପଯୋଗ ଉପରେ ପଡ଼ୁଛି। ଅକ୍ଷୟ ଶକ୍ତି ଉତ୍ପାଦନକୁ ପ୍ରୋତ୍ସାହିତ କରାଯାଉଛି। ଆହୁରି ସ୍ବଚ୍ଛ ଓ ସବୁଜ ବିଦ୍ୟୁତ ଉତ୍ପାଦନ ପାଇଁ ସୁଚିନ୍ତିତ ପରାମର୍ଶ ଦେବାକୁ ଶ୍ରୀ ମିଶ୍ର ଆଲୋଚନାରେ ଭାଗ ନେଇଥିବା ବୁଦ୍ଧିଜୀବୀମାନଙ୍କୁ ଆହ୍ବାନ କରିଥିଲେ।

ଏହି ଓ୍ବେବିନାରରେ ଅନ୍ୟମାନଙ୍େ ଆସୋଚାମ ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ତଥା ଭିସା ଷ୍ଟିଲ୍‌ ଉପସଭାପତି ଓ ପରିଚାଳନା ନିର୍ଦ୍ଦେଶକ ବିଶାଳ ଅଗ୍ରଓ୍ବାଲ, ଉପାଧ୍ୟକ୍ଷ ସବ୍ୟସାଚୀ ସରକାର, ଉପାଧ୍ୟକ୍ଷ ପାର୍ଥ ଚାଟାର୍ଜି, ପାଓ୍ବାର ଏକ୍‌ଚେଞ୍ଜ ଇଣ୍ଡିଆର ସିଇଓ ପ୍ରଭାଜିତ କୁମାର ସରକାର ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe