ଭିଜିଲାନ୍ସ ଜାଲରେ ଯନ୍ତ୍ରୀ-କିରାଣି

Advertisment
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ-କିରାଣି

ଆସିକା: ଜଣେ ଗାଡ଼ି ମାଲିକଙ୍କ ବକେୟା ବିଲ୍‌ ପାସ୍‌ କରିବା ପାଇଁ ଲାଞ୍ଚ ନେଉଥିଲେ। ଏତିକିବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଳସମ୍ପଦ ବିଭାଗ ଆସିକା ସିଏଡି ଭିଜିଜନ୍‌-୮ (ସେଚାଞ୍ଚଳ ଉନ୍ନୟନ ଖଣ୍ଡ) ନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ଓ କନିଷ୍ଠ କିରାଣି କୈଳାସ ଚନ୍ଦ୍ର ବେହେରା। ସେମାନଙ୍କ ନିକଟରୁ ଲାଞ୍ଚ ବାବଦ ୨୦ହଜାର ଟଙ୍କା ଜବତ ‌କରାଯାଇଛି। ଲାଞ୍ଚ ନେବା ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଉଭୟଙ୍କୁ କାବୁ କରିଛି। ଏହା ପରବର୍ତ୍ତୀ ସମୟରେ ଉଭୟଙ୍କ ଅଫିସ ଓ ବାସଭବନ ସମେତ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସର ୫ଟି ଟିମ୍‌ ଚଢ଼ାଉ ଚଳାଇଛନ୍ତି।

ଜଳସେଚନ ବିଭାଗ କାର୍ଯ୍ୟାଳୟରେ ଜଣେ ବ୍ୟକ୍ତିଙ୍କ ଗାଡ଼ି ଭଡ଼ାରେ ଲାଗିଥିଲା। ଗାଡ଼ିଭଡ଼ା ବାବଦ ବିଲ୍‌ ପାସ୍‌ କରିବା ପାଇଁ ମାଲିକ ଜଣଙ୍କ ଅନୁରୋଧ କରି ଆସୁଥିଲେ। ହେଲେ ତାଙ୍କୁ ୨୦ହଜାର ଟଙ୍କା ଲାଞ୍ଚ ମଗାଯାଇଥିଲା। ଆଜି ଗାଡ଼ି ମାଲିକ ଲାଞ୍ଚ ଟଙ୍କା ନେଇ ଆସିକା ସ୍ଥିତ କାର୍ଯ୍ୟାଳୟକୁ ଯାଇଥିଲେ। ନିର୍ବାହୀ ଯନ୍ତ୍ରୀ ଦଳାଇ ପୂର୍ବରୁ କହିବା ଅନୁସାରେ ଗାଡ଼ି ମାଲିକ କିରାଣି କୈଳାସଙ୍କୁ ଲାଞ୍ଚ ଟଙ୍କା ଦେଇଥିଲେ। ତତ୍‌କ୍ଷଣାତ ଭିଜିଲାନ୍ସ ଟିମ୍‌ ଚଢ଼ଉ କରି କିରାଣିଙ୍କ ଠାରୁ ଲାଞ୍ଚ ବାବଦ ୨୦ହଜାର ଟଙ୍କା ଜବତ କରିଥିଲା। ଏହାପରେ ଭିଜିଲାନ୍ସ ବିଭାଗ ଉଭୟଙ୍କୁ ଅଟକ ରଖି ନିର୍ବାହୀ ଯନ୍ତ୍ରୀ ଦଳାଇଙ୍କ ଘର ସମେତ ୩ଟି ସ୍ଥାନରେ ଚଢ଼ଉ ଚଳାଇଛି। ସେହିପରି କିରାଣି କୈଳାସଙ୍କ ଘର ସମେତ ଦୁଇଟି ସ୍ଥାନରେ ଚଢ଼ଉ ଜାରି ରଖିଛି। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କେସ୍ ନମ୍ବର ୩/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe