ଆରଡବ୍ଲୁଏସ୍ଏସ୍‌ର ସହକାରୀ ନିର୍ବାହୀଯନ୍ତ୍ରୀ ରବିନାରାୟଣ ପଣ୍ଡା ଗିରଫ

ଆରଡବ୍ଲୁଏସ୍ଏସ୍‌ର ସହକାରୀ ନିର୍ବାହୀଯନ୍ତ୍ରୀ ରବିନାରାୟଣ ପଣ୍ଡା ଗିରଫ

ଭୁବନେଶ୍ବର/ଉଦଳା: ଭିଜିଲାନ୍ସ ଫାଶରେ ପଡ଼ିଥିବା ମୟୂରଭଞ୍ଜ ଜିଲ୍ଲା ଉଦଳା ଆରଡବ୍ଲୁଏସ୍ଏସ୍‌ର ସହକାରୀ ନିର୍ବାହୀଯନ୍ତ୍ରୀ ରବିନାରାୟଣ ପଣ୍ଡା ଗିରଫ ହୋଇଛନ୍ତି। ଗିରଫ ନେଇ ଭିଜିଲାନ୍ସ  ଏସ୍‌ପି ଏମ.ରାଧାକ୍ରିଷ୍ଣନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଦୁର୍ନୀତିଖୋର ବାବୁଙ୍କର ୬ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ ହୋଇଛି। ଦୁଇଟି କୋଠା ସାଙ୍ଗକୁ ୧୨ ଟି ପ୍ଲଟ ଠାବ ହୋଇଛି। ଏଥିରେ ଭୁବନେଶ୍ୱରରେ ୫ଟି କଟକରେ ୨ ଟି ଓ କେନ୍ଦ୍ରାପଡା ରେ ୫ଟି ପ୍ଲଟ ସାମିଲ ହୋଇଛି।

ସେହିପରି ଏକ କୋଟି କୋଡିଏ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ଫିକ୍ସ ଡିପୋଜିଟ ଠାବ ହୋଇଥିବା ଶ୍ରୀ ରାଧାକ୍ରିଷ୍ଣନ ସୂଚନା ଦେଇଛନ୍ତି। ଚଢ଼ାଉ ବେଳେ ମିଳିଛି ଆନୁମାନିକ ୨ କେଜି ୩ ଶହ ଗ୍ରାମ ସୁନା। ପୁଅର ଶ୍ବଶୁର ଘର ଗଦି ତଳୁ ମିଳିଥିଲା ନଗଦ ୨୫ ଲକ୍ଷ ଟଙ୍କା। ଆଇଗିଣୀଆ ଘରେ ମିଳିଥିଲା ଫରେନ୍ ବ୍ରାଣ୍ଡ ଘଣ୍ଟା। ପୁଅ ସୌମିତ ପଣ୍ଡାଙ୍କ ଆକାଉଣ୍ଟକୁ ହୋଇଛି କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ନେଣଦେଣ। ଘର ସଜାଇବା ପାଇଁ ଥିଲା ରୂପା ଗ୍ଲାସ। ୪୫ ଲକ୍ଷ ଟଙ୍କାର ୪ଟି ୪ ଚକିଆ ଗାଡ଼ି। ଘର ସଜାଇବା ପାଇଁ ଉପକରଣର ମୂଲ୍ୟ ୨୪ ଲକ୍ଷ ଟଙ୍କାର ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଦୁଇଦିନ ଧରି ଭୁବନେଶ୍ୱର ସମେତ କେନ୍ଦ୍ରାପଡା ଓ ଉଦଳାରେ ଭିଜିଲାନ୍ସ ବିଭାଗ ତରଫରୁ ଚଢ଼ଉ କରାଯାଇଥିଲା। ଚଢ଼ଉ ପାଇଁ ଏକକାଳୀନ ୮ ଟି ଟିମ୍‌ ନିୟୋଜିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe