123rf.com
ଧର୍ମଶାଳା/ଚଢ଼େଇଧରା: ଜେନାପୁର ଥାନା ୫୩ ନମ୍ବର ଜାତୀୟ ରାଜପଥର ଚଢ଼େଇଧରା ତଳଛକ ନିକଟରେ ଆଜି ଅପରାହ୍ଣରେ ହାଇୱା ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତବ୍ୟକ୍ତି ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ସନ୍ତପଡ଼ା ଗ୍ରାମର କେଶବ ଚନ୍ଦ୍ର ସ୍ବାଇଁ (୪୩)। ହରିଦାସପୁରସ୍ଥିତ ରାମ୍କୋ ସିମେଣ୍ଟ କାରଖାନାରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ କେଶବ କାମ ସାରି ନିଜ ସ୍ପ୍ଲେଣ୍ତର ବାଇକ୍ (ଓଆର୍୦୬ଜେ–୭୮୯୬)ରେ ଘରକୁ ଫେରୁଥିଲେ।
ଚଢ଼େଇଧରା ଛକରେ ନିର୍ମାଣାଧୀନ ଓଭରବ୍ରିଜ୍ ନିକଟରେ ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ହୋଇ ସେ ରାସ୍ତାରେ ପଡ଼ିଥିଲେ। ଖବର ପାଇ ଧର୍ମଶାଳା ଦମକଳ ବାହିନୀ ତାଙ୍କୁ ନେଇ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହାଇୱାଟି ଫେରାର୍ ହୋଇଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।
Follow Us