ଦୁର୍ଘଟଣାରେ ଯୁବଇଂଜିନିୟରଙ୍କ ମୃତ୍ୟୁ

Advertisment
ବନ୍ଦ ଘରୁ ଯୁବତୀଙ୍କ ମୃତଦେହ ଜବତ

bbc

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ତଣ୍ଡ ଗ୍ରାମର ଯୁବ ଇଞ୍ଜିନିୟର ଦିଗ୍‌ବିଜୟ ମହାନ୍ତ (୩୧)ର ଗତକାଲି ରାତିରେ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଛି। ସେ ସୁନ୍ଦରଗଡ଼ ଜିଲ୍ଲା ବଣାଇର ଏକ ଇସ୍ପାତ କାରଖାନାରେ କାର୍ଯ୍ୟ କରୁଥିଲେ। ଗତକାଲି ଏକ ବାଇକ୍‌ରେ ଗାଁକୁ ଆସୁଥିଲେ। ତୁରୁମୁଙ୍ଗା ଥାନା ଶ୍ୟାମସୁନ୍ଦରପୁର ନିକଟରେ କୌଣସି ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେବାରୁ ସେ ତଳେ ପଡ଼ି ଗୁରୁତର ହୋଇଥିଲେ। ତାଙ୍କୁ ପାଟଣା ଡାକ୍ତରଖାନା ଅଣାଯାଇଥିଲା। ସେଠା‌ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦିଗ୍‌ବିଜୟଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe