ଧରାକୋଟ : କୋଭିଡ୍‌ ହସ୍ପିଟାଲ୍‌ରେ ଆଖି ବୁଜିଲେ କନିଷ୍ଠ ଯନ୍ତ୍ରୀ

ବ୍ଲକ୍ କାର୍ଯ୍ୟାଳୟର ୨୧ଜଣ କର୍ମଚାରୀ ଆଜି ସୁଦ୍ଧା ଆକ୍ରାନ୍ତ

ଲକ୍ଷଣ ଲୁଚାଇ ବିପଦରେ ଗଞ୍ଜାମବାସୀ : ଅକାଳରେ ଯାଉଛି ଜୀବନ, ଜ୍ୱର, ଥଣ୍ଡା ଓ କାଶ ମୃତ୍ୟୁର ହିସାବ ନାହିଁ

prameyanews.com

ଧରାକୋଟ : ଧରାକୋଟ ବ୍ଲକ୍‌ରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ବିଶେଷକରି ଆଗଧାଡ଼ିର କରୋନା ଯୋଦ୍ଧା ଓ ପ୍ରାଶାସନିକ ଅଧିକାରୀ ମାନେ ଆକ୍ରାନ୍ତ ହେଉଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଏଭଳି ପରିସ୍ଥିତିରେ ବ୍ଲକ୍ କନିଷ୍ଠଯନ୍ତ୍ରୀ ପି.ସୁରେଶ କୁମାରଙ୍କ ଶୀତଳାପଲ୍ଲୀ କୋଭିଡ୍‌ ହସ୍ପିଟାଲ୍‌ରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କର ସ୍ବାବ୍ ନମୁନା ପରୀକ୍ଷା ପାଇଁ ଯାଇଥିଲେ ହେଁ ରିପୋର୍ଟ ଏଯାଏ ଆସିନାହିଁ। ତେବେ ତାଙ୍କୁ ସରକାରୀ ଗାଇଡ୍‌ଲାଇନ୍ ଅନୁସାରେ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ କହିଛନ୍ତି।

ଅନ୍ୟପକ୍ଷରେ ଥାନା, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ବ୍ଲକ୍ କାର୍ଯ୍ୟାଳୟ ପରିସରରୁ ଏକାଧିକ ପଜିଟିଭ୍ ଚିହ୍ନଟ ହେବାରେ ଲାଗିଛି। ବ୍ଲକ୍ କାର୍ଯ୍ୟାଳୟରୁ ଆଜି ସୁଦ୍ଧା ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ କାର୍ଯ୍ୟାଳୟ ପରିସରକୁ ସିଲ୍ କରାଯାଇଛି। ସେହିପରି ଥାନାର ଜଣେ ଏଏସ୍ଆଇଙ୍କ ସମେତ ୨ ଜଣ କନେଷ୍ଟବଳ ଆକ୍ରାନ୍ତ ହେବା ପରେ ସାଧାରଣ ଲୋକେ ଥାନାକୁ ଯିବାକୁ ଡରୁଛନ୍ତି। ଅନ୍ୟପକ୍ଷରେ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ୩ ପଜିଟିଭ୍ ଚିହ୍ନଟ ହେବା ଚିନ୍ତା ବଢ଼ାଇଛି। ସଂକ୍ରମଣ ରୋକିବା ପାଇଁ ମୁଣ୍ଡମରାଇ, ଧରାକୋଟ ଓ ଜଗମୋହନ ପଞ୍ଚାୟତକୁ ସଟଡାଉନ୍ ଘୋଷଣା କରାଯାଇଥିବା ବେଳେ ଜାହାଡ଼ା ଗ୍ରାମକୁ କଣ୍ଟେନମେଣ୍ଟ୍ ଜୋନ୍ ଓ ପୁଟୁ, କଣଭାଗ ଓ ମଶାଣିଭାଗ ଗ୍ରାମକୁ ବଫର୍ ଜୋନ୍ ଘୋଷଣା କରାଯାଇଥିବା ତହସିଲଦାର କବିରାଜ ପ୍ରଧାନ କହିଛନ୍ତି। ଅନ୍ୟପକ୍ଷରେ ଧରାକୋଟ ବ୍ଲକରୁ ଗୋଟିଏ ସପ୍ତାହ ମଧ୍ୟରେ ବିଭିନ୍ନ କାରଣରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe