ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଦୁଇକୋଟିରୁ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି ଠାବ

Advertisment
କେନ୍ଦୁଝର : ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

Odisha Sun Times

ଆନନ୍ଦପୁର : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସୁବଳ କୁମାର ପଣ୍ତା। ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ୮ଟି ସ୍ଥାନରେ ଚଢ଼ଉ କରି ୨ କୋଟି ୪ ଲକ୍ଷ ୮୩ ହଜାର ୧୭୬ ଟଙ୍କା ଠାବ କରିଛି।

ଭିଜିଲାନ୍ସ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ପଣ୍ଡାଙ୍କ ଆନନ୍ଦପୁରସ୍ଥିତ ସରକାରୀ ବାସଭବନ, ସରକାରୀ କାର୍ଯ୍ୟାଳୟ, ରାଉରକେଲାରେ ଥିବା ତିନି ମହଲା କୋଠା, ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଥିବା ଫ୍ଲାଟ, ପାତ୍ରପଡ଼ା ଉଦୟଗିରିରେ ଥିବା ୩ ବିଏଚ୍‌କେ ଫ୍ଲାଟ, ମହାଙ୍ଗା ଶାବଳକଣାରେ ଥିବା ପୈତୃକ ଘର, ରାଉରକେଲାରେ ଓ ସାକ୍ଷୀଗୋପାଳରେ ଥିବା ସମ୍ପର୍କୀୟଙ୍କ ଘର ଓ ଭୁବନେଶ୍ବର ଶୈଳଶ୍ରୀ ବିହାରରେ ଥିବା ଏମ୍‌ଏସ୍‌ ଟ୍ରିପଲସ ସଲ୍ୟୁସନରେ ଏକକାଳୀନ ଚଢ଼ଉ କରାଯାଇଥିଲା। ଆଜି ସକାଳେ କଟକରୁ ଭିଜିଲାନ୍ସର ଦୁଇଟି ଟିମ୍‌ ଆ‌ସି ଆନନ୍ଦପୁରରେ ଚଢ଼ଉ କରିଥିଲେ। ଆନନ୍ଦପୁରରେ ଦିନତମାମ ଚଢ଼ଉ କରାଯିବାପରେ ଅପରାହ୍‌ଣ ୫ଟା ବେଳେ ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ପଣ୍ତାଙ୍କୁ ସାଙ୍ଗରେ ନେଇ ଯାଇଥିବା ଜଣାପଡ଼ିଛି। ଚଢ଼ଉ ବେଳେ ଶ୍ରୀ ପଣ୍ଡାଙ୍କ ଏକ ୪୭ ଲକ୍ଷ ଟଙ୍କାର ତିନି ମହଲା କୋଠା, ଦୁଇଟି ଫ୍ଲାଟ ଯାହାର ମୂଲ୍ୟ ୮୮ ଲକ୍ଷ ୧୦ ହଜାର ଟଙ୍କା, ୫ ଲକ୍ଷ ୫୦ ହଜାର ଟଙ୍କାର ଗୋଟିଏ ଏକ ମହଲା କୋଠା, ଦୁଇଟି ଚାରିଚକିଆ ଗାଡ଼ି, ଦୁଇଟି ଦୁଇଚକିଆ ଗାଡ଼ି, ୬ ଲକ୍ଷ ୫୬ ହଜାର ଟଙ୍କାର ସୁନା ଓ ରୁପା ଅଳଙ୍କାର, ୩୨ ଲକ୍ଷ ୫୯ ହଜାର ୪୬୩ ଟଙ୍କାର ଜମାରାଶି ଓ ବୀମା ପଲିସି ଥିବା ଜଣାପଡ଼ିଛି। ସେହିପରି ଚଢ଼ଉ ବେଳେ ଶ୍ରୀ ପଣ୍ଡାଙ୍କ ଘରୁ ୬୬ ହଜାର ନଗଦ ଟଙ୍କା ଓ ୧୨ ଲକ୍ଷ ୭୨ ହଜାର ୫୯୦ ଟଙ୍କାର ଆସବାବପତ୍ର ଠାବ ହୋଇଛି। ସେହିପରି ରାଉରକେଲାସ୍ଥିତ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଥିବା ଏକ ଲକ୍‌ର ଏପର୍ଯ୍ୟନ୍ତ ଖୋଲାଯାଇନି। ଏହି ଲକ୍‌ର ଖୋଲାଯିବା ଶ୍ରୀ ପଣ୍ଡାଙ୍କର ଅଧିକ ଗୁପ୍ତ ଧନର ସନ୍ଧାନ ମିଳିବ ବୋଲି ଭିଜିଲାନ୍ସ ବିଭାଗ ଆଶା ବାନ୍ଧିଛି। ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe