ଇଂଜିନିୟର ଏବଂ ସହଯୋଗୀଙ୍କୁ ଛାଡ଼ି ଦେବା ପାଇଁ ନକ୍ସଲଙ୍କୁ ଅନୁରୋଧ କଲେ ପରିବାର

ଇଂଜିନିୟର ଏବଂ ସହଯୋଗୀଙ୍କୁ ଛାଡ଼ି ଦେବା ପାଇଁ ନକ୍ସଲଙ୍କୁ ଅନୁରୋଧ କଲେ ପରିବାର

ମାଲକାନଗିରି: ସୀମାନ୍ତ ଛତିଶଗଡର ବେଣ୍ଡ୍ରେ ଥାନା ଅଂଚଳରେ ଗତକାଲି ନକ୍ସଲ ଜଣେ ଇଂଜିନିୟର ଏବଂ ତାଂକ ସହଯୋଗୀଙ୍କୁ ଅପହରଣ କରି ନେଇଯାଇଥିଲେ। ତେବେ ଆଜି ଦୁଇ ଦିନ ବିତିଯାଇଥିଲେ ମଧ୍ୟ ନକ୍ସଲ ଇଂଜିନିୟରଙ୍କୁ ଛାଡି ନାହାନ୍ତି। ଇଂଜିନିୟର ଅଶୋକ ପାୱାରଙ୍କ ପରିବାର ଲୋକେ ଏବଂ ପ୍ରଶାସନ ତରଫରୁ ନକ୍ସଲଙ୍କୁ ତୁରନ୍ତ ମୁକୁଳାଇ ଦେବା ପାଇଁ ଅନୁରୋଧ କରାଯାଇଛି। ନକ୍ସଲ ଏବେ ଭୁମକାଲ ଦିବସ ପାଳନ କରୁଥିବା ବେଳେ ଇନ୍ଦ୍ରାବତୀ ନଦୀରେ ହେଉଥିବା ବ୍ରିଜକୁ ବିରୋଧ କରି ଆସୁଥିଲେ।

ତେବେ ସୁରକ୍ଷାକର୍ମୀଙ୍କ ସୁରକ୍ଷାରେ ଏହି ବ୍ରିଜକୁ ନିର୍ମାଣ କରାଯାଉଥିଲା। ସୁରକ୍ଷା କଡାକଡି ଥିବା ଭାବି ଇଂଜିନିୟର ଅଶୋକ ପାୱାରଏବଂ ତାଙ୍କ ସହଯୋଗୀ କାମକୁ ତଦାରଖ କରିବା ପାଇଁ ଯାଇଥିଲେ। ତେବେ ସେଠାରେ ନକ୍ସଲ ପୂର୍ବରୁ ଛକି ରହିଥିଲେ। ଇଂଜିନିୟର ଆସିବା ମାତ୍ରେ ତାଂକୁ ଅପହରଣ କରିନେଇଥିଲେ। ଯବାନ ଏ ସଂପର୍କରେ ଜାଣିବା ପରେ ନକ୍ସଲ ଉପରେ ଗୁଳି ଚଳାଇଥିଲେ। ନକ୍ସଲ ଜଂଗଲରେ ଇଂଜିନିୟରଙ୍କୁ ନେବାରେ ସଫଳ ହୋଇଥିଲେ। ଏବେ ବି ଏହି ଜଂଗଲରେ ପୁଲିସ ଏବଂ ଯବାନ ସର୍ଚ୍ଚ ଅପରେସନକୁ ଜୋରଦାର କରୁଛନ୍ତି। ନକ୍ସଲ ଏବେ ହିଂସାତ୍ମକ ହୋଇପଡିଥିବାରୁ କୌଣସି ଅଘଟଣ ଯେଭଳି ନଘଟାନ୍ତି ସେଥିପ୍ରତି ସତର୍କ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe