Deccan Herald
ବଣାଇଁଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡର କେ. ବଲାଙ୍ଗ ଥାନା ଅନ୍ତର୍ଗତ ବିମଳାଗଡ଼ ଠାରେ କ୍ୟାମ୍ପ କରି ଜାତୀୟ ରାଜପଥ ୨୧୫ କାର୍ଯ୍ୟ ଚାଲୁ ରଖିଥିବା ଆର କେ ଡି ଠିକା ସଂସ୍ଥାର ନିର୍ମାଣ ଯନ୍ତ୍ରୀ ପଶ୍ଚିମବଙ୍ଗର ସୋହେଲ ରାଣା (୨୪) ଗତକାଲି ଠାରୁ ନିଖୋଜ ଥିବା ଜଣାପଡିଛି। ଗତକାଲି ଦିନ ପ୍ରାୟ ଅଢ଼େଇଟା ରୁ କ୍ୟାମ୍ପକୁ ଫେରିନଥିବାରୁ ଅନ୍ୟ କର୍ମଚାରୀମାନେ ଖୋଜାଖୋଜି କରିଥିଲେ ହେଁ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳି ନାହିଁ। ଏସଂପର୍କରେ ଆଜି ଥାନାରେ ଏକ ଏତଲା ହେବା ପରେ ପୁଲିସ ଘଟଣାର ତନାଘନା ଚଳାଇଛି। ସୋହେଲ ଯିବା ସମୟରେ ଧଳା ରଙ୍ଗର ଫୁଲ ସାର୍ଟ ଓ ନୀଳ ରଙ୍ଗର ଜିନ୍ସ ପ୍ୟାଣ୍ଟ ପିନ୍ଧିଥିଲେ। ସେ ତାଙ୍କର ମୋବାଇଲ ସାଙ୍ଗରେ ନେଇନଥିବା ଜଣାପଡ଼ିଛି।
Follow Us