ହଷ୍ଟେଲ୍‌ ରୁମ୍‌ରେ ଇଂଜିନିୟରିଂ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

Advertisment
ହଷ୍ଟେଲ୍‌ ରୁମ୍‌ରେ ଇଂଜିନିୟରିଂ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ରହ୍ମପୁର : ବ୍ରହ୍ମପୁର ଉମାଚରଣ ପଟ୍ଟନାୟକ ସରକାରୀ ଯାନ୍ତ୍ରିକ ବିଦ୍ୟାଳୟର ଜଣେ ପ୍ରଥମ ବର୍ଷ ଛାତ୍ରଙ୍କ ଆଜି ଅପରାହ୍ନରେ ହଷ୍ଟେଲ୍‌ ରୁମ୍‌ରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ରସାୟନ ବିଭାଗ ପ୍ରଥମ ବର୍ଷ ଛାତ୍ର ଅଭିଷେକ ନାୟକଙ୍କ ଶବ ଫ୍ୟାନ୍‌ରେ ଗାମୁଛା ବନ୍ଧା ଅବସ୍ଥାରେ ଝୁଲୁଥିବା ଦେଖିବାକୁ ମିଳିଛି। ଅଭିଷେକଙ୍କ ଘର ଢେଙ୍କାନାଳ ଜିଲ୍ଲା ଇନ୍ଦୁପୁର ଅଂଚଳରେ ବୋଲି ଜଣାପଡ଼ିଛି। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଛାତ୍ରାବାସର ୩ନଂ ରୁମ୍‌ରେ ତାଙ୍କ ଝୁଲନ୍ତା ଶବ ସହପାଠୀ ମାନେ ଦେଖିବାକୁ ପାଇଥିଲେ। ଏକଥା ସେମାନେ ଅଧ୍ୟକ୍ଷ ଏସ୍‌.ଏନ୍‌.ଧରଙ୍କୁ ଜଣାଇଥିଲେ। ଅଧ୍ୟକ୍ଷ ଛାତ୍ରାବାସରେ ପହଁଚି ଅନୁଧ୍ୟାନ କରିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ କୋଠରୀକୁ ବନ୍ଦ ରଖିଥିବା ବେଳେ ମୃତ ଛାତ୍ରଙ୍କ ପରିବାର ଲୋକଙ୍କୁ ଡକାଇଛି। ସେମାନେ ଆସିବା ପରେ ଶବ ପଂଚନାମା କରାଯିବ। ଅଭିଷେକଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିନାହିଁ।

ଅଧ୍ୟକ୍ଷଙ୍କ କହିବା ଅନୁଯାୟୀ ଅଭିଷେକ ଜଣେ ମେଧାବୀ ଓ ମେଳାପି ଛାତ୍ର ଥିଲେ। ସେ ଛାତ୍ରାବାସର ୨୩ନଂ କୋଠରୀରେ ରହୁଥିଲେ। ସହପାଠୀଙ୍କ ସହ ପାଠ ପଢ଼ିବା ପାଇଁ ବେଳେବେଳେ ୩ନଂ କୋଠରୀକୁ ଯାଉଥିଲେ। କିନ୍ତୁ କିଛି ଦିନ ହେବ ସେ ପୂଜାପାଠ କରୁଥିବା ବେଳେ କାନ୍ଦୁଥିଲେ ବୋଲି ସହପାଠୀମାନେ କହିଛନ୍ତି। ଆଜି ସକାଳେ ସେ କ୍ଲାସ୍‌କୁ ନଯାଇ ଛାତ୍ରାବାସରେ ରହି ପଢ଼ିବା ପାଇଁ ୩ନଂ କୋଠରୀରେ ରହୁଥିବା ସହପାଠୀଙ୍କଠାରୁ ଚାବି ମାଗି ରଖିଥିଲେ। ସହପାଠୀମାନେ ଅପରାହ୍ନ ପ୍ରାୟ ୨ଟା ବେଳେ ଛାତ୍ରାବାସକୁ ଫେରିଥିଲେ। କିନ୍ତୁ ବେକରେ ଗାମୁଛା ବନ୍ଧା ହୋଇ ଫ୍ୟାନ୍‌ରେ ଅଭିଷେକ ଝୁଲୁଥିବା ଦେଖି ଅବାକ୍‌ ହୋଇ ପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe