ଖଣ୍ଡଗିରି : ରାଜଧାନୀ ଉପକଣ୍ଠ ଗାନ୍ଧୀ ଇଂଜିନିୟରିଂ କଲେଜର ୪ର୍ଥ ବାର୍ଷିକ ଛାତ୍ର(ଇଇଇ) ବିଶାଲ ଆନନ୍ଦ(୨୨)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଯାଁଳା ଫାଣ୍ଡି ପୁଲିସ ଶନିବାର ଭୁବନେଶ୍ବର ଏମ୍ସରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ତାଙ୍କ ମୃତ୍ୟୁ ପଛରେ ଥିବା ପ୍ରକୃତ ସତ୍ୟ ଜଣାପଡ଼ିବ। କିନ୍ତୁ ଅତ୍ୟଧିକ ନିଶାସେବନ(ଡ୍ରଗ୍ସ) ପାଇଁ ଏଭଳି ଅଘଟଣ ଘଟିଥିବା ଅଧିକ ଆଲୋଚନା ହେଉଛି। ସୂଚନାନୁସାରେ ଝାଡ଼ଖଣ୍ଡ ରାମଗଡ଼ ଜିଲ୍ଲା ରାଜର୍ପା ଗାଁର ଲକ୍ଷ୍ମୀକାନ୍ତ ମାହୋତଙ୍କ ପୁଅ ବିଶାଲ୍ ଏହି କଲେଜରେ ପଢ଼ୁଥିବାବେଳେ ପାତ୍ରପଡ଼ାସ୍ଥିତ ଏକ ଘରୋଇ ଛାତ୍ରାବାସରେ ରହୁଥିଲେ। ଗତ ୨୦ ତାରିଖ ରାତିରେ କଲେଜ ଛାତ୍ରାବାସରେ ରହୁଥିବା ସାଙ୍ଗମାନଙ୍କ ସହ ହୋଲି ମନେଇବା ପାଇଁ ବିଶାଲ୍ ଯାଇଥିଲେ। ପରଦିନ ସକାଳୁ ସକାଳୁ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିବାରୁ ସାଙ୍ଗମାନେ ତାଙ୍କୁ ତୁରନ୍ତ ଏମ୍ସରେ ଭର୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଇଂଜିନିୟରିଂ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ
Advertisment
Follow Us