ରାଗିଂର ଶିକାର ହୋଇ ଜୀବନ ହାରିଲେ ଇଂଜିନିୟରିଂ ଛାତ୍ରୀ!

ରାଗିଂର ଶିକାର ହୋଇ ଜୀବନ ହାରିଲେ ଇଂଜିନିୟରିଂ ଛାତ୍ରୀ!

ଯାଜପୁର: ଯାଜପୁର ରଗଡ଼ି ସ୍ଥିତ ସରକାରୀ ପଲିଟେକ୍ନିକର ମହିଳା ଛାତ୍ରାବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେ ବେକରେ ଓଢଣି ଲଗେଇ ନିଜ ରୁମରେ ଆତ୍ମହତ୍ୟା କରିଛନ୍ତି। ମୃତକ ଇଲେକ୍ଟ୍ରିକାଲ ଇଂଜିନିୟରିଂ ବିଭାଗର ୩ୟ ବର୍ଷ ଛାତ୍ରୀ ଥିଲେ। ତାଙ୍କ ନାମ ରୋଜାଲିନ ପାତ୍ର ବୋଲି ସୂଚନା ମିଳିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

publive-image

ମୃତ ଛାତ୍ରୀ ରୋଜାଲିନଙ୍କ ଘର ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଷେଣ୍ଢପୁର ଗାଁର ବୋଲି ଜଣାପଡ଼ିଛି। କାହିଁକି ରୋଜାଲିନ ଏଭଳି ଚରମ ନିଷ୍ପତ୍ତି ନେଲେ ସେ ନେଇ କୌଣସି ସୂଚନା ମିଳିପାରିନି। ଝିଅକୁ ସାଙ୍ଗସାଥୀମାନେ ସବୁବେଳେ ରାଗିଂ କରୁଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ରୋଜାଲିନ ଟପ୍ପର ହେଉଥିବା ଏବଂ କ୍ୟାମ୍ପସ ପାଇଥିବା ହେତୁ ସାଙ୍ଗସାଥୀମାନେ ସହି ପାରୁ ନଥିଲେ। ସେମାନେ ତାଙ୍କୁ ହଇରାଣକରୁଥିଲେ। ଘଟଣାସ୍ଥଳରେ କୋରେଇ ଥାନା ଅଧିକାରୀ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe