ଧନକଉଡ଼ା/ବୁର୍ଲା : ସମ୍ବଲପୁର ମହାନଗର ନିଗମ ବୁର୍ଲା ଥାନା ଚିପିଲିମା ଫାଣ୍ଡି ଅନ୍ତର୍ଗତ ପାଓ୍ଵାର୍ ଚେନାଲ୍ରୁ ରବିବାର ଭିସୁଟ୍ର କମ୍ପ୍ୟୁଟର୍ ସାଇନ୍ସ ତୃତୀୟ ବର୍ଷ ଛାତ୍ର ମାନସ ରଂଜନ ସେଠୀ (୨୨)ଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ମାନସ ଗତ ୧୯ ତାରିଖ ସନ୍ଧ୍ୟାରୁ ନିଖୋଜ ଥିବା ବେଳେ ଏ ନେଇ ବୁର୍ଲା ଥାନାରେ କେସ୍ ନଂ ୨୧ରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା। ରବିବାର ସକାଳେ କେନାଲରେ ଶବ ଭାସୁଥିବା ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ବୁର୍ଲା ଥାନା ଏସ୍ଆଇ ପୁଷ୍ପା କିଷାନ ଅଗ୍ନିଶମ ବିଭାଗ ସହାୟତାରେ ଶବ ଉଦ୍ଧାର କରି ପରିବାର ଲୋକଙ୍କ ଦ୍ୱାରା ଚିହ୍ନଟ ପରେ ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଇଥିଲେ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳି ଗାଁର ରତ୍ନାକର ସେଠୀ ଓ ମଣିମା ସେଠୀଙ୍କ ପୁତ୍ର ମାନସ ଭିସୁଟ୍ ଛାତ୍ରାବାସରେ ରହି ପାଠ ପଢ଼ୁଥିଲେ। ଶବ ଉଦ୍ଧାର ପରେ ପୁଲିସ୍ କେସ୍ ନଂ. ୧୭୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ପୁଲିସ୍ ସନ୍ଦେହ କରୁଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us