କାଠଯୋଡିରେ ବୁଡ଼ି ଇଂଜିନିୟରିଂ ଛାତ୍ର ନିଖୋଜ

Advertisment
କାଠଯୋଡିରେ ବୁଡ଼ି ଇଂଜିନିୟରିଂ ଛାତ୍ର ନିଖୋଜ

RED

ବାରଙ୍ଗ : ସାଂଗମାନଙ୍କ ସହିତ ଗାଧୋଉଥିବା ବେଳେ ବୁଡ଼ିଗଲେ ଇଂଜିନିୟରିଂ ଛାତ୍ର। ଆଜି ଅପରାହ୍ନରେ ନରାଜ ନିକଟସ୍ଥ କାଠଯୋଡି ଆନିକଟର ପଥର ବନ୍ଧ ପାଖରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସଂପୃକ୍ତ ଛାତ୍ର ନାମ ବିକି କୁମାର(୨୨) ଏବଂ ଘର ଝାରଖଣ୍ଡରେ। ସେ ଭୁବନେଶ୍ବର ଡମଣାସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜର ପଢ଼ୁଥିଲେ। ଆଜି ଅନ୍ୟ ପାଞ୍ଚ ସାଂଗାମନଙ୍କ ସହିତ ବାଇକ୍ ଯୋଗେ ଆସି କାଠଯୋଡ଼ିରେ ଗାଧୋଉଥିଲେ। କିନ୍ତୁ ଗୋଡ଼ ଖସିଯିବାରୁ ଗଭୀର ପାଣିରେ ସେ ବୁଡ଼ି ଯାଇଥିଲେ। ସାଂଗମାନେ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରି ବି ବିଫଳ ହୋଇଥିଲେ। ପରେ ଖବର ପାଇ ସଂଧ୍ୟା ପ୍ରାୟ ୬ଟା ବେଳେ ମୁଣ୍ତଳୀସ୍ଥିତ ଏନଡିଆର୍‌ଏଫ୍‌ ବୁଡାଳି ଦଳ ଆସି ଖୋଜିଖୋଜି କରିଥିଲେ। ହେଲେ ଦୀର୍ଘ ସମୟ ଖୋଜିବା ପରେ ବି ସଂପୃକ୍ତ ଛାତ୍ରଙ୍କ କୌଣସି ପତ୍ତା ମିଳିନଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe