ଲାଞ୍ଚ ଗ୍ରହଣ ମାମଲାରେ ଯନ୍ତ୍ରୀଙ୍କୁ ଜେଲ୍‌ଦଣ୍ଡ

ହାଇକୋର୍ଟ ବେଞ୍ଚ୍‌ ପ୍ରସଙ୍ଗ: କଣ୍ଟ ପୂରିଲା, ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା

The Standard

ବ୍ରହ୍ମପୁର : ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ ଲୁନା ମହାନ୍ତି ଏକ ଲାଞ୍ଚ ଗ୍ରହଣ ମାମଲାର ଶୁଣାଣି କରି ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଥିବାରୁ ଜଣେ ଅଭିଯୁକ୍ତକୁ ଦୁଇବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ୫ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଉଛନ୍ତି ତତ୍କାଳୀନ ରଙ୍ଗେଇଲୁଣ୍ଡା ବ୍ଲକର ସହକାରୀ କୃଷି ଯନ୍ତ୍ରୀ ପ୍ରବୀର ଚନ୍ଦ୍ର ଦାସ। ବର୍ତ୍ତମାନ ସେ ଖୋର୍ଦ୍ଧା କୃଷି ଜିଲ୍ଲା ବାଙ୍କିରେ ସହକାରୀ କୃଷି ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି।

ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଗ୍ରାମର କାଳୁଚରଣ ପାତ୍ର ତାଙ୍କ ମା ଇନ୍ଦୁ ପାତ୍ରଙ୍କ ନାମରେ ଏକ ଗାଈ ଫାର୍ମ କରିଥିଲେ। କୃଷି ବିଭାଗ ପକ୍ଷରୁ ଫାର୍ମ ନିମନ୍ତେ ମିଳୁଥିବା ଋଣ ପାଇଁ ସେ ଆବେଦନ କରିଥିଲେ। କାଳୁଚରଣ ରଙ୍ଗେଇଲୁଣ୍ଡା ବ୍ଲକର ସହକାରୀ କୃଷି ଯନ୍ତ୍ରୀ ପ୍ରବୀରଙ୍କୁ ସାକ୍ଷାତ କରି ଋଣ କରାଇଦେବା ପାଇଁ ଅନୁରୋଧ କରିଥିଲେ। ଏଥିପାଇଁ ଯନ୍ତ୍ରୀ ଆବେଦନକାରୀଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯୋଜନା ମୁତାବକ କାଳୁଚରଣ ଗତ ୨୦୧୦ ଡିସେମ୍ବର ୨୩ ତାରିଖରେ ବ୍ରହ୍ମପୁର ଜୟପ୍ରକାଶ ନଗର ଦ୍ବିତୀୟ ଲାଇନ୍‌ରେ ରହୁଥିବା ପ୍ରବୀରଙ୍କ ବାସଭବନ ଯାଇ ୫ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ସେହି ସମୟରେ ଭିଜିଲାନ୍ସ ଟିମ୍‌ ସେଠାରେ ଚଢ଼ାଉ କରି ଲାଞ୍ଚ ଟଙ୍କା ଜବତ ତାଙ୍କୁ ଗିରଫ କରିଥିଲା। ଏହି ମାମଲାର ଶୁଣାଣି ବେଳେ ୬ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ପ୍ରମାଣ ଥିବାରୁ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ ପିପି ସୁରେନ୍ଦ୍ର ପଣ୍ଡା, ଅତିରିକ୍ତ ସ୍ବତନ୍ତ୍ର ପିପି ପି.କେ ଦୋରା ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe