ଅକ୍ଟୋବର ୫ରେ ସୋମାକ୍‌ର ପ୍ରବେଶିକା ପରୀକ୍ଷା

Advertisment
‘ସୋମାକ୍‌’ରେ ଆଙ୍କରିଂ ପ୍ରଶିକ୍ଷଣ ଶିବିର: ଡିସେମ୍ବର ୨୧ରୁ ଆରମ୍ଭ, ଟିଭି ଓ ରେଡ଼ିଓ ଆଙ୍କରିଂ ଶିଖିବାର ସୁଯୋଗ ଆଣିଛି ‘ଆଉଟ୍‌ରିଚ୍‌’

Careers360

ଭୁବନେଶ୍ବର : ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଆଣ୍ଡ୍ କଲ୍‌ଚର୍ (ସୋମାକ୍‌)ରେ ନାମଲେଖା ଲାଗି ଆସନ୍ତା ଅକ୍ଟୋବର ୫ ତାରିଖରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ନାମଲେଖା ଆବେଦନ ନିମନ୍ତେ ଫର୍ମ ବିକ୍ରି ଚାଲିଛି। ଯେକୌଣସି ପାଠ୍ୟକ୍ରମରେ ସ୍ନାତକ କିମ୍ବା +୩ ପାସ୍‌ କରିଥିବା ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ସୋମାକ୍‌ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଏହି ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥାଏ। ମାଟ୍ରିକରୁ +୩ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ବାଦ ସ୍କଲାରସିପ୍‌ ବ୍ୟବସ୍ଥା ମଧ୍ୟ ରହିଛି। କୋର୍ସ ସଂପର୍କିତ ଅଧିକ ବିବରଣୀ ତଥା ନାମଲେଖା ସଂପର୍କରେ ଜାଣିବା ପାଇଁ ୦୬୭୪-୨୫୬୨୨୫୯, ୭୦୪୫୭୩୭୫୪୪ କିମ୍ବା ୯୦୭୮୯୬୭୧୬୩ ନମ୍ବରରେ ଯୋଗାଯୋଗ କରିପାରିବେ। www.ssomac.com ୱେବସାଇଟରୁ ମଧ୍ୟ ଫର୍ମ ଡାଉନଲୋଡ୍‌ କରିପାରିବେ।

ଓଡ଼ିଶାରେ ସାମ୍ବାଦିକତା ଓ ଗଣଯୋଗାଯୋଗ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ସର୍ବାଧିକ ନିଯୁକ୍ତି ଦେବାରେ ସୋମାକ୍‌ ହେଉଛି ସର୍ବପ୍ରଥମ ଶିକ୍ଷାନୁଷ୍ଠାନ। ସାମ୍ବାଦିକତା କ୍ଷେତ୍ରରେ କ୍ୟାରିଅର୍ କରିବାକୁ ଚାହୁଁଥିବା ଛାତ୍ରଛାତୀଙ୍କ ପାଇଁ ସୋମାକ୍ ପ୍ରଥମ ପସନ୍ଦ ରହିଆସିଛି। ଏହାର ଛାତ୍ରଛାତ୍ରୀଙ୍କ ପାଇଁ ଗଣମାଧ୍ୟମର ବିଭିନ୍ନ ବିଭାଗ ଯଥା, ସମ୍ବାଦପତ୍ର, ରେଡିଓ ଓ ଟେଲିଭିଜନ୍ ପାଠ୍ୟକ୍ରମର ସୁଯୋଗ ରହିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଧିକ ଆଗ୍ରହ ଲକ୍ଷ୍ୟ କରାଯାଉଛି। ସୋମାକ୍‌ର ଛାତ୍ରଛାତ୍ରୀମାନେ ସମ୍ବାଦ, କନକ ଟିଭି ଓ ରେଡିଓ ଚକ୍‌ଲେଟ୍‌ରେ କାର୍ଯ୍ୟ କରିବାର ସୁଯୋଗ ପାଇଥାନ୍ତି। ୨୦୦୭ ମସିହାରେ ପ୍ରତିଷ୍ଠିତ ସୋମାକ୍‌ର ଛାତ୍ର ଛାତ୍ରୀମାନେ ଏଯାବତ ସମ୍ବାଦ ସମେତ ଓଡ଼ିଶାର ପ୍ରାୟ ସମସ୍ତ ଲବ୍ଧପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ ଅଛନ୍ତି। କେତେକ ଛାତ୍ରଛାତ୍ରୀ ଓଡ଼ିଶା ବାହାରେ ଦେଶର ବିଭିନ୍ନ ସହରରେ ସାମ୍ବାଦିକତା ସହ ଗଣଯୋଗାଯୋଗର ଅନ୍ୟାନ୍ୟ ବିଭାଗ ଯଥା: ଆଡଭଟାଇଜିଂ ଓ ଲୋକସଂପର୍କ କ୍ଷେତ୍ରରେ ମଧ୍ୟ ନିଜକୁ ପ୍ରତିଷ୍ଠିତ କରାଇପାରିଛନ୍ତି।

ଓଡ଼ିଶାରେ ଦିନକୁ ଦିନ ଅଧିକ ଟେଲିଭିଜନ ଚ୍ୟାନେଲ, ସମ୍ବାଦପତ୍ର, ୱେବ ଚ୍ୟାନେଲ ଇତ୍ୟାଦିର ସଂଖ୍ୟା ବଢ଼ିଚାଲିଛି। ଏହି ସୁଯୋଗ ପିଲାମାନଙ୍କର ନିଯୁକ୍ତି ସମ୍ଭାବନା ବଢ଼ାଇବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବଢ଼ାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe