୨ ଦିନ ପାଇଁ କେବଳ ସିଂହଦ୍ବାରରେ ପ୍ରବେଶ

ନୂଆବର୍ଷ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଜାରି ହୋଇଛି। ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖ ଦିନ ଭକ୍ତମାନେ କେବଳ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ପ୍ରବେଶ କରିବେ।

jagannath temple-the financial express

ପୁରୀ: ନୂଆବର୍ଷ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଜାରି ହୋଇଛି। ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖ ଦିନ ଭକ୍ତମାନେ କେବଳ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ପ୍ରବେଶ କରିବେ। ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ କରିବେ। ଜିଲ୍ଲାପାଳ ତଥା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଉପମୁଖ୍ୟ ପ୍ରଶାସକ ଏ ନେଇ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି। ଭକ୍ତଙ୍କୁ ଏବେ ଚାରିଦ୍ବାରରେ ପ୍ରବେଶ ଅନୁମତି ରହିଥିଲେ ହେଁ ଏକକାଳୀନ ମନ୍ଦିର ଭିତରକୁ ପ୍ରବେଶ କଲେ ଭିଡ଼ ନିୟନ୍ତ୍ରଣରେ ସମସ୍ୟା ସୃଷ୍ଟି ହେବ। ଏ ଦୃଷ୍ଟିରୁ ଭକ୍ତମାନେ କେବଳ ବଡ଼ଦାଣ୍ଡରେ ହୋଇଥିବା ସ୍ବତନ୍ତ୍ର ବ୍ୟାରିକେଡ୍‌ ମଧ୍ୟରେ ସିଂହଦ୍ବାର ଦେଇ ଦର୍ଶନ ପାଇଁ ପ୍ରବେଶ କରିବେ 
ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe