ପରିବେଶ ସୁରକ୍ଷା ପାଇଁ ଏନ୍‌ଟିପିସି ତତ୍ପର: ଇଡି

Advertisment
ପରିବେଶ ସୁରକ୍ଷା ପାଇଁ ଏନ୍‌ଟିପିସି ତତ୍ପର: ଇଡି

ସୁନ୍ଦରଗଡ଼: ଏନ୍‌ଟିପିସି, ଦର୍ଲିପାଲି ପକ୍ଷରୁ ବିଭିନ୍ନ ଫଳମୂଳ ଚାରା ବଣ୍ଟନ କରାଯାଇଛି। ଏହି ଅବସରରେ ରାଏଡିହି ସ୍କୁଲ ପରିସରରେ ଏକ ସଭା ଆୟୋଜିତ ହୋଇଥିଲା। ଏଥିରେ ଏନ୍‌ଟିପିସି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ କୁମାର ଅଧ୍ୟକ୍ଷତା କରି କହିଲେ, ପରିବେଶ ସୁରକ୍ଷା ପାଇଁ ଏନ୍‌ଟିପିସି ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବହୁମାତ୍ରାରେ ବୃକ୍ଷରୋପଣ କରାଯାଉଛି। ଏଯାବତ ପାଖାପାଖି ୨୩ ହଜାର ଚାରାରୋପଣ କରାଯାଇଛି। ଆଗାମୀ ଦିନରେ ଆହୁରି ୨୫ ହଜାର ଚାରାରୋପଣ କରିବାକୁ ଯୋଜନା ରହିଛି। ଏତଦ୍‌ବ୍ୟତୀତ ୪୬ ହଜାର ଫଳ ଚାରା ଲୋକଙ୍କୁ ବଣ୍ଟନ କରାଯାଇଛି। ଆଗାମୀ ଦିନରେ ଏହାକୁ ଆହୁରି ତ୍ୱରାନ୍ଵିତ କରାଯିବ। ସୁସ୍ଥ ଓ ବାସୋପଯୋଗୀ ପରିବେଶ ସୃଷ୍ଟି ପାଇଁ ଏନ୍‌ଟିପିସି ସବୁପ୍ରକାର ଉଦ୍ୟମ ଜାରି ରଖିବ ବୋଲି କହିଥିଲେ। ଉପସ୍ଥିତ ସରପଞ୍ଚମାନେ ଏନ୍‌ଟିପିସି କାର୍ଯ୍ୟକଳାପକୁ ପ୍ରଶଂସା କରିଥିଲେ। ସଭାରେ ମହାପ୍ରବନ୍ଧକ (ଟିଏସ୍‌) ଆର.ସି. ପଟ୍ଟନାୟକ, ଉପ ମହାପ୍ରବନ୍ଧକ ଅନ୍ତର୍ଯ୍ୟାମୀ ଦାଶ, ଓ୍ଵିଲସନ ଆବ୍ରାହମ ପ୍ରମୁଖ ଉପସ୍ଥିତ ଥିଲେ। ଦର୍ଲିପାଲୀ, ରାଏଡିହି, ଜେ.ରାଏବଗା, କନକତୁରା, ଲୁଇସିଂ, ଚାନ୍ଦଲିମାଲ ଗ୍ରାମ ପଞ୍ଚାୟତର ବହୁ ଲୋକଙ୍କୁ ଚାରା ବଣ୍ଟନ କରାଯାଇଥିଲା। ତିଲେଇମାଲ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରହଲ୍ଲାଦ ନାଏକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe