ପରିବେଶ ବିଗିଡ଼ିଗଲାଣି, ବୃକ୍ଷରୋପଣ ଜରୁରି: ଅଶୋକ

Advertisment
ପରିବେଶ ବିଗିଡ଼ିଗଲାଣି, ବୃକ୍ଷରୋପଣ ଜରୁରି: ଅଶୋକ

ଭଦ୍ରକ/ବାସୁଦେବପୁର: ବର୍ଷକ ୬ଟି ଋତୁ କଥା ବହିରେ ପଢ଼ିଥିଲେ। ଏବେ ପିଲାଙ୍କୁ ପଚାରିଲେ ଗ୍ରୀଷ୍ମ, ବର୍ଷା, ଶୀତଋତୁ ବ୍ୟତୀତ ଆଉ କିଛି ଋତୁ ଅଛି ବୋଲି ବିଶ୍ବାସ ବି କରିବେନି। ୩ ଋତୁ ସମ୍ପୂର୍ଣ୍ଣ ଭାବେ ଉଭାନ ହେବାକୁ ବସିଲାଣି। ଆମ ପାଖରେ ଯେତେ ଜ୍ଞାନକୌଶଳ ଥାଉ, ପ୍ରକୃତି ଆଗରେ ସବୁ ତୁଚ୍ଛ। ତେଣୁ ପ୍ରକୃତିକୁ ସନ୍ତୁଳିତ କରି ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି।

ଗୁରୁବାର ଦିନ ନରସିଂହପୁର ପଞ୍ଚାୟତ ଜୟପୁରଠାରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ଉପନେତା ଅଶୋକ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଥିଲେ, ବର୍ଷା ଅଭାବରୁ ଏବେ ମରୁଡ଼ି ଭଳି ସ୍ଥିତି ଦେଖିବାକୁ ମିଳିଲାଣି। ଚିକିତ୍ସା ସୁବିଧା ଥାଇ ବି ଦୂଷିତ ବାୟୁ, ସାର ମିଶା ଖାଦ୍ୟ ଖାଇ ଲୋକଙ୍କ ଆୟୁ କମିବାରେ ଲାଗିଛି। ପରିବେଶ ଅସନ୍ତୁଳନ କାରଣରୁ ଏସବୁ ସ୍ଥିତି ସୃଷ୍ଟି ହୋଇଛି। ପରିବେଶ ସନ୍ତୁଳନ ରକ୍ଷା କରିବାକୁ ହେଲେ ଆମକୁ ବ୍ୟାପକ ଗଛ ଲଗାଇବାକୁ ପଡ଼ିବ। ଏହାକୁ କଥାରେ ନୁହେଁ, ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ପଡ଼ିବ ବୋଲି ଶ୍ରୀ ଦାସ କହିଥିଲେ। ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ତଥା ପୂର୍ବତନ ସରପଞ୍ଚ ଭାଗୀରଥି ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଭଦ୍ରକ ଜିଲ୍ଲା ‘ଓଷ୍ଟା’ର ପୂର୍ବତନ ସଭାପତି ଉପେନ୍ଦ୍ର ପ୍ରସାଦ ପାଢୀ ଓ ନରସିଂହପୁର ପଞ୍ଚାୟତ ସରପଞ୍ଚ ଗୌରାଙ୍ଗ ଚନ୍ଦ୍ର ପଣ୍ଡା ଆଲୋଚକ ଭାବେ ଯୋଗ ଦେଇ ବୃକ୍ଷରୋପଣ ଉପରେ ଗୁରୁତ୍ବ ଦେଇଥିଲେ। କାର୍ଯ୍ୟକ୍ରମରେ ବହୁ ମହିଳା ସାମିଲ୍‌ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe