ବାଲେଶ୍ବର ସଦର ବ୍ଲକରେ ପରିବେଶ ପଞ୍ଚାୟତ; ଜଙ୍ଗଲ ସୃଷ୍ଟି ହିଁ ପରିବେଶ ସୁରକ୍ଷାର ଉପାୟ: ମାନସ

Advertisment

ଜଙ୍ଗଲ ସୃଷ୍ଟି ହିଁ ପରିବେଶ ସୁରକ୍ଷାର ଏକମାତ୍ର ଉପାୟ। ପରିବେଶ ସୁରକ୍ଷା ଦିଗରେ ଏବେଠୁ ଚିନ୍ତା ନକଲେ ଆମ ଭବିଷ୍ୟତ ପିଢ଼ି କେବେହେଲେ ଆମକୁ କ୍ଷମାଦେବେ ନାହିଁ। ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀରେ ‘ସମ୍ବାଦ’ ପକ୍ଷରୁ ଆୟୋ‌ଜିତ....

ଜଙ୍ଗଲ ସୃଷ୍ଟି ହିଁ ପରିବେଶ ସୁରକ୍ଷାର ଏକମାତ୍ର ଉପାୟ। ପରିବେଶ ସୁରକ୍ଷା ଦିଗରେ ଏବେଠୁ ଚିନ୍ତା ନକଲେ ଆମ ଭବିଷ୍ୟତ ପିଢ଼ି କେବେହେଲେ ଆମକୁ କ୍ଷମାଦେବେ ନାହିଁ। ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀରେ ‘ସମ୍ବାଦ’ ପକ୍ଷରୁ ଆୟୋ‌ଜିତ....

sssfxcxcxc

ବାଲେଶ୍ବର: ଜଙ୍ଗଲ ସୃଷ୍ଟି ହିଁ ପରିବେଶ ସୁରକ୍ଷାର ଏକମାତ୍ର ଉପାୟ। ପରିବେଶ ସୁରକ୍ଷା ଦିଗରେ ଏବେଠୁ ଚିନ୍ତା ନକଲେ ଆମ ଭବିଷ୍ୟତ ପିଢ଼ି କେବେହେଲେ ଆମକୁ କ୍ଷମାଦେବେ ନାହିଁ। ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀରେ ‘ସମ୍ବାଦ’ ପକ୍ଷରୁ ଆୟୋ‌ଜିତ ‘ପରିବେଶ ପଞ୍ଚାୟତ’ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସଦର ବିଧାୟକ ମାନସ କୁମାର ଦତ୍ତ ଏହା କହିଛନ୍ତି। ସଦର ବ୍ଲକ ବୁଆଁଳ ପଞ୍ଚାୟତର ପାରିକୁଳ ଗ୍ରାମରେ ଏହି ‘ପରିବେଶ ପଞ୍ଚାୟତ’ ଆୟୋଜିତ ହୋଇଥିଲା। ବିଧାୟକ ଶ୍ରୀ ଦତ୍ତ କହିଥିଲେ, ଆଜି ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ହୋଇଛି। ୫ ଶହ ଫୁଟ ଖୋଳିଲେ ବି ପାଣି ମିଳୁନି। ତେଣୁ ଆମ ପିଢ଼ି ଆଗାମୀଦିନରେ ପାଣି ପାଇବେ ତ? ଏହା ସମସ୍ତେ ଚିନ୍ତା କରିବାର ସମୟ ଆସିଛି। ତେଣୁ ଆମ ପୃଥିବୀକୁ ବଞ୍ଚାଇବାକୁ ହେଲେ ଆମ ମାଟି ଓ ପାଣିକୁ ସଂରକ୍ଷଣ ରଖିବାକୁ ପଡ଼ିବ। ଯେତିକି ପାଣି ଆବଶ୍ୟକ, ଆମେ ‌ଯେତିକି ବ୍ୟବହାର କରିବା, ବିଭିନ୍ନ ଉତ୍ସବରେ ଉପହାର ବଦଳରେ  ଗଛ ଦେବା ଏବଂ ଏହାର ରକ୍ଷଣାବେକ୍ଷଣ କରିବାକୁ ସଚେତନତା ସୃଷ୍ଟି କରିବା। ଜୈବିକ ଚାଷକୁ ଗୁରୁତ୍ବ ଦେବା ସହିତ ଅଧିକ ପ୍ଲାଷ୍ଟିକ୍‌ର ବ୍ୟବହାରକୁ ନିୟନ୍ତ୍ରଣ କରିବା। ଆଧୁନିକତାରେ ବଞ୍ଚି ରହିବାକୁ ହେଲେ ଆମ ପୃଥିବୀର ସୁରକ୍ଷା ପାଇଁ ଅଭିଯାନ ଆରମ୍ଭ କରିବାର ସମୟ ଆସିଛି ବୋଲି ସେ କହିଥିଲେ।

‘ଆମ ପିଢ଼ି ଆଗାମୀ ଦିନରେ ପାଣି ପାଇବେ ତ?’
‘ମାଟି ଓ ପାଣିକୁ ବି ସଂରକ୍ଷଣ କରିବାକୁ ପଡ଼ିବ’

ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଧ୍ୟାତ୍ମିକ ଗୁରୁ ଦୟାନନ୍ଦ ଦାସ, ପରିବେଶ ପାଇଁ ଏବେ ଚିନ୍ତା କରିବାର ସମୟ ଆସିଛି। ସମ୍ମାନିତ ଅତିଥି ତଥା ବିଜେପିର ବରିଷ୍ଠ ନେତା ରବିନାରାୟଣ ମହାପାତ୍ର କହିଥିଲେ ରାଜ୍ୟରେ ବାୟୁମଣ୍ଡଳ ପ୍ରଦୂଷଣ କ୍ଷେତ୍ରରେ ବାଲେଶ୍ବର ଜିଲ୍ଲା ଆଗରେ ରହିଛି। ଆଜି ଆମ ପରିବେଶ ବିଷାକ୍ତ ହୋଇଯାଇଛି। ତେଣୁ ପରିବେଶକୁ ବଞ୍ଚାଇ ରଖିବାକୁ ହେଲେ ଅଧିକରୁ ଅଧିକ ଗଛ ଲଗାଇବା ଆବଶ୍ୟକ। ଅନ୍ୟତମ ଅତିଥି ଭାବେ ସମାଜସେବୀ ସୁଶାନ୍ତ ମହାପାତ୍ର କହିଥିଲେ, ଆଜି ଜଙ୍ଗଲ ଲୋପ ପାଇବାକୁ ବସିଲାଣି। ଆଧୁନିକତା ଭିତରେ ଆମେ ଆମ ପରିବେଶକୁ ଧ୍ବଂସ କରିଚାଲିଛୁ ବୋଲି ମତ ଦେଇଥିଲେ। ଏହି ଅବସରରେ ଅତିଥିମାନେ ‘ସମ୍ବାଦ’ର ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ସରପଞ୍ଚ ଜିତେନ୍‌ ଜେନା, ମହିଳା ନେତ୍ରୀ ଜୟନ୍ତୀ ପଣ୍ଡା, ନଗ୍ରମ ସମବାୟ ସମିତି ସଭାପତି ବେଣୁଧର ପରିଡ଼ା, ବିଧାୟକଙ୍କ ପ୍ରତିନିଧି ଗୌରାଙ୍ଗ ଦାସ, ମଣ୍ଡଳ ସଭାପତି କାହ୍ନୁଚରଣ ମହାଳିକ ଯୋଗଦେଇ ନିଜର ମତ ରଖିଥିଲେ। ‘ସମ୍ବାଦ’ ବାଲେଶ୍ବର ସଂସ୍କରଣର ମୁଖ୍ୟ ଚିତ୍ତରଞ୍ଜନ ଚିରଞ୍ଜିତ ସଭାପତିତ୍ବ କରିଥିବା ବେଳେ ଜିଲ୍ଲା ପ୍ରତିନିଧି ରିତେନ୍ଦ୍ର ଛାଟୋଇ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe