ବିଧାନସଭା ଗୃହ କମିଟିର ପରିବେଶ ଚିନ୍ତା

Advertisment
ବିଧାନସଭା ଗୃହ କମିଟିର ପରିବେଶ ଚିନ୍ତା

odishaassembly.nic.in

ତିନି ବିଭାଗରୁ ରିପୋର୍ଟ ମଗାଗଲା
ତିନି ସବ୍‌ କମିଟି ଗଠନ କଲେ ବାଚସ୍ପତି
ଫେବ୍ରୁଆରି ପହିଲାରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର : ପରିବେଶ ପ୍ରଦୂଷଣ ସଂକ୍ରାନ୍ତରେ ସହରାଞ୍ଚଳ ବିକାଶ, ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ ବିଭାଗର ସଚିବଙ୍କ ଠାରୁ ଏକ ରିପୋର୍ଟ ତଲବ କରାଯିବ। କେବଳ ସେତିକି ନୁହେଁ, ଏହି ବିଭାଗ ସହିତ ଆସନ୍ତା ଫେବ୍ରୁଆରି ପହିଲାରେ ଏକ ବୈଠକ ମଧ୍ୟ କରାଯିବ।

ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ପରିବେଶ ପ୍ରଦୂଷଣକୁ େନଇ ତନାଘନା ହେବା ସହିତ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଛି। ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ ତରଫରୁ ପରିବେଶ ପ୍ରଦୂଷଣ ଉପରେ ଆସିଥିବା ରାୟ ଉପରେ ମଧ୍ୟ ଏହି ବୈଠକରେ ତର୍ଜମା କରାଯିବ।

ପରିବେଶ ପ୍ରଦୂଷଣ ସଂକ୍ରାନ୍ତ ଗୃହ କମିଟି ବୈଠକ ଆଜି ବିଧାନସଭା ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ େହାଇଥିଲା। ଏଥିରେ ବିଭିନ୍ନ ଜଳାଶୟ ଯଥା ନଦୀ, କେନାଲ ଓ କୃଷି ଜମିକୁ ଶିଳ୍ପ ସଂସ୍ଥା ଦ୍ବାରା ଛଡ଼ାଯାଇଥିବା ପ୍ରଦୂଷିତ ଜଳ, ସ୍ପଞ୍ଜ ଲୁହା କାରଖାନାଗୁଡିକ ଅଙ୍ଗାରକ ପ୍ରଦୂଷଣ, ବିଭିନ୍ନ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ବିଶୁଦ୍ଧିକରଣ ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା।

ବିଭିନ୍ନ ଜଳାଶୟକୁ ଶିଳ୍ପସଂସ୍ଥା ଦ୍ବାରା ପ୍ରଦୂଷିତ ଜଳ ଛଡ଼ାଯିବା ଉପରେ ଅନୁଧ୍ୟାନ ପାଇଁ ବୈଠକରେ ଉପସ୍ଥିତ ଥିବା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ଗ୍ରାମାଞ୍ଚଳ ପରିବେଶ ବିଶୁଦ୍ଧିକରଣ ପାଇଁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ସ୍ପଞ୍ଜ ଲୁହା କାରଖାନାଗୁଡିକ ଅଙ୍ଗାରକ ନିର୍ଗମନ ଉପରେ ଅନୁଧ୍ୟାନ ପାଇଁ ତିନିଟି ପୃଥକ୍ ସବ୍‌ କମିଟି ଗଠନ କରାଯାଇଛି। ଏମାନେ ପରିବେଶ ପ୍ରଦୂଷଣ ଉପରେ ଅନୁଧ୍ୟାନ କରି ବିଧାନସଭା ଅଧିବେଶନ ପୂର୍ବରୁ ତାଙ୍କର ରିପୋର୍ଟ ପ୍ରଦାନ କରିବେ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବ୍ରଜ କିଶୋର ପ୍ରଧାନ, ରମେଶ ଚନ୍ଦ୍ର ବେହେରା, ଦାଶରଥୀ ଗମାଙ୍ଗୋ, ମିନାକ୍ଷୀ ମହାନ୍ତ, ପ୍ରକାଶ ସୋରେନ୍ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe