ଚମ୍ପୁଆରେ ପରିବେଶ ପଞ୍ଚାୟତ: ପରିବେଶ ସୁରକ୍ଷା ଆମ ଦାୟିତ୍ବ; ସନାତନ

Advertisment

ପରିବେଶ ବଞ୍ଚିଲେ ଆମେ ବଞ୍ଚିବା। ପରିବେଶ ସୁରକ୍ଷା ହେଉଛି ଆମର ପ୍ରଥମ ଏବଂ ମୌଳିକ କର୍ତ୍ତବ୍ୟ ବୋଲି ଆଜି ଚମ୍ପୁଆସ୍ଥିତ ଧରଣୀଧର ନଗରଭବନରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗ ଦେଇ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ମତବ୍ୟକ୍ତ କରିଛନ୍ତି।

ପରିବେଶ ବଞ୍ଚିଲେ ଆମେ ବଞ୍ଚିବା। ପରିବେଶ ସୁରକ୍ଷା ହେଉଛି ଆମର ପ୍ରଥମ ଏବଂ ମୌଳିକ କର୍ତ୍ତବ୍ୟ ବୋଲି ଆଜି ଚମ୍ପୁଆସ୍ଥିତ ଧରଣୀଧର ନଗରଭବନରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗ ଦେଇ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ମତବ୍ୟକ୍ତ କରିଛନ୍ତି।

fsfhfshxbv

କେନ୍ଦୁଝର: ପରିବେଶ ବଞ୍ଚିଲେ ଆମେ ବଞ୍ଚିବା। ପରିବେଶ ସୁରକ୍ଷା ହେଉଛି ଆମର ପ୍ରଥମ ଏବଂ ମୌଳିକ କର୍ତ୍ତବ୍ୟ ବୋଲି ଆଜି ଚମ୍ପୁଆସ୍ଥିତ ଧରଣୀଧର ନଗରଭବନରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗ ଦେଇ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ମତବ୍ୟକ୍ତ କରିଛନ୍ତି। ଜୀବଜଗତ ତିଷ୍ଠି ରହିବା ପାଇଁ ପରିବେଶର ଏକ ପ୍ରମୁଖ ଭୂମିକା ରହିଛି। କିନ୍ତୁ ଆମେ ଜାଣିଶୁଣି ପରିବେଶକୁ ବିଭିନ୍ନ ଉପାୟରେ ନଷ୍ଟ କରି ଚାଲିଛୁ। ଗଛ କାଟିବା ସହ କଳକାରଖାନାରୁ ନିର୍ଗତ ଧୂଆଁ ପରିବେଶ ଉପ‌ରେ କୁପ୍ରଭାବ ପକାଉଛି। ବର୍ତ୍ତମାନ ଯେଭଳି ପରିବେଶ ଦୂଷିତ ହେବାରେ ଲାଗିଛି, ତାହାର ପ୍ରତିକାର ନ କଲେ ପୃଥିବୀ ପୃଷ୍ଠରୁ ଜୀବଜଗତ ଧ୍ବଂସ ପାଇଯିବ। ତେଣୁ ଏଥିପ୍ରତି ସମ‌ସ୍ତେ ସଚେତନ ହେବା ଆବଶ୍ୟକ। ସେହିପରି ବଣପାହାଡ଼ ଘେରା କେନ୍ଦୁଝର ଜିଲ୍ଲାକୁ ପ୍ରକୃତିର ଅବଦାନ ଅତୁଳନୀୟ। ଏହି ଜିଲ୍ଲାରୁ ବାହାରିଥିବା ଚିରସ୍ରୋତା ବୈତରଣୀ ଏବେ ନିଜର ସ୍ଥିତି ହରାଇବାକୁ ବସିଲାଣି। ଜିଲ୍ଲାର ବହୁ ପ୍ରାକୃତିକ ଝରଣା ମଧ୍ୟ ସତ୍ତା ହରାଇଲେଣି। ଏଥିପ୍ରତି ଆମେ ଯଦି ସଜାଗ ନ ହେବା ତେବେ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଆମ ନିୟନ୍ତ୍ରଣରୁ ଚାଲିଯିବ ବୋଲି ଶ୍ରୀ ମହାକୁଡ଼ ସତର୍କ କରାଇ ଦେଇଥିଲେ।

ସମ୍ମାନିତ ଅତିଥି ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା କହିଥିଲେ, ପରିବେଶ ସନ୍ତୁଳନ ପାଇଁ ବୃକ୍ଷରୋପଣ ଜରୁରୀ। କିନ୍ତୁ ଏ ଦିଗରେ ଆମର ଆଭିମୁଖ୍ୟ ଅତ୍ୟନ୍ତ ହାଲୁକା। ଆମେ ଅନେକ ସମୟରେ ବୃକ୍ଷରୋପଣ କରିବା ଉପରେ ଦୃଷ୍ଟି ଦେଉନାହୁଁ। ସମସ୍ତେ ଗଛ ଲଗାଇବା ଓ ତାହାର ସୁରକ୍ଷା ନେବା ଉଚିତ ବୋଲି ସେ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଚମ୍ପୁଆ ଏନ୍‌ଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ କହିଥିଲେ, ପରିବେଶ ସୁରକ୍ଷା ଦିଗରେ ଗଛର ଭୂମିକା ଗୁରୁତ୍ବପୂର୍ଣ୍ଣ। ଗଛ ଯେଉଁ ଅମ୍ଳଜାନ ଛାଡ଼ୁଛି ତାହାକୁ ଆମେ ଗ୍ରହଣ କରି ବଞ୍ଚିଛେ। ଏହାକୁ ଦୃଷ୍ଟିରେ ରଖି ବୃକ୍ଷରୋପଣକୁ ସମସ୍ତେ ବ୍ରତ ଭାବେ ଗ୍ରହଣ କରିବା ଉଚିତ ବୋଲି ସେ କହିଥିଲେ। ମୁଖ୍ୟବକ୍ତା ଡିଏଫ୍‌ଓ ଏଚ୍‌ଡି ଧନରାଜ କହିଥିଲେ, ଆମେ ଯେଭଳି ନିଜ ପିଲାଙ୍କୁ ପାଳୁଛୁ ଓ ବଡ଼ କରୁଛୁ, ଠିକ୍‌ ସେମିତି ପରିବେଶକୁ ମଧ୍ୟ ପାଳିବା ଆବଶ୍ୟକ। ବିନା ଶ୍ବାସକ୍ରିୟାରେ ଆମେ ଗୋଟିଏ ମିନିଟ୍ ମଧ୍ୟ ବଞ୍ଚିପାରିବା ନାହିଁ। ଏଥିରୁ ପ୍ରକୃତିର ଅବଦାନ କେତେ ତାହା ଉପଲବ୍ଧି କରିବା ଉଚିତ ବୋଲି ସେ କହିଥିଲେ। ଅବସରପ୍ରାପ୍ତ ଅଧ୍ୟାପକ ଗିରିଜା ଶଙ୍କର କର ପରିବେଶ ସୁରକ୍ଷା ଦିଗରେ ଉଦ୍‌ବୋଧନ ଦେଇଥିଲେ। ‘ସମ୍ବାଦ’ କେନ୍ଦୁଝର ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ବାଇଁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‌ଯୋଡ଼ା ବ୍ଲକ୍‌ ପ୍ରତିନିଧି ବେଣୁଧର ବେହେରା ସ୍ବାଗତ ଭାଷଣ ଦେଇଥିଲେ। ‘ସମ୍ବାଦ ସାହିତ୍ୟଘର’ ସଭାପତି ରମାକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଚମ୍ପୁଆ ବ୍ଲକ୍‌ ପ୍ରତିନିଧି ପରମାନନ୍ଦ ମହାନ୍ତ, କେନ୍ଦୁଝର ସହର ପ୍ରତିନିଧି ସୁଧାଂଶୁ ଶେଖର ସାହୁ, ଯୋଡ଼ା କନକ ନିଉଜ୍‌ ପ୍ରତିନିଧି ମହେଶ୍ବର ସାହୁ, ବିଜ୍ଞାପନ ଅଧିକାରୀ ପାର୍ଥସାରଥି ନାୟକ, ଚମ୍ପୁଆ ବିଧାୟକଙ୍କ ପ୍ରତିନିଧି ସଞ୍ଜୀବ ବେହେରା, ଚମକପୁର ପ୍ରତିନିଧି ହୃଦାନନ୍ଦ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe