ପରିବେଶବିତ୍‌ ମେଧା ପାଟେକର ଅଟକ: ବ୍ରହ୍ମପୁରରେ ଛାଡ଼ିଲା ରାୟଗଡ଼ା ପୁଲିସ

Advertisment

କାଶୀପୁର ବ୍ଲକ ସୁଙ୍ଗେର ହାଟପଦାରେ ଆୟୋଜିତ ବିଶ୍ବ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆଜି ସକାଳେ ରାୟଗଡ଼ା ପହଞ୍ଚିଥିଲେ ପରିବେଶବିତ୍‌ ମେଧା ପାଟେକର। କିନ୍ତୁ ରାୟଗଡ଼ା ଷ୍ଟେସନରୁ ସମାବେଶକୁ ଯିବା ପୂର୍ବରୁ ନିର୍ଜନ ସ୍ଥାନରେ କିଛି ସମୟ ପର୍ଯ୍ୟନ୍ତ ଅଟକାଇ ରଖିଥିଲା ରାୟଗଡ଼ା ପୁଲିସ।

କାଶୀପୁର ବ୍ଲକ ସୁଙ୍ଗେର ହାଟପଦାରେ ଆୟୋଜିତ ବିଶ୍ବ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆଜି ସକାଳେ ରାୟଗଡ଼ା ପହଞ୍ଚିଥିଲେ ପରିବେଶବିତ୍‌ ମେଧା ପାଟେକର। କିନ୍ତୁ ରାୟଗଡ଼ା ଷ୍ଟେସନରୁ ସମାବେଶକୁ ଯିବା ପୂର୍ବରୁ ନିର୍ଜନ ସ୍ଥାନରେ କିଛି ସମୟ ପର୍ଯ୍ୟନ୍ତ ଅଟକାଇ ରଖିଥିଲା ରାୟଗଡ଼ା ପୁଲିସ।

sdsdsdccx

ରାୟଗଡା/କାଶୀପୁର: କାଶୀପୁର ବ୍ଲକ ସୁଙ୍ଗେର ହାଟପଦାରେ ଆୟୋଜିତ ବିଶ୍ବ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆଜି ସକାଳେ ରାୟଗଡ଼ା ପହଞ୍ଚିଥିଲେ ପରିବେଶବିତ୍‌ ମେଧା ପାଟେକର। କିନ୍ତୁ ରାୟଗଡ଼ା ଷ୍ଟେସନରୁ ସମାବେଶକୁ ଯିବା ପୂର୍ବରୁ ନିର୍ଜନ ସ୍ଥାନରେ କିଛି ସମୟ ପର୍ଯ୍ୟନ୍ତ ଅଟକାଇ ରଖିଥିଲା ରାୟଗଡ଼ା ପୁଲିସ। ଆଇନ ଶୃଙ୍ଖଳା ବିଗିଡ଼ିବା ନେଇ ପୁଲିସ ପକ୍ଷରୁ ବୁଝାସୁଝା କରି କଡ଼ା ସୁରକ୍ଷା ବଳୟରେ ମେଧାଙ୍କୁ ବ୍ରହ୍ମପୁରରେ ନେଇ ଛାଡ଼ିଥିବା ସୂଚନା ମିଳିଛି। ଖଣି ଖନନକୁ ବିରୋଧ କରି ଏହି ସମାବେଶର ଆୟୋଜନ କରାଯାଇଥିଲା ବୋଲି କୁହାଯାଉଛି। ସେହିପରି ପ୍ରଫୁଲ୍ଲ ସାମନ୍ତରା, ଲିଙ୍ଗରାଜ, ନରେନ୍ଦ୍ର ମହାନ୍ତି ଏବଂ ହର ବଣିଆଙ୍କୁ ମଧ୍ୟ କିଛି ସମୟ ପାଇଁ ପୁଲିସ ଅଟକାଇଥିଲା।

ପ୍ରତିକ୍ରିୟାରେ ମେଧା କହିଛନ୍ତି ମୁଁ ଆତଙ୍କବାଦୀ ନୁହେଁ। ଶାନ୍ତି ଓ ଅହିଂସା ପୂର୍ବକ ଆନ୍ଦୋଳନରେ ମୁଁ ବିଶ୍ୱାସ ରଖିଛି। ପ୍ରକୃତି ଓ ପରିବେଶର ସନ୍ତୁଳନ ସହ ମଣିଷର ହିତକୁ ଦୃଷ୍ଟିରେ ରଖି ବିକାଶ ହେବା ଆବଶ୍ୟକ। ଆଗାମୀ ପିଢ଼ି ପାଇଁ ପ୍ରକୃତିର ଅବଦାନକୁ କିଛି ଛାଡିବା ଆବଶ୍ୟକ ବୋଲି ପ୍ରକାଶ କରିଛନ୍ତି। ମେଧାଙ୍କ ଅନୁପସ୍ଥିତି ସତ୍ତ୍ବେ ସୁଙ୍ଗେର କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ। 
ମା’ ମାଟି ମାଳି ସୁରକ୍ଷା ମଞ୍ଚ କାଶୀପୁର-ଥୁଆମୂଳ ରାମପୁର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମାଳି ସୁରକ୍ଷା ମଞ୍ଚ, ନିୟମଗିରି ସୁରକ୍ଷା ସମିତି, ଥୁଆମୂଳ ରାମପୁର ଯୁବ ପରିଷଦ, ସାବିତ୍ରୀବାଈ ଫୁଲେ ନାରୀମୁକ୍ତି ଅଭିଯାନ ସହ ବଲାଙ୍ଗୀର, ଟିଟିଲାଗଡ଼ ଭଳି ବିଭିନ୍ନ ସ୍ଥାନରୁ ଲୋକ ଆସିଥିଲେ। କାର୍ଯ୍ୟକ୍ରମରେ ପରିବେଶବିତ୍‌ ପ୍ରଫୁଲ୍ଲ ସାମାନ୍ତରା ଯୋଗଦେଇ ପରିବେଶର ସୁରକ୍ଷା ଲାଗି ଆମେ ଯେ କୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ। ନିଜ ଅଧିକାର ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଲୋକଙ୍କୁ କମ୍ପାନି ଚାପରେ ପୁଲିସ ମିଥ୍ୟା ମାମଲାରେ ହଇରାଣ କରୁଛି ବୋଲି ଅଭିଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ଲାଗି ପୁଲିସ ୧୪୪ ଧାରା ଲାଗୁ କରିବା ସହ ରାସ୍ତାରେ ବହୁ ଲୋକଙ୍କୁ ଅଟକାଇ ରଖିଥିବା ଅଭିଯୋଗ ହୋଇଥିଲା। ମାଳି ସୁରକ୍ଷା ମଞ୍ଚର ସୁବା ମାଝୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗମ୍ବର ଦୁରିଆ, ରମଣି ଦୁରିଆ, ଦୁଧି ପୁଲିକା, ସୁରେଶ ରାଓ, ଶୁଭେନ୍ଦୁ ମଲ୍ଲିକ, ସଂଗ୍ରାମ କେଶରୀ, ସନାତନ ପ୍ରଧାନ, ସତ୍ୟସାଇ, ଉପେନ୍ଦ୍ର, କିରଣ ମାଝୀ, ଜଗଦୀଶ ନାଏକ, ନିୟମଗିରି ସୁରକ୍ଷା ସମିତିର ଲଦ ଶିକକା, କୃଷ୍ଣ ଶିକକା ପ୍ରମୁଖ ଯୋଗ ଦେଇଥିଲେ। ରଇ ମାଝୀ, ଲକ୍ଷ୍ମଣ ମାଝୀ, ରମେଶ ନାଏକ, କାର୍ତ୍ତିକ ନାଏକ, ମୁନିଦେଈ ମାଝୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଅଟକ ରଖାଯିବାକୁ ସିପିଆଇ(ଏମ୍‌ଏଲ୍‌) ଲିବରେସନ୍‌ର ନିନ୍ଦା

ଭୁବନେଶ୍ବର: ଆଜି କାଶୀପୁରରେ ବିଶ୍ୱ ପରିବେଶ ଦିବସ ଅବସରରେ ହେବାକୁ ଥିବା ସଭାରେ ମେଧା ପାଟେକର, ଲିଙ୍ଗରାଜ, ନରେନ୍ଦ୍ର ମହାନ୍ତି ପ୍ରମୁଖଙ୍କୁ ଯୋଗ ନ ଦେବାକୁ ରାଜ୍ୟ ସରକାର ଫତୁଆ ଜାରି କରିଛନ୍ତି। ସେମାନଙ୍କୁ ରାୟଗଡ଼ା ଷ୍ଟେସନରେ ଅଟକ ରଖାଗଲା ଓ ସଭା ସ୍ଥଳକୁ ଯିବା ପାଇଁ ଦିଆଗଲା ନାହିଁ। ପୁଲିସ ହେପାଜତରେ ରାୟଗଡ଼ାରୁ ବ୍ରହ୍ମପୁର ନିଆଯାଉଛି। କର୍ପୋରେଟ୍ ସ୍ୱାର୍ଥରେ ପ୍ରଶାସନର ଏଭଳି କାର୍ଯ୍ୟକୁ ସିପିଆଇ(ଏମ-ଏଲ)ଲିବେରେସନ ପକ୍ଷରୁ ନିନ୍ଦା କରାଯାଇଛି। ସିପିଆଇ(ଏମ-ଏଲ) ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର କହିଛନ୍ତି ଯେ ବେଦାନ୍ତ, ଆଦାନୀ ଓ ଅମ୍ବାନୀଙ୍କ ହାତରେ ରାଜ୍ୟର ଜଳ, ଜମି ଓ ଜଙ୍ଗଲକୁ ଟେକି ଦେବା ପାଇଁ ଏଭଳି ନିଷେଧାଦେଶ ଜାରି କରାଯାଇଛି। ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ ନେତୃତ୍ୱରେ ସୁଙ୍ଗେରରେ ହେବାକୁ ଯାଉଥିବା ସଭାରେ ଯୋଗ ଦେବାକୁ ଯାଉଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଭିନ୍ନ ନେତୃତ୍ବଙ୍କୁ ରାୟଗଡ଼ା ଷ୍ଟେସନରେ ଅଟକ ରଖାଯାଇଛି। ରାୟଗଡ଼ା ପୁଲିସ ଓ ରାଜ୍ୟ ସରକାରଙ୍କ ଏହି ନୀତିକୁ ଦୃଢ଼ ନିନ୍ଦା କରାଯାଉଛି। କଥା କହିବାର ଅଧିକାରକୁ ସରକାର ଏପରି ଭାବରେ ଦମନ କରିବା ଅର୍ଥ ଗଣତନ୍ତ୍ରକୁ ହତ୍ୟା କରିବା ସଦୃଶ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe