ଦୁର୍ଘଟଣାରେ ପଞ୍ଚାୟତ ଇଓଙ୍କ ମୃତ୍ୟୁ

ଦୁର୍ଘଟଣାରେ ପଞ୍ଚାୟତ ଇଓଙ୍କ ମୃତ୍ୟୁ

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ରାସ୍ତାରୁ ମହଗାଁ ଯିବା ରାସ୍ତାର ବ୍ରିଜ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ମାଝୀଙ୍କ ମୃତ୍ୟୁ ଘଟିଛି। ସେ କୁସୁମଯୋର ଓ କରଣବାହାଲି ପଞ୍ଚାୟତର ଇଓ ଭାବେ କାର୍ଯ୍ୟରତ ଥିଲେ। ପ୍ରକାଶ ଯେ, ଇଓ ସତ୍ୟ ମାଝୀ ଆଜି ଦିନ ୧୨ଟାରେ ସିନାପାଲିରୁ ମହଗାଁ ରାସ୍ତା ଦେଇ କୌଣସି କାମରେ ବାଇକ୍‌ ଯୋଗେ କୁସୁମଯୋରକୁ ଯାଉଥିଲେ। ଏହି ସମୟରେ ଅପରପକ୍ଷରୁ ଆସୁଥିବା ଏକ ଟ୍ରାକ୍ଟର (ଓଡି ୨୬ଇ-୪୦୫୬) ସହ ତାଙ୍କ ଧକ୍କା ହୋଇଥିଲା। ଏଥିରେ ଶ୍ରୀ ମାଝୀ ଗୁରୁତର ହୋଇଥିବା ବେଳେ ରାସ୍ତା ଦେଇ ଯାଉଥିବା କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସିନାପାଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସିନାପାଲି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଟ୍ରାକ୍ଟର ଡ୍ରାଇଭର ଗାଡ଼ି ଛାଡି ଫେରାର୍ ମାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe