ଗେଟ ସୋ ଆପ ଜରିଆରେ ବଡ଼ ଠକେଇ: ଅଭିଯୁକ୍ତକୁ ଗିରଫ କଲା ଇଓଡବ୍ଲ୍ୟୁ

Advertisment
ଗେଟ ସୋ ଆପ ଜରିଆରେ ବଡ଼ ଠକେଇ: ଅଭିଯୁକ୍ତକୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ବର: ଗେଟ ସୋ ଆପ ଜରିଆରେ ବଡ଼ ଠକେଇର ପର୍ଦାଫାସ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)।  ୯ କୋଟି ଟଙ୍କାର ଠକେଇ ଅଭିଯୋଗରେ, ପୁନେରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଇଓଡବ୍ଲ୍ୟୁ। ଏନେଇ ସୂଚନା ଦେଇଛନ୍ତି ଇଓଡବ୍ଲ୍ୟୁ ଏସପି ଦିଲୀପ ତ୍ରିପାଠୀ।

ତାଙ୍କର ସୂଚନା ଅନୁଯାୟୀ, ପୁନେ ମଣ୍ଡୁଆ ଥାନା ଅଞ୍ଚଳରୁ ଅଭିଯୁକ୍ତ ବିଶାଳ ସଖାରାମ ଉତ୍କଲକୁ ଗିରଫ କରାଯାଇଛି। ଅଭିଯୁକ୍ତର ଗୋଟିଏ ଆକାଉଣ୍ଟରୁ ୯ କୋଟି ଟଙ୍କା ମିଳିଛି।

ସାରା ଦେଶରୁ ୧୪୪ କୋଟି ଟଙ୍କାର ଠକେଇ ହୋଇଥିବା ଅନୁମାନ କରୁଛି।  ଏଥିରେ ଓଡ଼ିଶାର ଶହେରୁ ଅଧିକ ଲୋକ ଠକେଇର ଶିକାର ହୋଇଛନ୍ତି। ଅଭିଯୁକ୍ତ ହ୍ବାଟସଅପ୍ ଗ୍ରୁପ ଜରିଆରେ ଲୋକଙ୍କୁ ମତାଉଥିଲା।ଗେଟ ସୋ ଆପ ଡାଉନଲୋଡ କରି ୟୁପିଆଇ ଲିଙ୍କ ଜରିଆରେ କିମ୍ବା ଅନ୍ୟ ସଦସ୍ୟଙ୍କ ରେଫରାଲ ଲିଙ୍କ ଜରିଆରେ ଟଙ୍କା ଲଗାଇବା ପାଇଁ ପ୍ରବର୍ତ୍ତାଉଥିଲେ।

କ୍ରିପଟୋ ମାଇନିଙ୍ଗରେ ଟଙ୍କା ଲଗାଇବା ସହ ପ୍ରତିଦିନ ୬ ପ୍ରତିଶତ ସୁଧରେ ଟଙ୍କା ମିଳିବ ଓ଼ ଯେକୌଣସି ସମୟରେ ଟଙ୍କା ଉଠାଣ କରି ପାରିବେ ବୋଲି ଲୋକଙ୍କୁ ଲୋଭ ଦେଖାଉଥିଲେ। ଗେଟ ସୋ ଆପ ବନ୍ଦ ହୋଇଗଲା ପରେ ସତ ସାମ୍ନାକୁ ଆସିଲା। ଅଭିଯୁକ୍ତର ଗୋଟିଏ ଆକାଉଣ୍ଟ କୁ ସବୁ ଠକେଇ ଟଙ୍କା ଯାଇଥିବା ଜଣା ପଡ଼ିଲା। ପଞ୍ଜାବ ଓ଼ ଛତିଶଗଡ଼ରେ ଅଭିଯୁକ୍ତ ନାଁ ରେ ମାମଲା ଅଛି। ଏହି ମାମଲାରେ ଅନ୍ୟ କାହାର ସମ୍ପୃକ୍ତି ନେଇ ତଦନ୍ତ ଚାଲିଛି।

ଉଲ୍ଲେଖଯୋଗ୍ୟ, ନୟାପଲ୍ଲୀ ଅଞ୍ଚଳର ଦିବ୍ୟଜ୍ୟୋତି କର ୧ ଲକ୍ଷ ୨୭ ହଜାର ଟଙ୍କା ଠକେଇ ନେଇ ଅଭିଯୋଗ କରିବା ପରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe