୧୫ କୋଟି ଠକେଇ ଅଭିଯୁକ୍ତ ଚିଟଫଣ୍ଡ ସଂସ୍ଥାର ନିର୍ଦ୍ଦେଶକ କୋଲକାତାରୁ ଗିରଫ

Advertisment
୧୫ କୋଟି ଠକେଇ ଅଭିଯୁକ୍ତ ଚିଟଫଣ୍ଡ ସଂସ୍ଥାର ନିର୍ଦ୍ଦେଶକ କୋଲକାତାରୁ ଗିରଫ

Zee Business

ଭୁବନେଶ୍ବର/ବାଲେଶ୍ବର: ଚିଟଫଣ୍ଡ ସଂସ୍ଥା ମାକ ଇନଫ୍ରା ରିଏଲିଟି ଲିମିଟେଡର ଅନ୍ୟତମ ନିର୍ଦେଶକ ତପନ ସାମନ୍ତଙ୍କୁ କ୍ରାଇମବ୍ରାଞ୍ଚ ଟିମ କୋଲକାତାରୁ ଗିରଫ କରିଛି। ଗିରଫ ପରେ ଅଭିଯୁକ୍ତ ତପନକୁ କୋଲକାତାର ସ୍ଥାନୀୟ ସିଜେଏମ କୋର୍ଟରେ ହାଜର କରାଯାଇ ଟ୍ରାନଜିଟ ରିମାଣ୍ଡରେ ଆଜି ଅପରାହ୍ଣରେ ବାଲେଶ୍ବର ଅଣାଯାଇ ଚିଟଫଣ୍ଡ ଅଦାଲତରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ। ତେବେ ଆସନ୍ତାକାଲି ଅଭିଯୁକ୍ତ ତପନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଥିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଜଣାଯାଇଛି।

ସୂଚନାଥାଉକି ମାକ ଇନଫ୍ରା ରିଏଲିଟି ଲିମିଟେଡ ଚିଟଫଣ୍ଡ ସଂସ୍ଥା ପକ୍ଷରୁ ଜମାକାରୀଙ୍କୁ ବିଭିନ୍ନ ପ୍ରକାର ଲୋଭନୀୟ ସ୍କିମ ଦେଖାଯାଇ ୧୫ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା। ଏନେଇ ସୋର ଥାନା ଅଧିନ ଉଚ୍ଛବପୁର ଅଞ୍ଚଳର ଜମାକାରୀ ଶୁକଦେବ ହୋତା ଠକେଇର ଶିକାର ହୋଇଥିବା ନେଇ କ୍ରାଇମବ୍ରାଞ୍ଚରେ ଲିଖିତ ଅଭିଯୋଗ କରିଥିଲେ। କ୍ରାଇମବ୍ରାଞ୍ଚ ପକ୍ଷରୁ କେସ ନମ୍ବର ୧୬/୧୯ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ତେବେ ଏ ଯାବତ କ୍ରାଇମବ୍ରାଞ୍ଚ ପକ୍ଷରୁ ୩୧୯ ଜଣ ଜମାକାରୀଙ୍କ ଠାରୁ ୨ କୋଟି ୪୪ ଲକ୍ଷ ୭୧ ହଜାର ବଣ୍ଡ ପେପର ଜବତ ମଧ୍ୟ କରାଯାଇଛି। କିଛିମାସ ତଳେ ସଂସ୍ଥାର ଓଡ଼ିଶା ମୁଖ୍ୟ ପ୍ରତାପ କୁମାର ବିଶ୍ବାଳଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।

ଗତକାଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସଂସ୍ଥାର ଅନ୍ୟତମ ନିର୍ଦେଶକ ତଥା କୋଲକାତା ନରେନ୍ଦ୍ରପୁର ନସ୍କରରୋଡର ତପନ କୁମାର ସାମନ୍ତକୁ ଗିରଫ କରାଯାଇ ଆଜି ବାଲେଶ୍ବର ଚିଟଫଣ୍ଡ ଅଦାଲତରେ ହାଜର କରାଯିବା ସହ ଜାମିନ ଆବେଦନ କରାଯାଇଛି। ତେବେ ଆସନ୍ତାକାଲି ଚିଟଫଣ୍ଡ ଅଦାଲତର ମାନ୍ୟବର ବିଚାରପତି ସଦାଶିବ ଜେନାଙ୍କ ପକ୍ଷରୁ ଜାମିନର ଶୁଣାଣି ହେବ ବୋଲି ସୂଚନା ଦିଏ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ପ୍ରଣବ କୁମାର ପଣ୍ଡା ଏହି ମାମଲାର ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe