ଅବୈଧ ଡିଜିଟାଲ୍ ଲୋନ୍ ଆପ୍ ମାମଲାରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଗିରଫ

Advertisment
ଅବୈଧ ଡିଜିଟାଲ୍ ଲୋନ୍ ଆପ୍ ମାମଲାରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଗିରଫ

ଭୁବନେଶ୍ବର: ଲୋକମାନଙ୍କୁ ଜାଲି କମ୍ପାନିମାନଙ୍କ ମୁଖ୍ୟ କରି ତାଙ୍କ ନାମରେ ବହୁ ଟଙ୍କା ଲୁଟୁଥିବା ନିରବ ଗୁପ୍ତାଙ୍କୁ ଦିଲ୍ଲୀରୁ ଗିରଫ କରିଛି ଇଓଡବ୍ଲୁ। ଏନେଇ ଇଓଡବ୍ଲୁ ଦିଲୀପ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ନିରବଙ୍କ ଘର ରାଜସ୍ଥାନରେ ଆଉ ପେଶାରେ ସେ ହେଉଛନ୍ତି ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ। ସେ ଇଂଷ୍ଟାଣ୍ଟ ଲୋନ ଦେବା ପାଇଁ ବିଭିନ୍ନ ଆପ୍ଲିକେସନରେ, ବିଭିନ୍ନ ଲୋକଙ୍କ ନାମରେ ଫେକ ଆକାଉଣ୍ଟ ଖୋଲୁଥିଲା। ଆଉ ତାହାକୁ ଚାଇନିଜମାନଙ୍କୁ ବିକ୍ରିକରି ବହୁ ଟଙ୍କା ରୋଜଗାର କରୁଥିଲା । ଏପର୍ଯ୍ୟନ୍ତ ଇଓଡବ୍ଲୁ ତାଙ୍କଠାରୁ ୩୦ ଲକ୍ଷ ଟଙ୍କା ସହ ଗୋଟିଏ ଲାପଟପ ସହ ଏକାଧିକ ଫୋନ, ୧୧ ଟି ସିମ କାର୍ଡ, ଡିଜିଟାଲ ସିଗ୍ନେଚର, ଡିଜିଟାଲ ଆକାଉଣ୍ଟ ଜବତ କରିଛି। ଚାଇନାରୁ ତାଙ୍କୁ ଟଙ୍କା ମିଳିଥିବା ଜଣାପଡିଛି । ଆଗକୁ ତାଙ୍କୁ ପାଞ୍ଚଦିନ ରିମାଣ୍ଡରେ ନେବାପାଇଁ ଇଓଡବ୍ଲୁ କୋର୍ଟରେ ଆବେଦନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe