ଇପିଏଫ ପେନ୍‌ସନର୍ସ ସଂଘର ‘ଦିଲ୍ଲୀ ଚଲୋ’ ଅଭିଯାନ

Advertisment
ଇପିଏଫ ପେନ୍‌ସନର୍ସ ସଂଘର ‘ଦିଲ୍ଲୀ ଚଲୋ’ ଅଭିଯାନ

Telugu News - samayam

ଭୁବନେଶ୍ୱର/କଟକ : ଇପିଏଫ୍‌ ପେନ୍‌ସନ୍‌ ଭୋଗୀ ବରିଷ୍ଠ ନାଗରିକମାନଙ୍କ ପ୍ରତି କେନ୍ଦ୍ର ସରକାରଙ୍କ କ୍ରମାଗତ ଅବିଚାର ପ୍ରତିବାଦରେ ଆସନ୍ତା ଡିସେମ୍ବର ୭ ଓ ୮ ତାରିଖରେ ଦୁଇଦିନ ଧରି ଦିଲ୍ଲୀର ଜନ୍ତରମନ୍ତର ଓ ରାମଲୀଳା ମଇଦାନଠାରେ ଧାରଣା, ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବ। ଇପିଏଫ୍‌ ପେନସନ ଭୋଗୀମାନଙ୍କ ସର୍ବଭାରତୀୟ ସଂଗଠନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରୁ ଇପିଏଫ୍‌ ପେନ୍‌ସନ୍‌ ଭୋଗୀମାନେ ବହୁସଂଖ୍ୟାରେ ଯୋଗଦେବେ ବୋଲି ଅଲ୍ ଓଡିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍‌ର ରାଜ୍ୟ ସାଧାରଣ ସମ୍ପାଦକ ତଥା ସର୍ବଭାରତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମା ସୁଚନା ଦେଇଛନ୍ତି।

ଇପିଏଫ୍‌ ପେନ୍‌ସନ୍‌ ଭୋଗୀ ବରିଷ୍ଠ ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବାଲାଗି ସର୍ବନିମ୍ନ ମାସିକ ୯ହଜାର ଟଙ୍କା ପେନ୍‌ସନ୍‌ ସହ ମହଙ୍ଗା ଭତ୍ତା ଏବଂ ଚିକିତ୍ସା ସୁବିଧା ଯୋଗାଇଦେବାକୁ ଇପିଏଫ୍‌ ପେନ୍‌ସନ୍‌ ଭୋଗୀମାନଙ୍କର ସର୍ବଭାରତୀୟ ସଂଗଠନ ତଥା ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସଙ୍ଗଠନ ତରଫରୁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ନିକଟରେ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ ସେମାନେ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ଯାହାଫଳରେ, ଓଡ଼ିଶାରେ ଥିବା ଦୁଇ ଲକ୍ଷ ଇପିଏଫ୍‌ ପେନ୍‌ସନ୍‌ ଭୋଗୀଙ୍କ ସମେତ ସାରାଦେଶରେ ଥିବା ସତୁରୀ ଲକ୍ଷ ଇପିଏଫ୍‌ ପେନ୍‌ସନ୍‌ ଭୋଗୀଙ୍କ ପରିବାର ଆବଶ୍ୟକୀୟ ଖାଦ୍ୟ ଓ ଚିକିତ୍ସା ଅଭାବରୁ ଦୟନୀୟ ଅବସ୍ଥାରେ ଦିନ କାଟିବା ସହ ଅକାଳ ମୃତ୍ୟୁବରଣ କରୁଛନ୍ତି। ଏହାର ପ୍ରତିବାଦରେ ‘ଦିଲ୍ଲୀ ଚଲୋ’ ଡାକରା ଦିଆଯାଇଥିବା ଶ୍ରୀ ବ୍ରହ୍ମା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe