ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଇପିଏଫ୍ ପେନସନ୍ ଭୋଗୀଙ୍କ ବିକ୍ଷୋଭ

Advertisment
ଓଡ଼ିଆ ଆନ୍ଦୋଳନ ଓ ଅସ୍ମିତା

Suarapemredkalbar.com

ଭଦ୍ରକ : ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଭଦ୍ରକ ଜିଲ୍ଲାର ଇପିଏଫ୍ ପେନସନ୍ ଭୋଗୀମାନେ ବିକ୍ଷୋଭ ଓ ପ୍ରତିବାଦସଭା କରିଥିଲେ। ସରକାର ଇପିଏପ୍ ପେନସନ୍‌ ଭୋଗୀଙ୍କୁ ମାସିକ ମାତ୍ର ଏକ ହଜାର ଟଙ୍କା ପେନସନ୍ ଦେଉଥିବା ବେଳେ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, କର୍ମଚାରୀଙ୍କ ଦରମା ଅନୁଯାୟୀ ମାସିକ ପେନସନ୍ ଦେବାକୁ। ଆଜି ଜିଲ୍ଲାରେ ପ୍ରାୟ ୫ ଶହ କର୍ମଚାରୀ ସ୍ଥାନୀୟ ବାଲଗୋପାଲ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଥିଲା। ସଂଘର ଭଦ୍ରକ ଜିଲ୍ଲା ସଭାପତି କୁଞ୍ଜବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ ସାଧାରଣ ସଂପାଦକ ଭାଗ୍ୟଧର ବ୍ରହ୍ମା, ଇଂ ବିଜୟ କୁମାର ଜେନା, ଗୌରାଙ୍ଗ ପାଣିଗ୍ରାହୀ, କୃ‌ଷ୍ଣଚନ୍ଦ୍ର ମହାନ୍ତି, ରାଜକିଶୋର ସ୍ବାଇଁ, ଶରତ ଚନ୍ଦ୍ର ପାଣି, ଡ. ରେମେଶ ଚନ୍ଦ୍ର ନାୟକ, ସଂପାଦକ ଅକ୍ଷୟ କୁମାର ମହାପାତ୍ର, ଆନନ୍ଦ ଚନ୍ଦ୍ର ପଣ୍ଡା, ରାମଚନ୍ଦ୍ର ପଣ୍ଡାଙ୍କ ସମେତ ଶତାଧିକ ଇପିଏଫ୍ ପେନସନ୍ ଭୋଗୀ ଯୋଗଦେଇଥିଲେ। ବିକ୍ଷୋଭ ଓ ପ୍ରତିବାଦ ସଭା ପରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ପ୍ରତିନିଧି ଦଳ ଦାବିପତ୍ର ପ୍ରଦାନ କରିଛନ୍ତି। ସରକାର ଇପିଏଫ୍ ପେନସନ୍ ଭୋଗୀଙ୍କ ଦାବି ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe