ଜୁନ୍‌ ୨୦ ଯାଏଁ ଇପିଏଫ୍‌ ଓ ୪୫ ଦିନ ପର୍ଯ୍ୟନ୍ତ ଘୁଞ୍ଚିଲା ଇଏସ୍‌ଆଇ ଦେୟ ପୈଠ ସମୟସୀମା

Advertisment
କରୋନା ଧୋଇନେଲା ସଞ୍ଚୟ ରାଶି, ଇପିଏଫଓରୁ ୩୦ ହଜାର କୋଟି ଉଠାଇଲେଣି ୮୦ ଲକ୍ଷ ସଦସ୍ୟ

EPFO logo

ଭୁବନେଶ୍ବର : ରାଜ୍ୟରେ ଘଟିଥିବା ଅତି ପ୍ରଳୟଙ୍କରୀ ବାତ୍ୟା ଫନି ପ୍ରଭାବରେ କ୍ଷତିଗ୍ରସ୍ତ ୧୪ଟି ଜିଲ୍ଲାରେ ବିଦ୍ୟୁତ୍‌ ଓ ଇଣ୍ଟ‌ରନେଟ୍‌ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଫଳରେ ଇପିଏଫ୍‌ ଓ ଇଏସ୍‌ଆଇ ଦେୟ ନିର୍ଧାରିତ ସମୟରେ ପୈଠ କରିବାରେ ସମସ୍ୟା ଉପୁଜିଛି। ଏହାକୁ ବିଚାରକୁ ନେଇ କେନ୍ଦ୍ର ସରକାରଙ୍କ ଇପିଏଫ୍‌ କର୍ତୃପକ୍ଷ ଚଳିତ ବର୍ଷ ଏପ୍ରିଲ ମାସର ଦେୟକୁ ଜୁନ୍‌ ମାସ ୨୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ରାଜି ହୋଇଛନ୍ତିି। ସେହିପରି ଇଏସ୍‌ଆଇ ବାବଦରେ ଏପ୍ରିଲ ମାସର ଦେୟ ପୈଠର ସମୟସୀମା ୧୫ ଦିନ ବଦଳରେ ୪୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବାତ୍ୟା ଜନିତ ସମସ୍ୟା ସଂପର୍କରେ ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବାତ୍ୟା ଯୋଗୁଁ ଇପିଏଫ୍‌ ଓ ଇଏସ୍‌ଆଇ ଉପଭୋକ୍ତାମାନେ ନିର୍ଧାରିତ ସମୟରେ ସେମାନଙ୍କର ଦେୟ ଓ ରିଟର୍ଣ୍ଣ ଦାଖଲ କରିବାରେ ସମସ୍ୟା ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ବିଚାର କରି ଇପିଏଫ୍‌ ଦେୟ ପୈଠ ନିମନ୍ତେ ଜରିମାନା ବ୍ୟବସ୍ଥାକୁ ସଂପୃକ୍ତ କର୍ତୃପକ୍ଷ ସ୍ଥଗିତ କରିଛନ୍ତି। ସେହିପରି ଇଏସ୍‌ଆଇ ଦେୟ ପୈଠ ସମୟସୀମା ବି ବୃଦ୍ଧି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe