ପୁଲିସ ଜବତ କରିଥିବା ଟ୍ରକ୍‌ରୁ ଯନ୍ତ୍ରାଂଶ ଚୋରି: ୩ ଗିରଫ

Advertisment

ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ହେପାଜତରେ ଥିବା ଦୁର୍ଘଟଣା ଗ୍ରସ୍ତ ଟ୍ରକ୍‌ରୁ ବିଭିନ୍ନ ଯନ୍ତ୍ରାଂଶ ଚୋରି ଅଭିଯୋଗରେ ପୁଲିସର ତଦନ୍ତରେ ତିନି ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି...

ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ହେପାଜତରେ ଥିବା ଦୁର୍ଘଟଣା ଗ୍ରସ୍ତ ଟ୍ରକ୍‌ରୁ ବିଭିନ୍ନ ଯନ୍ତ୍ରାଂଶ ଚୋରି ଅଭିଯୋଗରେ ପୁଲିସର ତଦନ୍ତରେ ତିନି ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି...

1Equipment stolen from truck seized by police: 3 arrested

Equipment stolen from truck seized by police: 3 arrested Photograph: (sambad.in)

ରିଆମାଳ: ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ହେପାଜତରେ ଥିବା ଦୁର୍ଘଟଣା ଗ୍ରସ୍ତ ଟ୍ରକ୍‌ରୁ ବିଭିନ୍ନ ଯନ୍ତ୍ରାଂଶ ଚୋରି ଅଭିଯୋଗରେ ପୁଲିସର ତଦନ୍ତରେ ତିନି ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେମାନେ ହେଲେ ଗାଡିଆପାଳ ଗ୍ରାମର ସଞ୍ଜୟ ନାଏକ, ଜିତେନ୍ଦ୍ର ନାଏକ ଓ ପ୍ରଭାସ ମହାନ୍ତି ।ଏହି ତିନି ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମାତ୍ର ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।

ସୂଚନା ଅନୁସାରେ ଗତ ମାର୍ଚ୍ଚ ୧୪ ତାରିଖ ଓଡି-୨୩-ଜି-୦୬୯୧ ନମ୍ବର ଥିବା ଏକ ଟ୍ରକ୍ ଗାଡି ବୁଢାପାଳ ରୁ ଦେବଗଡ ଆସୁଥିବା ବେଳେ ସାମ୍ନାରୁ ଆସୁଥିବା ଏକ ମାଲ ବୋଝେଇ ପିକଅପ ଭ୍ୟାନ ସହିତ ଧକ୍କା ହୋଇଥିଲା । ଦୁର୍ଘଟଣାସ୍ଥଳରୁ କୁଣ୍ଢେଇଗୋଳା ପୁଲିସ ଉକ୍ତ ଦୁଇ ଗାଡିକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଥିଲା ।

ଅଧିକ ପଢ଼ନ୍ତୁ: କେନ୍ଦ୍ରାପଡ଼ା ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା ବିଜେଡି

ଗତ ଜୁଲାଇ ୨୭ ତାରିଖ ସନ୍ଧ୍ୟା ୭ଟା ସମୟରୁ ୨୮ ଜୁଲାଇ ରାତି ୧୧.୩୦ ପର୍ଯ୍ୟନ୍ତ ବୁଢାପାଳରେ ଗାଡ଼ି କୌଣସି କାରଣରୁ ଟଣା ହୋଇ ନ ପାରିବାରୁ ଏକ ହୋଟେଲ ସମ୍ମୁଖରେ ଗାଡ଼ି ରଖା ହେଇଥିଲା ।  ୨୯ ତାରିଖ ସକାଳୁ କୁଣ୍ଢେଇଗୋଳା ଥାନା ସମ୍ମୁଖରେ ଏହି ଗାଡି ରହିଥିଲା ।

ତେବେ ଗାଡିରୁ ଟାୟାର ଏବଂ ରିଙ୍ଗ୍ ସମେତ ୨ ଟି ବ୍ୟାଟେରି, ୪ଟି ରିଙ୍ଗ୍ ଏକ୍ସେଲ ଏବଂ କିଛି  ଯନ୍ତ୍ରାଂଶ ଚୋରି ହୋଇଥିଲା । ଏନେଇ ଗାଡି ମାଲିକ ରେଡାଖୋଲ ଥାନା ବନ୍ଧୁପାଲି ଗ୍ରାମର ମହେନ୍ଦ୍ର ପ୍ରଧାନ ଗାଡିରୁ ଯନ୍ତ୍ରାଂଶ ଚୋରି ହୋଇଥିବା ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିବା ବେଳେ ତିନି ଅଭିଯୁକ୍ତ  ଗିରଫ ହୋଇଛନ୍ତି । ଅଧିକ ତଦନ୍ତ ଜାରି ରହିଛି।

ଅଧିକ ପଢ଼ନ୍ତୁ: ଖାତକୁ ଖସିଲା ଯବାନଙ୍କୁ ନେଇ ଯାଉଥିବା ବସ୍: ୩ସହିଦ୍, ୧୬ ଆହତ

 Deogarh | Crime 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe