ଉଦଳା-ବାରିପଦା ରାସ୍ତାରେ ରାଜ୍ୟପାଳଙ୍କ ଏସ୍କର୍ଟ ଗାଡ଼ି ଦୁର୍ଘଟଣାଗସ୍ତ

ଉଦଳା-ବାରିପଦା ରାସ୍ତାରେ ରାଜ୍ୟପାଳଙ୍କ ଏସ୍କର୍ଟ ଗାଡ଼ି ଦୁର୍ଘଟଣାଗସ୍ତ

ବାରିପଦା : ଉଦଳାରୁ ବାରିପଦା ଯିବା ବାଟରେ ପୁରୁଣାପାଣି ନିକଟରେ ଗୁରୁବାର ଅପରାହ୍ନରେ ରାଜ୍ୟପାଳଙ୍କ ଏସ୍କର୍ଟ ଗାଡ଼ି ଦୁଇଟି ଦୁର୍ଘଟଣାଗସ୍ତ ହୋଇଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି।

ସୂଚନାଯୋଗ୍ୟ, ରାଜ୍ୟପାଳଙ୍କ ଗାଡ଼ି ଉଦଳାରୁ ବାରିପଦା ରାସ୍ତାରେ ଯିବା ସମୟରେ ଜଣେ ସାଇକେଲ ଆରୋହୀ ହଠାତ ଗାଡ଼ି ସାମ୍ନାକୁ ପଶି ଆସିଥିଲେ। ଫଳରେ ଆଗପଛ ହୋଇ ଯାଉଥିବା ରାଜ୍ୟପାଳଙ୍କ ଦୁଇଟି ଏସ୍କର୍ଟ ଗାଡ଼ି ମଧ୍ୟରୁ ଗୋଟିଏ ବ୍ରେକ୍‌ ଦେଇଥିବା ବେଳେ ଅନ୍ୟ ଏସ୍କର୍ଟ ଗାଡ଼ିଟି ଆଗ ଗାଡ଼ି ସହିତ ଆସି ପିଟି ହୋଇଯାଇଥିଲା। ଏହି ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇ ନ ଥିବା ସୂଚନା ମିଳି ଥିବା ବେଳେ ଗାଡ଼ି ଦୁଇଟି ପରସ୍ପର ସହିତ ପିଟି ହେବା ହେତୁ କ୍ଷତିଗ୍ରସ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe