ଭୁବନେଶ୍ବର: ଭୁବନେଶ୍ବରରେ ପ୍ରତିଷ୍ଠା ହେବ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ମେଡିକାଲ କଲେଜ। ରାଜଧାନୀର ଅନ୍ଧାରୁଆ ଅଞ୍ଚଳରେ ଏହି ମେଡିକାଲ କଲେଜ ପାଇଁ ଇଏସ୍ଆଇସିର ମେଡିକାଲ ଶିକ୍ଷା ପ୍ରକୋଷ୍ଠ ପକ୍ଷରୁ ଅନୁମୋଦନ ଦିଆଯାଇଛି। ୨୦୨୬-୨୭ ଶିକ୍ଷାବର୍ଷରେ ୫୦ ସିଟ୍ରେ ମେଡିକାଲ ପାଠପଢ଼ା ହେବ। ଓଡ଼ିଶା ସମେତ ଅନ୍ୟ ୧୦ଟି ସ୍ଥାନରେ ଏହି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଅନୁମତି ଦିଆଯାଇଛି। କେନ୍ଦ୍ରରେ ୟୁପିଏ ସରକାର ସମୟରେ ଓଡ଼ିଶାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଯୋଜନା ହୋଇଥିଲା।
PMAY: ଗରିବ ଅସହାୟଙ୍କ ପାଇଁ ଆବାସ ଯୋଜନା ସାତସପନ
ଇନ୍ଷ୍ଟିଚ୍ୟୁଟ୍ ଅଫ ମାଥ୍ମେଟିକ୍ସ ନିକଟରେ ୨୫ ଏକର ଜମି ଅଧିଗ୍ରହଣ ପାଇଁ ପ୍ରସ୍ତୁତି ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ମେଡିକାଲ କଲେଜ ନିଷ୍ପତ୍ତି ବଦଳି ଯାଇଥିଲା ଏବଂ ଭୁବନେଶ୍ବରରେ ୧୫୦ ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍ପିଟାଲ ଖୋଲିବା ପାଇଁ ଘୋଷଣା ହୋଇଥିଲା। ଏହି ସମୟରେ ବିହାରରେ ଇଏସ୍ଆଇସିର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଓଡ଼ିଶାରେ ମେଡିକାଲ କଲେଜ ପ୍ରତିଷ୍ଠାରେ ଅସୁବିଧା କେଉଁଠି ରହିଛି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ହୋଇଥିଲା। ଦୀର୍ଘବର୍ଷ ପରେ କେନ୍ଦ୍ର ସରକାର ଓଡ଼ିଶାରେ ଇଏସ୍ଆଇ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ଅନୁମୋଦନ ଦେଇଛନ୍ତି।
ଇଏସ୍ଆଇସି ପକ୍ଷରୁ କୁହାଯାଇଛି ଯେ ଗତବର୍ଷ ଜୁନ୍ ମାସରେ ସିମ୍ଲାରେ ନିଗମର ୧୬୯ତମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ରାଜ୍ୟରେ ୧୦ଟି ଇଏସ୍ଆଇ ମେଡିକାଲ କଲେଜ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ପଶ୍ଚିମବଙ୍ଗର ଆସନସୋଲ, ମହାରାଷ୍ଟର ପୁନେସ୍ଥିତ ବିବେୱାଡ଼ି ଓ ନାଗପୁର, ଗୋଆର ମାରଗାଓଁ, ଆନ୍ଧ୍ରର ବିଶାଖାପାଟଣା, ଉତ୍ତରପ୍ରଦେଶର କାନପୁରସ୍ଥିତ ପାଣ୍ଡୁନଗର, ଗୁଜରାଟର ସୁରଟ, କେରଳର କୋଲ୍ଲମ ଓ ହରିୟାଣାର ମାନେସର ରହିଛି। ସବୁ ସ୍ଥାନରେ ୫୦ ସିଟ୍ରେ ପାଠପଢ଼ା ପାଇଁ ଅନୁମତି ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/25/esi-hospital-2025-12-25-03-31-03.jpg)