ଇଏସ୍‌ଆଇ ମଡେଲ ହସ୍ପିଟାଲ, ୧୦ ଡାକ୍ତରରେ ଚାଲିଛି ଚିକିତ୍ସା

Advertisment

ନାହାନ୍ତି ୧୩ ଡାକ୍ତର ଓ ଆବଶ୍ୟକ କର୍ମଚାରୀ

ନାହାନ୍ତି ୧୩ ଡାକ୍ତର ଓ ଆବଶ୍ୟକ କର୍ମଚାରୀ

ଇଏସ୍‌ଆଇ ମଡେଲ ହସ୍ପିଟାଲ, ୧୦ ଡାକ୍ତରରେ ଚାଲିଛି ଚିକିତ୍ସା

ରାଉରକେଲା: ପଶ୍ଚିମ ଓଡ଼ିଶାର ଏକମାତ୍ର ଇଏସ୍‌ଆଇ ମଡେଲ ହସ୍ପିଟାଲ ବର୍ଷ ବର୍ଷ ଧରି ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ବିଭାଗୀୟ ଅଧିକାରୀ ଓ  ଶ୍ରମିକଙ୍କ ସଙ୍ଗଠନଗୁଡ଼ିକର ଅବହେଳା ଯୋଗୁଁ  ଏଭଳି ସ୍ଥିତି ଉପୁଜିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଡାକ୍ତରଙ୍କଠୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ଅନେକ ପଦବୀ ଖାଲି ପଡିଛି। ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ନାହିଁ। ଫଳରେ ଇଏସ୍‌ଆଇ ବୀମାଭୁକ୍ତ ଶ୍ରମିକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ଇସ୍‌ଆଇ ବୀମାଭୁକ୍ତ ଶ୍ରମିକ ହସ୍ପିଟାଲକୁ ଆସୁଛନ୍ତି।

ଉପଯୁକ୍ତ ଚିକିତ୍ସା ନମିଳିବାରୁ ଫେରି ଯିବାକୁ ବାଧ୍ୟ ହୋଇଛନ୍ତି। କହିବାକୁ ଗଲେ ଇଏସ୍‌ଆଇ ମଡେଲ ହସ୍ପିଟାଲ ଏକ ପ୍ରକାର ରେଫରାଲ୍‌ ହସ୍ପିଟାଲ ପରିଣତ ହୋଇଛି। ଶିଳ୍ପ ସମୃଦ୍ଧ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ଇଏସ୍ଆଇ ବୀମାଭୁକ୍ତ ଓ ତାଙ୍କର ପରବାର ବର୍ଗଙ୍କୁ ମିଶାଇ ପ୍ରାୟ ୩ ଲକ୍ଷ ହିତାଧିକାରୀ ରାଉରକେଲା ଇଏସ୍ଆଇ ମଡେଲ ହସ୍ପିଟାଲ ଉପରେ ନିର୍ଭରଶୀଳ। ୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ଆବଶ୍ୟକ ଡାକ୍ତର ପଦବୀ ବର୍ଷ ବର୍ଷ ଧରି ପୂରଣ ହେଉ ନାହାନ୍ତି। ହସ୍ପିଟାଲରେ ବିଭିନ୍ନ ବିଭାଗରେ ମୋଟ ୨୩ ଜଣ ଡାକ୍ତର ଆବଶ୍ୟକତା ରହିଛଇ। ଏମାନଙ୍କ ମଧ୍ୟରେ ୬ ସ୍ପେଶିଆଲିଟି ଡାକ୍ତର ରହିବା କଥା। ଏବେ ଅଛନ୍ତି ମାତ୍ର ୧୦ ଜଣ ଡାକ୍ତର। ସବୁଠୁ ଆଶ୍ଚର୍ଯ୍ୟ କଥା ହସ୍ପିଟାଲରୁ ୩ ଜଣ ଡାକ୍ତର ଉଚ୍ଚ ଶିକ୍ଷା ପାଇଁ ଚାଲିଯାଇଛନ୍ତି। ଅନ୍ୟ ତିନି ଡାକ୍ତରଙ୍କୁ ଭୁବନେଶ୍ବରସ୍ଥ ମୁଖ୍ୟ ଇଏସ୍ଆଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ପ୍ରତିବର୍ଷ ୫ ଜଣ ଡାକ୍ତର ଦିଲ୍ଲୀରୁ ଏହି ହସ୍ପିଟାଲକୁ ହାଉସ୍‌ ସର୍ଜନ ପାଇଁ ଆସିଥାନ୍ତି। ଗୁରୁତର ରୋଗୀଙ୍କୁ ଏହି ହସ୍ପିଟାଲରୁ ଓଡ଼ିଶା ଡାକ୍ତରମାନେ ଲେଖିଥିବା ଔଷଧ ବିତରଣ କେନ୍ଦ୍ରରେ ମିଳୁନାହିଁ।  ବିଭିନ୍ନ ରକ୍ତ ପରୀକ୍ଷାର ସମୟ ସକାଳ ସାଢ଼େ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ଦେଢ଼ଟା ପର୍ଯ୍ୟନ୍ତ ଚାଲିବାର ନିୟମ ରହିଛି। ପରୀକ୍ଷା  ରିପୋର୍ଟ ଅପରାହ୍ନ ସାଢ଼େ ୩ଟାରେ ଆସେ। ସେତେବେଳକୁ ଡାକ୍ତରମାନେ ଚାଲିଯାଇଥାନ୍ତି। ଯାହା ଫଳରେ ରୋଗୀମାନେ ପରାମର୍ଶ ବିନା ବା ତା’ ପରଦିନ ପରାମର୍ଶ ପାଇଁ ଅପେକ୍ଷା କରନ୍ତି। ଡାକ୍ତର ଓ କର୍ମଚାରୀମାନେ ସଠିକ୍‌ ସମୟରେ ହସ୍ପିଟାଲକୁ ଆସୁନଥିବା ରୋଗୀମାନେ ଅଭିଯେଗା କରିଛନ୍ତି। ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କୁ ସୁଷମ ଖାଦ୍ୟ ମିଳୁନି।

ମେଡ଼ିକାଲ ଅଧୀକ୍ଷକଙ୍କ ଏଭଳି ସମସ୍ୟାକୁ ଯେତିକି ଗୁରୁତ୍ବ ଦେବା କଥା ସେତିକି ଗୁରୁତ୍ବ ଦେଉ ନଥିବା ଅଭିଯୋଗ ହେଉଛି। ହସ୍ପିଟାଲରେ ବାରମ୍ବାର ଲାଗୁ ରହୁଥିବା ଏଭଳି ସମସ୍ୟାର ସମାଧାନ ଦାବିରେ  ସୁନ୍ଦରଗଡ଼ ଇଣ୍ଡଷ୍ଟ୍ରିଆଲ ମଜଦୁର ୟୁନିୟନର ସାଧାରଣ ସମ୍ପାଦକ ଜାହାଙ୍ଗୀ  ଅଲ୍ଲୀ ଭୁବନେଶ୍ବରସ୍ଥ ଉପ ନିର୍ଦ୍ଦେଶକଙ୍କୁ ପତ୍ର ମାଧ୍ୟମରେ ଜଣାଇଥିଲେ। ବିଭାଗୀୟ ଅଧିକାରୀ କିନ୍ତୁ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି। ପ୍ରତିବାଦରେ ଆଗାମ ଦିନରେ ୟୁନିୟନ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି। ତେବେ ଶ୍ରମିକ ସଙ୍ଗଠନଗୁଡ଼ିକର ଆନ୍ଦୋଳନ ଇସ୍‌ଆଇ ମଡେଲ ହସ୍ପିଟାଲର ସମସ୍ୟାକୁ ଦୂର କରିପାରୁଛି କି ନାହିଁ, ତା’ ଉପରେ ସମସ୍ତଙ୍କର ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe