ରାଜ୍ୟରେ ସମୁଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେଉ

Advertisment

‘ଜାତୀୟ ସାଗରମାଳା’ର ବୈଠକରେ ଦାବି କଲେ ରାଜ୍ୟ ସରକାର

‘ଜାତୀୟ ସାଗରମାଳା’ର ବୈଠକରେ ଦାବି କଲେ ରାଜ୍ୟ ସରକାର

ରାଜ୍ୟରେ ସମୁଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେଉ

Business Standard

ଭୁବନେଶ୍ବର : ଦେଶର ଅର୍ଥନୈତିକ ଓ ସାଂସ୍କୃତିକ ବିକାଶରେ ସମୁଦ୍ରୀୟ ପରିବହନ ଏକ ପ୍ରମୁଖ ସ୍ଥାନ ହାସଲ କରିଛି। ଦେଶର ୯୫ ପ୍ରତିଶତ କାରବାର କେବଳ ସମୁଦ୍ର ପଥ ଜରିଆରେ ହୋଇଥାଏ। ତେଣୁ ଭବିଷ୍ୟତକୁ ନଜରରେ ରଖି ଓଡ଼ିଶାରେ ଏକ ସମୁଦ୍ରୀୟ ବିଶ୍ବବିଦ୍ୟାଳୟ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ଦିଲ୍ଲୀର ବିଜ୍ଞାନ ଭବନରେ ଆଜି ତୃତୀୟ ‘ଜାତୀୟ ସାଗରମାଳା’ର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯୋଗଦେଇ ଶ୍ରୀ ବେହେରା କହିଛନ୍ତି ଯେ ଓଡ଼ିଶା ଏକ ସମୁଦ୍ରୀୟ ରାଜ୍ୟ। ଯାହାର ପ୍ରାୟ ୨୮୦ କି.ମି ସମୁଦ୍ର ଉପକୂଳ ପଥ ରହିଛି। ରାଜ୍ୟ ସରକାର ଇତିମଧ୍ୟରେ ୧୪ଟି ସମୁଦ୍ର ଉପକୂଳ ସ୍ଥାନ ଚିହ୍ନଟ କରି ଅଣ ବାଣିଜ୍ୟିକ ବନ୍ଦର ରୂପେ ବିକାଶ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ବନ୍ଦର ଆଇନ ୨୦୦୪ ପ୍ରଣୟନ କରିଛନ୍ତି। ରାଜ୍ୟରେ ୬ଟି ଜାତୀୟ ଜଳପଥ ଯଥା ଏନ୍‌ଡବ୍ଲୁ-୫, ୧୪, ୨୨, ୨୩, ୬୫ ଓ ୯୬ ରହିଛି। ଅଣ ବାଣିଜ୍ୟିକ ବନ୍ଦର ବିକାଶ ଓ ଅନ୍ତର୍ଦେଶୀୟ ଜଳପଥ ପରିବହନର ସୁପରିଚାଳନା ପାଇଁ ଖୁବଶୀଘ୍ର ଓଡ଼ିଶା ସମୁଦ୍ରୀୟ ବୋର୍ଡ ବା ଓଡ଼ିଶା ମାରିଟାଇମ୍ ବୋର୍ଡ ଗଠନ କରାଯିବ। ଫେବ୍ରୁଆରି ୧୮ତାରିଖରେ ଏହା ରାଷ୍ଟ୍ରପତିଙ୍କ ସ୍ବୀକୃତି ଲାଭ କରିଛି। ଗତ ମାର୍ଚ ୨୮ତାରିଖରେ ଓଡ଼ିଶା ଗେଜେଟ୍‌ରେ ପ୍ରକାଶିତ ହୋଇଛି।

ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ୍‌ର ଅଖଡ଼ାଶାଳୀ ଗ୍ରାମଠାରେ ରାଜ୍ୟ ସରକାର ମହାନଦୀର ବାମପାର୍ଶ୍ବରେ ଏକ ବନ୍ଦର ପିପିପି ମୋଡରେ ବିକଶିତ କରିବା ପାଇଁ ଯୋଜନା କରିଛନ୍ତି। ରାଜ୍ୟରେ ଜଳଜାହାଜ ନିର୍ମାଣ ଓ ମରାମତି କାରଖାନା, ଭାରତୀୟ ବନ୍ଦର ପିଲ ୨୦୨୧, ଗୋପାଳପୁର-ରେଢାଖୋଲ ରେଳପଥ ନିର୍ମାଣ, ବୁରମାରମାର-ଚକୁଳିଆ ରେଳପଥ ନିର୍ମାଣ, ବାଦାମପାହାଡ଼-କେନ୍ଦୁଝର ରେଳପଥ ନିର୍ମାଣ ନେଇ ହୋଇଥିବା ଆଲେଚାନାରେ ଶ୍ରୀ ‌ବେହେରା ଅଂଶଗ୍ରହଣ କରିଥିଲେ। ବୈଠକରେ କେନ୍ଦ୍ର ବନ୍ଦର, ପରିବହନ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଓ ଅନ୍ୟ ମନ୍ତ୍ରୀଗଣ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe