ଏସ୍‌ସିବିରେ ହୃଦ୍‌ପିଣ୍ଡ ପ୍ରତିରୋପଣ ପାଇଁ ସ୍ବତନ୍ତ୍ର ଯାଞ୍ଚ ଟିମ୍‌ ଗଠନ

Advertisment

ଡିଏମ୍‌ଇଟି ନିର୍ଦ୍ଦେଶରେ ଏମ୍‌କେସିଜି ବିଶେଷଜ୍ଞଙ୍କୁ ନେଇ ଟିମ୍‌

ଡିଏମ୍‌ଇଟି ନିର୍ଦ୍ଦେଶରେ ଏମ୍‌କେସିଜି ବିଶେଷଜ୍ଞଙ୍କୁ ନେଇ ଟିମ୍‌

ଏସ୍‌ସିବିରେ ବାୟୋମେଟ୍ରିକ୍ସ ପାଇଁ ୧୦ ଲକ୍ଷ ଖର୍ଚ୍ଚ: ଏନ୍‌ଏମ୍‌ସି ଯାଉଯାଉ ଅଚଳ ହେଇଗଲା ମେସିନ୍‌

Justdial

କଟକ : କଟକ ବଡ଼ ଡାକ୍ତରଖାନାରେ ଆଗକୁ ହୃତ୍‌ପିଣ୍ଡ ପ୍ରତିରୋପଣ ପାଇଁ ଯାଞ୍ଚ କରିବେ ଏମ୍‌କେସିଜି ମେଡିକାଲ୍‌ ଟିମ୍‌। ଏଥିପାଇଁ ଡିଏମ୍‌ଇଟି, ଏମ୍‌କେସିଜି ମେଡିକାଲର ହୃଦ୍‌ରୋଗ, ସର୍ଜରି ଓ ନିଶ୍ଚେତନ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ଏକ ଟିମ୍‌ ଗଠନ ଓ ଏସ୍‌ସିବିରେ ପହଞ୍ଚି ଏହାର ଯାଞ୍ଚ ସହ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ, ଏ ସମ୍ପର୍କରେ ଉଭୟ ଏମ୍‌କେସିଜି ଓ ଏସ୍‌ସିବି ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଡିଏମ୍‌ଇଟି ଅବଗତ କରାଇଛନ୍ତି। ତେବେ ଏହି ଟିମ୍‌ କେବେ ଏସ୍‌ସିବି ଗସ୍ତରେ ଆସି ରିପୋର୍ଟ ଦେବେ ସେ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଉଲ୍ଲେଖ କରାଯାଇନି।

ଏହି ଚିଠି ଫଳରେ ଏସ୍‌ସିବି ହୃଦ୍‌ପିଣ୍ଡ ପ୍ରତିରୋପଣ ବ୍ୟବସ୍ଥା ଆଉ ପାଦେ ଆଗେଇଥିବା ଜଣାପଡ଼ିଛି। ଯେହେତୁ ଏକ୍‌ମୋ ବ୍ୟବସ୍ଥା ଏସ୍‌ସିବିରେ ହୋଇସାରିଛି ତେଣୁ ଏହି ପ୍ରତିରୋପଣ ବ୍ୟବସ୍ଥା ପାଇଁ ଏସ୍‌ସିବିରେ କ୍ଷେତ୍ର ପ୍ରସ୍ତୁତ ହୋଇସାରିଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ରାଜ୍ୟରେ ସରକାରୀ ବ୍ୟବସ୍ଥାରେ ପ୍ରଥମ ମେଡିକାଲ୍‌ କ‌ଲେଜ ଭାବେ ଏସ୍‌ସିବିରେ ଏଭଳି ବ୍ୟୟବହୁଳ ଚିକିତ୍ସା ସେବା ପାଇପାରିବେ ରାଜ୍ୟବାସୀ। ଏଠାରେ ସୂଚନାଯୋଗ୍ୟ, ଏକ୍‌ମୋ ଚିକିତ୍ସା କେବଳ କୋଭିଡ୍‌ ରୋଗୀଙ୍କ ପାଇଁ ଆବଶ୍ୟକ ହୁଏ ନୁହେଁ, ଏହାଦ୍ବାରା ଫୁସ୍‌ଫୁସ୍‌ ଓ ହୃତପିଣ୍ଡ ପ୍ରତିରୋପଣ ବ୍ୟବସ୍ଥା ବି କାର୍ଯ୍ୟକାରୀ ହୋଇଥାଏ। ଏସ୍‌ସିବିରେ ୯ଟି ଏକ୍‌ମୋ ମେସିନ୍‌ ଥିବା ବେଳେ ଏବେ ସବୁ ଖାଲି ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe