ଆଇଏଲ୍‌ଏସ୍‌ରେ ଏବିଏସ୍‌ଏଲ୍-୩ ଲ୍ୟାବ ପ୍ରତିଷ୍ଠା

Advertisment
ଆଇଏଲ୍‌ଏସ୍‌ରେ ଏବିଏସ୍‌ଏଲ୍-୩ ଲ୍ୟାବ ପ୍ରତିଷ୍ଠା

New Indian Express

ଭୁବନେଶ୍ବର : ପକ୍ଷୀଙ୍କ ଦ୍ବାରା ସାର୍ସ ଜାତୀୟ ଭୂତାଣୁ ସହ ପ୍ରାଣୀଙ୍କଠାରୁ ସୃଷ୍ଟି ହେଉଥିବା ସଂକ୍ରମଣକାରୀ ଭୂତାଣୁଙ୍କର ଯଥେଷ୍ଟ ସାମଞ୍ଜସ୍ୟ ରହିଛି। ସାର୍ସ କୋଭ୍‌-୨ ଭୂତାଣୁ ମଣିଷକୁ ସଂକ୍ରମିତ କରୁଛି। ଏହି ପ୍ରାଣୀ(ଆନିମଲ) ମଡେଲକୁ ଅନୁଧ୍ୟାନ ଓ ଅନୁଶୀଳନ କରି ଉପଯୁକ୍ତ ଟିକା, ଔଷଧ ଆଦି ବିକାଶିତ କରିହେବ। ମୂଷା, ସିରିୟାନ ହାମଷ୍ଟର ଭଳି କ୍ଷୁଦ୍ର ପ୍ରାଣୀଙ୍କୁ ସାର୍ସ କୋଭ-୨(ସାମ୍ପ୍ରତିକ କରୋନା) ପରୀକ୍ଷାରେ ବ୍ୟବହାର କରିବାରେ ସୁବିଧା ହେଉଛି। ଏହି ଜାତୀୟ ପ୍ରାଣୀ, ମଣିଷ ଶରୀରରେ ବିଶ୍ବସନୀୟ ଭାବେ ଓ ତ୍ବରିତ ବେଗରେ କୋଭିଡ-୧୯ର ନିଦାନ ପ୍ରକ୍ରିୟାକୁ ସମ୍ପନ୍ନ କରିଥାନ୍ତି। ଏବେ ଉପଲବ୍ଧ ହେଉଥିବା ବିଭିନ୍ନ ଆନିମଲ ମଡେଲ ମଧ୍ୟରୁ ହାମଷ୍ଟାରଙ୍କୁ ସାର୍ସ କୋଭ-୨ ସଂକ୍ରମଣ ଅନୁଧ୍ୟାନ କରିବାକୁ ଅଧିକ ବ୍ୟବହାର କରାଯାଉଛି। ଏହା ମଣିଷକୁ ସଂକ୍ରମଣରୁ ମୁକ୍ତ କରିବାରେ ସହାୟକ ହେଉଛି।

ଏହି ପରୀକ୍ଷା ସ୍ବତନ୍ତ୍ର ଆନିମଲ ବାୟୋ ସେଫ୍ଟି ଲେବଲ(ଏବିଏସ୍‌ଏଲ୍)-୩ ସ୍ତରର ଲାବରେଟୋରିରେ ଏସବୁ ପରୀକ୍ଷା କରିବା ଉଚିତ। ଯାହାକି ‘ଏବିଏସଏଲ-୩’ ନାମରେ ପରିଚିତ। ଏହି ଆବଶ୍ୟତକାକୁ ଉପଲବ୍ଧି କରି ଭୁବନେଶ୍ବରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ ଆଣ୍ଟି ଭାଇରାଲ ଓ ଟିକା ବିକାଶିତ କରିବା ପାଇଁ ଏହି ଆନିମଲ ମଡେଲ ଓ ଏକ ଏବିଏସ୍‌ଏଲ୍-୩ ଲ୍ୟାବ ପ୍ରତିଷ୍ଠା କରିଛି। ଆଇଏଲ୍‌ଏସ୍‌ରେ ତିଆରି ହୋଇଥିବା ଏହି ପ୍ଲାଟଫର୍ମ ମିସନ୍‌ କୋଭିଡ ସୁରକ୍ଷା କାର୍ଯ୍ୟକ୍ରମରେ ବାୟୋ ଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଣ୍ଟାଣ୍ଟ କାଉନସିଲ ବା ବିଆଇଏଆରସି ଦ୍ବାରା କରାଯାଇଛି।

ପ୍ରତିଷ୍ଠାନର କୋଭିଡ-୧୯ ଗବେଷକ ଦଳ ନିକଟରେ ଏକ ହାମଷ୍ଟର ମଡେଲ ବିକଶିତ କରିଛନ୍ତି। ଏଥିରେ ସ୍ଥାନୀୟ ଏକ ଭୂତାଣୁକୁ ବ୍ୟବହାର କରାଯାଇଛି, ଯାହା ଆଇଏଲ୍‌ଏସ୍ ଦ୍ବାରା କଲଚର ପଦ୍ଧତିରେ ବିଶେଷ ଭାବେ ସୃଷ୍ଟି କରାଯାଇଛି। ଏହି ଅନୁଷ୍ଠାନରେ କରାଯାଇଥିବା ପ୍ରୋଟୋମିକ୍ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ହାମ୍‌ଷ୍ଟରର କୋଭିଡ୍‌ ସଂକ୍ରମଣ ମଣିଷ ପ୍ରକ୍ରିୟା ସଂକ୍ରମଣ ସହ ସମାନ। ପାଥୋଫିଜିଓଲୋଜିକାଲ କୋଭିଡ ସଂକ୍ରମଣ ସ୍ଥିତି କରୋନାର ଆକ୍ରାନ୍ତ ମଣିଷଙ୍କ ସହ ଏକାଭଳି। ଏଥିରୁ ପ୍ରମାଣିତ ହେଉଛି ଯେ କୋଭିଡ-୧୯ ଗବେଷଣାର ଏହି ମଡେଲର ଯଥେଷ୍ଟ ଗୁରୁତ୍ବ ରହିଛି। ଏହି ଗବେଷଣାର ତଥ୍ୟ ଆମେରିକାର ପ୍ରତିଷ୍ଠିତ ପତ୍ରିକା ‘ଫାସେବ’ରେ ପ୍ରକାଶିତ ହୋଇଛି। ଆଇଏଲଏସ୍ ପ୍ଲାଟଫର୍ମକୁ ମୁମ୍ବାଇର ଏନ୍‌ଆଇଆରଆରଏଚ୍‌, ଆଇଆଇଟି ଇନ୍ଦୋର, ବେଙ୍ଗାଲୁରୁର ଏନ୍‌ସିବିଏସ୍‌-ଇନଷ୍ଟେମ୍‌, ପୁଣେର ଏନ୍‌ସିଏଲ୍ ଓ ମୋହାଲିର ସିଆଇଏବି ପ୍ରମୁଖ ବ୍ୟବହାର କରୁଛନ୍ତି। ଡା. ଶଶିଭୂଷଣ ସେନାପତି ଓ ଡ. ଗୁଲାମ ସୟଦଙ୍କ ନେତୃତ୍ବରେ ଏକ ଟିମ୍ ଗବେଷଣା କରିଛି।

ପ୍ରତିଷ୍ଠାନର ନିର୍ଦ୍ଦେଶକ ଡା. ଅଜୟ ପରିଡା କହିଛନ୍ତି ଯେ ଏହି ଆନିମଲ ମଡେଲ, ଏବିଏସ୍‌ଏଲ୍-୩ ସୁବିଧା ସାଂପ୍ରତିକ କରୋନା ଟିକା, ଔଷଧର ବିକାଶ ଓ ପରୀକ୍ଷାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏହି କାମକୁ ଆହୁରି ବଢ଼ାଇବାକୁ ପ୍ରତିଷ୍ଠାନ ପକ୍ଷରୁ ଟ୍ରାନ୍ସଜେନିକ ମାଇସ୍ କଲୋନି ତିଆରି କରାଯାଇଛି। ଏହି ସୁବିଧା ପାଇଁ ମୁକ୍ତ ଭିତ୍ତିରେ କିମ୍ବା ଅଂଶୀଦାରୀରେ ଉପଲବ୍ଧ ହେବ। ଗବେଷକ, ଶିକ୍ଷାବିତ୍ ଓ ଷ୍ଟାଟଅପ୍‌ଗୁଡ଼ିକ ଏହାର ସୁଯୋଗ ଲାଭ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe