Maa Rudrakali's new temple Photograph: (sambad.in)
ଘୁ.ଉଦୟଗିରି: ଘୁ.ଉଦୟଗିରି ସହରର ପ୍ରଖ୍ୟାତ ଦେବୀ ମା’ ରୁଦ୍ରକାଳୀଙ୍କ ନୂତନ ମନ୍ଦିର ଟେଲିଫୋନ ଭବନ ସମ୍ମୁଖରେ ନିର୍ମାଣ ଚାଲିଥିବା ବେଳେ ମନ୍ଦିରର ରତ୍ନ ଗର୍ଭ ମୁଦ ପ୍ରତିଷ୍ଠା କାର୍ଯ୍ୟକ୍ରମ ଚଳିତ ମାସ ୨୨ଠାରୁ ୨୪ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ଏହି ତିନି ଦିନ ନାମ ଯଜ୍ଞ,ଘୃତ ଯଜ୍ଞ,ଅନ୍ନ ଯଜ୍ଞ ପ୍ରଭୁତି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସୋମବାର ନୂତନ ମନ୍ଦିର ନିର୍ମାଣ ସ୍ଥଳରେ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ପୁରୋହିତ ସୂର୍ଯ୍ୟ ନାରାୟଣ ଆଚାର୍ଯ୍ୟଙ୍କ ପୌରହିତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂଜାପାଠ,ହୋମ,ଯଜ୍ଞ କରାଯାଇ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା।ପୁରୋହିତ ସଞ୍ଜୟ ଆଚାର୍ଯ୍ୟ ସହଯୋଗ କରିଥିବା ବେଳେ ଗଞ୍ଜାମ ଜିଲ୍ଲାର ଗାଲେରିର ଦୁଇ ଜଣ ପଣ୍ଡିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପୂଜାପାଠ କରିଥିଲେ।
ଅଧିକ ପଢ଼ନ୍ତୁ: କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ନେଇ ଖୁଵ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ: ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ
କର୍ତ୍ତାଭାବେ ଶରଣ ପଞ୍ଜର ମାଝୀ,ପ୍ରଦୀପ କୁମାର ସାହୁ ଉପସ୍ଥିତ ଥିଲେ।ମନ୍ଦିର ପରିଚାଳନା କମିଟି ସଭାପତି କାଳୁ ଚରଣ ପଣ୍ଡା,ସମ୍ପାଦକ ସମୀର କୁମାର ପାଢୀ ଅଧିକାରୀ ଜବାହାରଲାଲ ପରିଛା,ଜୟ ନାୟକ,ରାଜୁ ନାୟକ,ଆଦିତ୍ୟ ନାୟକ, ମଳୟ ମହାନ୍ତି,ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
ଅଧିକ ପଢ଼ନ୍ତୁ: ଚନ୍ଦ୍ରପୃଷ୍ଟରେ ଅବତରଣ କରିଛି ବ୍ଲୁ ଘୋଷ୍ଟ ମହାକାଶଯାନ
Follow Us