ବରଗଡ଼ ଜିଲ୍ଲାରେ ଦ୍ୱିତୀୟ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଚୂଡ଼ାନ୍ତ

ବରଗଡ଼ ଜିଲ୍ଲାରେ ଦ୍ୱିତୀୟ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଚୂଡ଼ାନ୍ତ

ବରଗଡ଼ : ବରଗଡ଼ ଜିଲ୍ଲାରେ ଦ୍ବିତୀୟ କେନ୍ଦ୍ରୀୟ ବିଦ୍ୟାଳୟ ପଦ୍ମପୁରରେ ପ୍ରତିଷ୍ଠା ଚୂଡ଼ାନ୍ତ ହୋଇଛି। ପଦ୍ମପୁରରୁ ଭେଟିବାକୁ ଯାଇଥିବା ଏକ ପ୍ରତିନିଧି ଦଳକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ମଂଗଳବାର ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀ ଠାରେ  କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ପଦ୍ମପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଦାବି ଦୋହରାଇଥିଲା।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା ପରେ ପଦ୍ମପୁରଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଏବଂ ରାଜ୍ୟ ସରକାରଙ୍କ ସହ ଆବଶ୍ୟକୀୟ ପ୍ରକ୍ରିୟା ସମାପ୍ତ ପରେ ତୁରନ୍ତ ବିଦ୍ୟାଳୟର ପ୍ରତିଷ୍ଠା କରାଯିବ ବୋଲି ସୂଚନା ଦେଇଥିଲେ। ପ୍ରତିନିଧି ଦଳରେ ସମାଜସେବୀ ସଂଜୀବ ମାଝୀ ଓ ଶଶାଙ୍କ ଶେଖର ସାହୁ ସାମିଲ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe