ସହକାରୀ ଜିଲ୍ଲାପାଳଙ୍କ ସହ ୮ ଜଣଙ୍କ ନାଁରେ ଏତଲା: ମିଥ୍ୟା ଜାତିଗତ ପ୍ରମାଣପତ୍ରରେ ଚାକିରି

ମିଥ୍ୟା ଜାତିଗତ ପ୍ରମାଣପତ୍ରରେ ଚାକିରି ଓ ସରକାରୀ ସୁବିଧା ହାତେଇବା ଅଭିଯୋଗରେ ୮ ଜଣଙ୍କ ନାଁରେ ଥାନାରେ ଏତଲା ଦେଇଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ। ଅଣଆଦିବାସୀ ହୋଇ ଆଦିବାସୀ ଜାତି ପ୍ରମାଣପତ୍ର ହାତେଇବା ଅଭିଯୋଗର ତଦନ୍ତ ପରେ ଜାତିଗତ...

sfsfs

ନବରଙ୍ଗପୁର: ମିଥ୍ୟା ଜାତିଗତ ପ୍ରମାଣପତ୍ରରେ ଚାକିରି ଓ ସରକାରୀ ସୁବିଧା ହାତେଇବା ଅଭିଯୋଗରେ ୮ ଜଣଙ୍କ ନାଁରେ ଥାନାରେ ଏତଲା ଦେଇଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ। ଅଣଆଦିବାସୀ ହୋଇ ଆଦିବାସୀ ଜାତି ପ୍ରମାଣପତ୍ର ହାତେଇବା ଅଭିଯୋଗର ତଦନ୍ତ ପରେ ଜାତିଗତ ପ୍ରମାଣପତ୍ରକୁ ବାତିଲ କରି ଏହି ପଦକ୍ଷେପ ନେଇଛି ପ୍ରଶାସନ। ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର କୁମାର ପାଲକା ନବରଙ୍ଗପୁର ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରିଛି। ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ନବରଙ୍ଗପୁର ସହର ଗାଦବାଗୁଡ଼ାର ସୁଚିତ୍ରା ମାଝୀ, ତାରାଗାଁର ଅବସରପ୍ରାପ୍ତ ଅଧିକାରୀ ପ୍ରଦୀପ କୁମାର ଓଡ଼ୁ, ତାଙ୍କ ପରିବାରର ଶରତ କୁମାର ଓଡୁ, ବିଜୟ ବସନ୍ତ ଓଡ଼ୁ, ବସନ୍ତ ଓଡୁ, ସେନାପତି ସାହିର କୁନାଲ ରାଜ ଭତ୍ରା, କିଶୋରୀ ସ୍ନେହୀ ଭତ୍ରା, କୋରେଶ ଚନ୍ଦ୍ର ଭତ୍ରାଙ୍କ ନାମରେ ପୁଲିସ୍‌ ୩ଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପାଲକା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଅଭିଯୋଗକାରୀଙ୍କ ନାଁରେ ମିଥ୍ୟା ଜାତିଗତ ପ୍ରମାଣପତ୍ର ହାତେଇଥିବା ନେଇ ଅଭିଯୋଗ ଥିଲା। ବ୍ରହ୍ମପୁର ଆର୍‌ଡିସିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୮ ଜଣ ମିଥ୍ୟା ଜାତିଗତ ପ୍ରମାଣପତ୍ର ହାତେଇଥିବା ନେଇ ପ୍ରମାଣ ମିଳିଥିଲା। ଫଳରେ ୩ଟି ପରିବାରର ୮ ଜଣଙ୍କ ପ୍ରମାଣପତ୍ର ବାତିଲ ହୋଇଥିଲା। ଜିଲ୍ଲାସ୍ତରୀୟ କମିଟିର ନିର୍ଦ୍ଦେଶକ୍ରମେ ମିଥ୍ୟା ଜାତିଗତ ପ୍ରମାଣପତ୍ର ହାତେଇବା ଏବଂ ବିଭିନ୍ନ ସରକାରୀ ସୁବିଧା ପାଇବା ଅଭିଯୋଗରେ ଥାନାରେ ଏତଲା ‌ଦେବାକୁ ନିର୍ଦ୍ଦେଶ ହୋଇଥିଲା। ନିର୍ଦ୍ଦେଶ ଅନୁସାରେ ଥାନାରେ ଏତଲା ଦେଇଥିବା ଶ୍ରୀ ପାଲକା କହିଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ସଭାପତି ଅର୍ଜୁନ ଭତରା କହିଛନ୍ତି, ୨୦୧୧ ମସିହାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାର ୧୩୭ ଜଣଙ୍କ ନାମରେ ଜାତିଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ଅଭିଯୋଗ କରାଯାଇଛି। ବର୍ତ୍ତମାନ କେବଳ ୮ ଜଣଙ୍କ ନାମରେ ଏତଲା ଦିଆଯାଇଛି। ତୁରନ୍ତ ସମସ୍ତ ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ଭତରା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe