‌‌କେଏମ୍‌ବିବି +୩ ମହାବିଦ୍ୟାଳୟ‌ରେ ୟୁଫୋରିଆ-୨୦୨୧

Advertisment
‌‌କେଏମ୍‌ବିବି +୩ ମହାବିଦ୍ୟାଳୟ‌ରେ ୟୁଫୋରିଆ-୨୦୨୧

ଭୁବନେଶ୍ୱର : ନରଣପୁରସ୍ଥିତ କେଏମ୍‌ବିବି ଡିଗ୍ରି କଲେଜରେ ଆଜି ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ବାଗତ ଉତ୍ସବ ‘ୟୁଫୋରିଆ-୨୦୨୧’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଜୁନି ଚରଣ ସୂତାର ସ୍ବାଗତ ଭାଷଣ ପ୍ରଦାନ କରି ଛାତ୍ରଛାତ୍ରୀମାନେ ଜୀବନରେ ସଫଳତାର ସହ ଉନ୍ନତି କରିବା ସହ ବିଶ୍ବବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ପାଇଁ ପ୍ରେରଣା ଦେଇଥିଲେ। ମହାବିଦ୍ୟାଳୟର ନିର୍ଦ୍ଦେଶକ (ଆଡମିନିଷ୍ଟ୍ରେସନ୍‌) ପ୍ରଫେସର୍‌ ସରୋଜ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଉନ୍ନତ ଭବିଷ୍ୟତ କାମନା କରିବା ସହ ଜୀବନରେ ଜଣେ ଭଲ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ। ମହାବିଦ୍ୟାଳୟର ଉପାଧ୍ୟକ୍ଷ ସୀତାଂଶୁ ଶେଖର ରାଉତ ସଫଳ ଛାତ୍ରର ମହତ୍ତ୍ବ ବୁଝାଇବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।

କାର୍ଯ୍ୟକ୍ରମରେ ‘ମିଷ୍ଟର ଫ୍ରେସର୍‌’ ଭାବେ ପ୍ରୀତମ୍‌ କୁମାର ଗଡ଼ନାୟକ ଏବଂ ‘ମିସ୍‌ ଫ୍ରେସର୍‌’ ଭାବେ ସଂଧ୍ୟାରାଣୀ ସାହୁ ଯୋଗ୍ୟ ବିବେଚିତ ହୋଇଥିଲେ। ଶେଷରେ ଯୁକ୍ତ ୩ ବିଜ୍ଞାନ ପାଠ୍ୟକ୍ରମର ମୁଖ୍ୟ ମିନତିପ୍ରଭା ସାହୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଯୁକ୍ତ ୩ର ସମସ୍ତ ବର୍ଷର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe