ବିଦ୍ୟାଳୟ ନିର୍ମାଣର ୧୦ବର୍ଷ ପରେ ମଧ୍ୟ ଶିକ୍ଷାଦାନ ଶୂନ୍‌, ଏଜୁକେସନ କମ୍ପ୍ଲେକ୍ସ ଏବେ ଭୂତକୋଠି

ବିଦ୍ୟାଳୟ ନିର୍ମାଣର ୧୦ବର୍ଷ ପରେ ମଧ୍ୟ ଶିକ୍ଷାଦାନ ଶୂନ୍‌, ଏଜୁକେସନ କମ୍ପ୍ଲେକ୍ସ ଏବେ ଭୂତକୋଠି

ଚନ୍ଦ୍ରଗିରି : ମୋହନା ବ୍ଲକ୍‌ ଧାଡିଆମ୍ବ ପଞ୍ଚାୟତର ପଲ୍ଲାବନ୍ଧା ଗ୍ରାମରେ ସୌରା ଉନ୍ନୟନ ସଂସ୍ଥା ଦ୍ବାରା ସ୍ଥାନୀୟ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ ନିମନ୍ତେ ଏଜୁକେସନ କମ୍ପ୍ଲେକ୍ସ ନିର୍ମାଣ ହୋଇଥିଲା। ହେଲେ ବିଦ୍ୟାଳୟ ନିର୍ମାଣ ହେବାର ୧୦ବର୍ଷ ପରେ ମଧ୍ୟ ଏଠାରେ ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଫଳରେ ବିଦ୍ୟାଳୟଟି ଭୂତକୋଠି ପରିଣତ ହୋଇଯାଇଛି। କୋଟି କୋଟି ଟଙ୍କାରେ ନିର୍ମିତ ବିଦ୍ୟାଳୟ କୋଠାର ସମସ୍ତ ବିଦ୍ୟୁତ୍ ସଂରଞ୍ଜାମ ଓ ଅନ୍ୟାନ୍ୟ ସମାଗ୍ରୀ ଚୋରି କରି କେହି ନେଇ ଯାଇଥିବା ପଲ୍ଲାବନ୍ଧା ଗ୍ରାମବାସୀ କହିଛନ୍ତି।

ସୂଚନା ପ୍ରକାରେ ଆଦିବାସୀ ବହୁଳ ମୋହନା ବ୍ଲକ୍‌ର ୯ଟି ପଞ୍ଚାତ ଯଥା ଚନ୍ଦ୍ରଗିରି, ଧାଡିଆମ୍ବ, ବାଘମାରୀ, ଜିରାଙ୍ଗ, ଲବାରସିଂ, ମାଣିକପୁର, ଅନ୍ତରବା, ଚୁଡଙ୍ଗପୁର ଓ ବଡସିନ୍ଦବାର ୩୨ଟି ଗ୍ରାମର ସଉରା ଜନଜାତିର କେବଳ ପୁଅମାନଙ୍କ ଶିକ୍ଷାର ଉନ୍ନତି ପାଇଁ ୨୦୧୩-୧୪ ଶିକ୍ଷାବର୍ଷରେ ସୌରା ଉନ୍ନୟନ ସଂସ୍ଥା ପକ୍ଷରୁ ପଲ୍ଲାବନ୍ଧା ମୌଜାରେ ୯ ଏକରରୁ ଅଧିକ ଜମିରେ ଏହି ଏଜୁକେସନ କମ୍ପ୍ଲେକ୍ସ ନିର୍ମିତ ହୋଇଥିଲା। ପ୍ରଥମରୁ ଅଷ୍ଠମଶ୍ରେଣୀ ଛାତ୍ରଙ୍କ ଶିକ୍ଷାଦାନ ପାଇଁ ୨୫୦ ବର୍ଗ ଫୁଟରୁ ଅଧିକ ଜାଗାରେ ଦୁଇମହଲା କୋଠା ନିର୍ମାଣ ହୋଇଥିଲା। ବିଦ୍ୟାଳୟରେ ୮ଟି ଶ୍ରେଣୀକକ୍ଷ, ଦୁଇ ମହାଲା ବିଶିଷ୍ଟ ଛାତ୍ରାବାସ ଏବଂ ଶିକ୍ଷକଙ୍କ ପାଇଁ ରହିବା ପାଇଁ ଘର ଏବଂ ବିଦ୍ୟାଳୟ କାର୍ଯ୍ୟାଳୟ ଓ ରୋଷେଇ ଘର ସହ ବିଦ୍ୟାଳୟର ଚର୍ତୁଃପାର୍ଶ୍ବରେ ସୁରକ୍ଷା ପାଚେରି ଏବଂ ପ୍ରବେଶ ପ୍ରଥ ଏବଂ ଭୂତଳଜଳକୁ ବୋରଓ୍ବେଲ୍ ମାଧ୍ୟମରେ ପାଣିଟାଙ୍କି ମାଧ୍ୟମରେ ଗଚ୍ଛିତ ରଖିବା ବ୍ୟବସ୍ଥା କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ବିଦ୍ୟାଳୟ କାର୍ଯ୍ୟକ୍ଷମ ଆରମ୍ଭ ନହେବା ସୌରା ଉନ୍ନୟନ ସଂସ୍ଥାର ପାରିବାପଣିଆକୁ ପଦାରେ ପକାଇଛି।

ଚନ୍ଦ୍ରଗିରି ସୌରା ଉନ୍ନୟନ ସଂସ୍ଥା ଏନେଇ ତତ୍ପରତା ଦେଖାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଜନସାଧାରଣ। ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ ନୁହେଁ ବରଂ ଠିକାଦାରମାନଙ୍କୁ ପୋଷିବା ପାଇଁ ଆଦିବାସୀ ଶିକ୍ଷାର ଉନ୍ନତି ଆଳରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହି ବିଦ୍ୟାଳୟ ନିର୍ମାଣ କରାଯାଇଥିବା ଅଭିଯୋଗ ଉଠିଛି। ତେଣୁ ପ୍ରଶାସନ ତୁରନ୍ତ ଏହାକୁ କାର୍ଯ୍ୟମ କରିବାକୁ ଦାବି କରିଥିବା ବେଳେ ଏନେଇହୋଇଥିବା ଅବହେଳାର ତଦନ୍ତ ହେବା ଦରକାର ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe