ଭୀଷ୍ମ କୁମାର ଗଡ଼ନାୟକ
ଖମାର: ଅନୁଗୁଳଜିଲ୍ଲା କଣିଁହା ବ୍ଲକ୍ ରେଙ୍ଗାଳି ଗାଁ ନିକଟ ବ୍ରାହ୍ମଣୀ ନଦୀ ଉପରେ ଏକ ବହୁମୁଖୀ ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଥିଲା। ଏହି ପ୍ରକଳ୍ପ ଦ୍ବାରା ବହୁ ଗାଁ କ୍ଷତିଗ୍ରସ୍ତ ହେବାରୁ ବାସଚ୍ୟୁତମାନଙ୍କୁ ପାଳଲହଡ଼ା ବ୍ଲକ୍ ଖମାର ଅଞ୍ଚଳର ବଣଜଙ୍ଗଲ ଅଞ୍ଚଳରେ ଥଇଥାନ କରାଯାଇଥିଲା। ବାସଚ୍ୟୁତଙ୍କ ଜମିକୁ ଜଳସେଚନ ସୁବିଧା ନିମନ୍ତେ ବିରାଳମୁଣ୍ଡା ଗାଁ ନିକଟ ଚକଦରଠାରେ ସମାକୋଇ ନଦୀ ଉପରେ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯିବା ନେଇ ବହୁ ବର୍ଷ ପୂର୍ବେ ନିଷ୍ପତ୍ତି ହୋଇଥିଲା। ଏହାରି ମଧ୍ୟରେ ୫୩ ବର୍ଷ ବିତି ଯାଇଥିଲେ ହେଁ ପ୍ରକଳ୍ପ ବାସ୍ତବ ରୂପ ନେଇ ପାରିନାହିଁ। ପ୍ରତିଶ୍ରୁତି ଦେଇ ବାସଚ୍ୟୁତଙ୍କୁ ଠକିଦେଲେ ବୋଲି କୁହାଯାଉଛି। ବାସଚ୍ୟୁତ ଜମିଙ୍କୁ ପାଣି ଯୋଗାଇ ଦେବା ପାଇଁ ସମାକୋଇ ଜଳସେଚନ ପ୍ରକଳ୍ପ ଓ ଦେବଗଡ଼ ଜିଲ୍ଲା ଗୋହିରା ଜଳସେଚନ ପ୍ରକଳ୍ପ ନିର୍ମାଣ ନିମନ୍ତେ କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଭ କରିଥିଲା। ଇତିମଧ୍ୟରେ ଗୋହିରା ଜଳସେଚନ ପ୍ରକଳ୍ପ କାମ ଶେଷ ହୋଇଥିବାବେଳେ ସମାକୋଇ ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇ ପାରିନାହିଁ।
Sundargarh Signing: କୃତଜ୍ଞତା ଜ୍ଞାପନ କଲେ ଆଗକୁ ବଢ଼ିପାରିବା: ସୌମ୍ୟ ରଂଜନ
ରେଙ୍ଗାଳି ଡ୍ୟାମ୍ ଦ୍ବାରା ବିସ୍ଥାପିତ ଖମାର ଓ କଣିହାଁ ଅଞ୍ଚଳରେ ୨୪.୧୯୪ ହେକ୍ଟର ଜମିକୁ ପାଣି ଯୋଗାଇ ଦେବା ପାଇଁ ୧୯୭୮ ମସିହାରେ ମଞ୍ଜୁରି ଲାଭ କରିଥିଲା। ଉକ୍ତ ଯୋଜନା ଦ୍ବାରା ୧୬ଟି ଗାଁ କ୍ଷତିଗ୍ରସ୍ତ ହେବା ସହିତ ୧୯୦୦ ହେକ୍ଟର ଜଙ୍ଗଲ ଜମି, ୧୧୪୦ ହେକ୍ଟର ଚାଷ ଜମି ଓ ୭୩୦ ହେକ୍ଟର ସରକାରୀ ଜମି ଜଳମଗ୍ନ ହେବା ଆଶଙ୍କା ଥିବାରୁ ଉକ୍ତ ପ୍ରକଳ୍ପ ହୋଇ ପାରିନଥିଲା। ସମାକୋଇ ଜଳସେଚନ ପ୍ରକଳ୍ପର ପୁଣି ସର୍ଭେ କରାଯାଇ ୧୯୯୮ ମସିହାରେ କେନ୍ଦ୍ରୀୟ ଜଳ ଆୟୋଗଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥିଲା। ୨୦୦୮ ମସିହାରେ କେନ୍ଦ୍ରର ଅନୁମୋଦନ ଲାଭ କରିବା ସହ ପ୍ରକଳ୍ପ ନିର୍ମାଣ ପାଇଁ ୧୨୫.୩୮ କୋଟି ଟଙ୍କା ମଞ୍ଜୁରି ଲାଭ କରିଥିଲା। ଉକ୍ତ ବ୍ୟାରେଜ୍ ଦ୍ବାରା ପାଳଲହଡ଼ା ଓ କଣିଁହା ବ୍ଲକ୍ର ୯୨ଟି ଗ୍ରାମର ୯୯୯୦ ହେକ୍ଟର ଜମିକୁ ଜଳସେଚନ ହୋଇଥାନ୍ତା।
Trump Threat Cuba: କ୍ୟୁବାକୁ ଟ୍ରମ୍ପଙ୍କ ଧମକ: ବିଳମ୍ବ ନକରି ଚୁକ୍ତି କର
ଉକ୍ତ ପ୍ରକଳ୍ପ ଦ୍ବାରା କୌଣସି ଜନବସତି ଜଳମଗ୍ନ ହେବାର ନାହିଁ। ତଥାପି ବିରୋଧ କରାଯାଉଥିବାରୁ ପ୍ରକଳ୍ପ କାମ ଆରମ୍ଭ ହୋଇପାରୁ ନଥିବା ଜଣାପଡ଼ିଛି। ପାଳଲହଡ଼ାରୁ କେନ୍ଦୁଝର ଜିଲ୍ଲାକୁ ବିଶୁଦ୍ଧ ପାନୀୟ ଜଳଯୋଗାଣକୁ କେହି ବିରୋଧ କରୁ ନଥିବା ବେଳେ ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ କାହିଁକି ବୋଲି ବିସ୍ଥାପିତଙ୍କ ପକ୍ଷରୁ ପ୍ରଶ୍ନ ହେଉଛି। ସରକାର ଚାଷ ଓ ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଚକଦର ପ୍ରକଳ୍ପ ନିର୍ମାଣ କାମକୁ କେତେ ଦୂର ଆଗେଇ ନେଉଛନ୍ତି, ତାହା ଦେଖିବାର କଥା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/12/fshhffhxvbvb-2026-01-12-01-55-17.jpg)