Advertisment

79 years of independence: ସ୍ବାଧୀନତାର ୭୯ ବର୍ଷ ପରେ ବି ପିଇବା ପାଣି ସାତସପନ: ପ୍ରତିଶ୍ରୁତି ପାଲଟିଛି ପାଣିର ଗାର

Advertisment

ସ୍ବାଧୀନତାର ୭୯ ବର୍ଷ ବିତିଗଲାଣି। ଚାରିପଟେ ନଦୀ, ସମୁଦ୍ର ଘେରା ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର ଚିତ୍ର ବଦଳି ପାରୁନି। ଅନେକ ପଞ୍ଚାୟତ ରହିଛି ଯେଉଁଠି ପିଇବା ପାଣି ପାଇଁ ଲୋକଙ୍କୁ ନିଇତି ସଂଘର୍ଷ କରିବାକୁ ପଡ଼ୁଛି।

ସ୍ବାଧୀନତାର ୭୯ ବର୍ଷ ବିତିଗଲାଣି। ଚାରିପଟେ ନଦୀ, ସମୁଦ୍ର ଘେରା ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର ଚିତ୍ର ବଦଳି ପାରୁନି। ଅନେକ ପଞ୍ଚାୟତ ରହିଛି ଯେଉଁଠି ପିଇବା ପାଣି ପାଇଁ ଲୋକଙ୍କୁ ନିଇତି ସଂଘର୍ଷ କରିବାକୁ ପଡ଼ୁଛି।

fshhfsfhvxbbv

ଶୁଭକାନ୍ତ ପଢ଼ିହାରୀ

ଜଗତସିଂହପୁର: ସ୍ବାଧୀନତାର ୭୯ ବର୍ଷ ବିତିଗଲାଣି। ଚାରିପଟେ ନଦୀ, ସମୁଦ୍ର ଘେରା ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର ଚିତ୍ର ବଦଳି ପାରୁନି। ଅନେକ ପଞ୍ଚାୟତ ରହିଛି ଯେଉଁଠି ପିଇବା ପାଣି ପାଇଁ ଲୋକଙ୍କୁ ନିଇତି ସଂଘର୍ଷ କରିବାକୁ ପଡ଼ୁଛି। ଖରା ଦିନେ ସମସ୍ୟା ଆହୁରି ସାଂଘାତିକ ହୋଇଯାଉଛି। ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଅଜାଡ଼ି ଦେଉଛନ୍ତି ଜନପ୍ରତିନିଧି, ପ୍ରଶାସକ। କିନ୍ତୁ ପିଇବା ପାଣି ଏବେ ବି ସାତସପନ ପାଲଟିଛି। ସରକାରଙ୍କ ସ୍ବଚ୍ଛ ପିଇବା ପାଣି ଯୋଜନା ବିଫଳ ହୋଇଛି। ୧୯୯୯ ମହାବାତ୍ୟାର ୨୬ ବର୍ଷ ପରେ ବି ମୌଳିକ ସମସ୍ୟା ସହ ଯୁଝୁଛନ୍ତି ଅଞ୍ଚଳବାସୀ।

ନଳକୂଅ ପାଣି ପାଇଁ ଯିବାକୁ ପଡ଼ୁଛି ମାଇଲ୍‌ ମାଇଲ୍‌ ବାଟ
ପ୍ରତିଶ୍ରୁତି ପାଲଟିଛି ପାଣିର ଗାର

ଏରସମାର ଗଡ଼ବିଶନପୁର ପଞ୍ଚାୟତର ନଳଭେଡ଼ି ଗାଁ। ବସୁଧା ପାଣି ପାଇପ୍ ଘର ପାଖକୁ ଯାଇଛି, କିନ୍ତୁ ପାଣି ଆସୁନି। ସ୍କୁଲ ହତା ଭିତରେ ଥିବା ନଳକୂଅ ଉପରେ ୫୦ରୁ ଅଧିକ ପରିବାର ନିର୍ଭରଶୀଳ। ସେହି ନଳକୂଅରୁ ପିଇବା ପାଣି ନେବା ପାଇଁ ମହିଳା, ଯୁବତୀଙ୍କୁ ମାଇଲ୍‌ ମାଇଲ୍‌ ବାଟ ଯିବାକୁ ପଡ଼େ। ସେହିପରି ଶିଆଳି ଗାଁରେ ଗୋଟିଏ ନଳକୂଅ ଉପରେ ୫୦୦ରୁ ଅଧିକ ଲୋକ ନିର୍ଭର କରି ଚଳନ୍ତି। ଦ୍ବିତୀୟ ନଳକୂଅ ନିର୍ମାଣ ହୋଇପାରୁନି। ସେହିପରି ଦହିବର ଗାଁ ଲୋକ ଅନ୍ୟ ଗାଁରୁ ପାଣି ଆଣନ୍ତି ନଚେତ୍ ଅସୁରକ୍ଷିତ ଭାବେ ନଦୀପାର ହୋଇ ଆମ୍ବିକି ଯିବାକୁ ପଡ଼େ। 

GDP: ସହରୀକରଣ ରାଜ୍ଯ ଜିଡିପିର ଏକ ତୃତୀୟାଂଶ ଅଭିବୃଦ୍ଧି କରିବ: ଉଷା ପାଢୀ

ବିଶୁଦ୍ଧ ପିଇବା ପାଣି ଲୋକଙ୍କ ପାଇଁ ସାତସପନ ପାଲଟିଛି। କେଉଁ ଗାଁରେ ଗୋଟିଏ ନଳକୂଅ ତ ଆଉ କେଉଁଠି ମାତ୍ର ଦୁଇଟି ନଳକୂଅ ଉପରେ ନିର୍ଭର କରିବାକୁ ପଡ଼ୁଛି। ଜପା, ଦହିବର ଭଳି ଅଞ୍ଚଳରେ ହଂସୁଆ ନଦୀରୁ ମଧ୍ୟ କେତେକ ଲୋକ ପାଣି ନେଇ ବ୍ୟବହାର କରୁଛନ୍ତି। ଇଏ କେବଳ ଦୁଇଟି ଅଞ୍ଚଳର ଚିତ୍ର। ଏମିତି ବର୍ତ୍ତୋଳ, କାଙ୍କଣ, ନଳଭେଡ଼ି, ଜପା, ଦହିବର ଭଳି ଅନେକ ଜାଗା ରହିଛି ଯେଉଁଠି ପ୍ରଶାସନର ପାଦ ପଡ଼ିନି କି ଚିତ୍ର ମଧ୍ୟ ବଦଳୁନି। ନଦୀ, ସମୁଦ୍ର ଘେରା ଅଞ୍ଚଳ ହୋଇ ପିଇବା ପାଣିର ଅଭାବ ପୂରଣ ହୋଇପାରୁନି। ସରକାରଙ୍କ ଯୋଜନା ଏଠି ବାଟବଣା ହୋଇଯାଇଛି। ବୃହତ୍‌ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ସରୁ ନାହିଁ କି ପାଣି ପହଞ୍ଚି ପାରୁନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe