ବଡ଼ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗିଥିଲା ଦେବୀ ସୁଭଦ୍ରାଙ୍କ ପଟା

Advertisment

ବଡ଼ଠାକୁରଙ୍କ ପଟା ଭାଙ୍ଗିବା ଜାଣିବା ପରେ ବି ତିଆରିଲେନି

ବଡ଼ଠାକୁରଙ୍କ ପଟା ଭାଙ୍ଗିବା ଜାଣିବା ପରେ ବି ତିଆରିଲେନି

ରଥଯାତ୍ରା ପ୍ରଥମ ସମନ୍ବୟ ବୈଠକ: ରଥଯାତ୍ରା ପ୍ରସ୍ତୁତି ନେଇ ଚିନ୍ତା ପ୍ରକଟ କ‌ଲେ ସେବାୟତ

ପୁରୀ: ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଶ୍ରୀଅଙ୍ଗର ପିଠିପଟେ ଦେବୀ ସୁଭ୍ରଦାଙ୍କ ପଟା ଲାଗିଥିଲା। ବଡ଼ଠାକୁରଙ୍କ ପଟା ଭାଙ୍ଗିଯାଇଥିଲା। ଏହା ଜାଣିବା ପରେ ବି ନୂଆ ପଟା ତିଆରି ହୋଇନଥିଲା। ଯେଉଁଥିପାଇଁ ପାଟଡୋରି ଖସିଗଲା ଓ ବଡ଼ଠାକୁରେ ଚାରମାଳ ଉପରେ ପଡ଼ିଗଲେ ବୋଲି କହିଛନ୍ତି ବଡ଼ଠାକୁରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର।
ଶ୍ରୀ ଦାସମହାପାତ୍ର କହିଛନ୍ତି, ବଡ଼ଠାକୁରଙ୍କ ପଟା ଆକାର ଓ ଦେବୀ ସୁଭଦ୍ରାଙ୍କ ପଟା ଆକାର ସଂପୂର୍ଣ୍ଣ ଭିନ୍ନ। ଦେବୀ ସୁଭଦ୍ରାଙ୍କ ପହଣ୍ଡି ବେଳେ ପାଟଡୋରି ଲାଗେନି। ସେବକଙ୍କ ହାତରେ ପହଣ୍ଡି ହୋଇ ଯାଇଥାନ୍ତି। ଏଣୁ ତାଙ୍କ ପିଠି ପାଖରେ ଲାଗିଥିବା ପଟା ଗୋଜିଆ ଆକାର। ଗୋଟିଏ ପାର୍ଶ୍ବ ତିନିକୋଣିଆ ହୋଇ ରହିଥାଏ। କିନ୍ତୁ ବଡ଼ଠାକୁର ଶ୍ରୀବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପଟା ଆକାର ଭିନ୍ନ। ଏହି ପଟାରେ ପାଟଡୋରି ବାନ୍ଧି ହୋଇ ରହିବା ଓ ନ ଖସିବା ପାଇଁ ଗଣ୍ଠି ଭଳିଆ ରହିଥାଏ।

ଏହି ପଟାର ଶୀର୍ଷ ଭାଗ ଅର୍ଥାତ୍‌ ଠାକୁରଙ୍କ ମସ୍ତକ ଠିକ୍‌ ପଛପାର୍ଶ୍ବରେ ଗୋଜିଆ ଥିଲେ ବି ତିନି କୋଣିଆ ନୁହେଁ। ପଦ୍ମକଢ଼ି ଭଳି। ପାଟଡୋରି ନ ଖସିବା ପାଇଁ ପଟାରେ ଏହି ପଦ୍ମକଢ଼ି ସଦୃଶ ସ୍ଥାନର ତଳ ଭାଗରେ ପଟାର ଦୁଇପାର୍ଶ୍ବ କାଟି ସରୁଆ କରାଯାଇଥାଏ। ପଟାର ତଳପାର୍ଶ୍ବ ଓସାରିଆ ହୋଇଥିବାବେଳେ ଉପରିଭାଗ ପଦ୍ମକଢ଼ି ତଳ ଏହାଠାରୁ କମ ଓସାର ବିଶିଷ୍ଟ। ଏଣୁ ପାଟଡୋରି ଏହିଠାରେ ଲାଗି ରହିଥାଏ। କିନ୍ତୁ ଜୋର ଜବରଦସ୍ତ ଦେବୀ ସୁଭଦ୍ରାଙ୍କ ପଟା ଲଗାଗଲା। ଯେଉଁଥିପାଇଁ ପାଟଡୋରି ଖସିଗଲା। ଆଉ ରଥ ଉପରେ ସେବା ନ ଥିବା ସେବକ ଶତାଧିକ ଚଢ଼ିଥିଲେ। କେହି କାହାରି କଥା ଶୁଣିବାକୁ ପ୍ରସ୍ତୁତ ନ ଥିଲେ। ପାଟଡୋରି ଯିଏ ପାଇଲା, ସିଏ ଭିଡ଼ିଲା। ପାଟେଡୋରି ଉପରେ କାହାରି ନିୟନ୍ତ୍ରଣ ରହିଲାନି। ଏଣୁ ଧୀରେ ଧୀରେ ପାଟଡୋରି ଖସିଗଲା। ଆଉ ବଡ଼ଠାକୁରଙ୍କ ସହ ଏତେ ବଡ଼ ଅଘଟଣ ଘଟିଗଲା। ଶ୍ରୀ ଦାସମହାପାତ୍ର କହିଛନ୍ତି, ପ୍ରତି ନବକଳେବରରେ ଏହି ପଟା ପ୍ରସ୍ତୁତ ହୋଇଥାଏ। ପଟା ଭାଙ୍ଗି ଯାଇଥିବା କଥା ଅଣସର ପୂର୍ବରୁ ସମସ୍ତେ ଜାଣିଥିଲେ। ଚାହିଥିଲେ ନୂଆ ପଟା ତିଆରି ହୋଇ ପାରିଥାନ୍ତା। କିନ୍ତୁ ସେପରି କରାଗଲାନି। ପ୍ରଶାସନ ଏହାକୁ ହେୟଜ୍ଞାନ କଲା ବୋଲି କ୍ଷୋଭର ସହ କହିଛନ୍ତି ଶ୍ରୀ ଦାସମହାପାତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe