ପୂର୍ବତନ ମନ୍ତ୍ରୀ ହୋଇ ବି ଜଣେ ସାଧାରଣ ନାଗରିକ ଭଳି ମୋ ଅଫିସ୍‌ ବାହାରେ ଅପେକ୍ଷା କରିଥିଲେ

Advertisment
ଆସନ୍ତା ୧୦ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି, ଏସବୁ କାର୍ଯ୍ୟକ୍ରମରେ ଯୋଗ ଦେବେ ଦ୍ରୌପଦୀ ମୁର୍ମୁ

todaynewsnetwork.in

ଭୁବନେଶ୍ବର : ଦିନେ କ୍ଷେତ୍ର ପରିଦର୍ଶନ କରି ସଂଧ୍ୟାରେ ଅଫିସ୍‌ ଫେରିଲା ବେଳକୁ ମୋ ଚାମ୍ବର ବାହାରେ ଜଣେ ଭଦ୍ର ମହିଳା ଅପେକ୍ଷା କରିଥାଆନ୍ତି। ମୁଁ ତାଙ୍କୁ ଅପେକ୍ଷାର କାରଣ ପଚାରିବାରୁ ସେ କହିଲେ, ଭୁବନେଶ୍ବରରେ ଥିବା ତାଙ୍କର ଏକ ଜମି ବିକିବା ପାଇଁ ଆବେଦନ କରିଥିଲେ ହେଁ ତାଙ୍କୁ ଅନୁମତି ମିଳି ନାହିଁ। କେସ୍‌ ରେକର୍ଡ ଯାଞ୍ଚ କରିବାକୁ ଜଣାପଡିଲା ଯେ ଏହି ଜମି ବିକିବା ପାଇଁ ତାଙ୍କୁ ପୂର୍ବରୁ ୩ ଥର ଅନୁମତି ମିଳିଛି। କାହିଁକି ସେ ସମୟରେ ଜମି ବିକିନଥିଲେ ବୋଲି ପଚାରିବାରୁ ସେ କହିଥିଲେ ଯେ ପ୍ରଥମ ଅନୁମତି ମିଳିବା ବେଳକୁ ତାଙ୍କ ପୁଅର ଦେହାନ୍ତ ହୋଇଗଲା। ଦ୍ବିତୀୟ ଓ ତୃତୀୟ ଅନୁମତି ବେଳକୁ ସ୍ବାମୀ ଓ ଅନ୍ୟ ଏକ ପୁଅର ଦେହାନ୍ତ ହୋଇଯାଇଥିଲା।

ଋଣ ଶୁଝିବା ପାଇଁ ସେ ତାଙ୍କର ଏହି ଜମି ବିକିବାକୁ ଚାହୁଥିଲେ। ତା’ ପରଦିନ ତାଙ୍କୁ ଚତୁର୍ଥଥର ପାଇଁ ଅନୁମତି ମିଳିଗଲା। ସେ ଭଦ୍ର ମହିଳାଜଣଙ୍କ ହେଉଛନ୍ତି ରାଷ୍ଟ୍ରପତି ପଦ ପାଇଁ ଲଢ଼ୁଥିବା ଏନ୍‌ଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ପୂର୍ବତନ ମନ୍ତ୍ରୀ ହୋଇ ମଧ୍ୟ ତାଙ୍କ ବ୍ୟକ୍ତିଗତ କାମ ପାଇଁ ଜଣେ ସାଧାରଣ ନାଗରିକ ଭଳି ମୋ ଅଫିସ୍‌କୁ ଆସିବା ଓ ବିନମ୍ରତାର ସହ ନିବେଦନ କରିବା ମୋତେ ଅଭିଭୂତ କରିଥିଲା ବୋଲି କହିଛନ୍ତି ସ୍ଥାନୀୟ କଳିଙ୍ଗ ବିହାରରେ ରହୁଥିବା ପୂର୍ବତନ ଭୁବନେଶ୍ବର ଉପଜିଲ୍ଲାପାଳ ଶିଶିରକାନ୍ତ ପଣ୍ଡା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe