୧୨୯ ବର୍ଷରେ ବି ଯୁବସୁଲଭ ସ୍ବାମୀ ଶିବାନନ୍ଦ: ଚାଲିଚାଲି ଜପ କରନ୍ତି, ୧ ଘଣ୍ଟା ଯୋଗାସନ

ବାର୍ଦ୍ଧକ୍ୟ ତାଙ୍କୁ ଛୁଇଁ ପାରିନାହିଁ। ୧୨୯ଟି ବସନ୍ତକୁ ପାର୍‌ କରିଛନ୍ତି, କିନ୍ତୁ ଯୁବ ସୁଲଭ ମନ ଏଯାଏ ଫିକା ପଡ଼ିନାହିଁ। ଏ ବୟସରେ ବି ସେ ଡଗଡଗ ହୋଇ ଚାଲୁଛନ୍ତି। ହସହସ ଚେହେରାକୁ ମୁହଁରେ ଅଳଙ୍କାର କରି ପିନ୍ଧିଛନ୍ତି।

fhffhfh

ପୁରୀ: ବାର୍ଦ୍ଧକ୍ୟ ତାଙ୍କୁ ଛୁଇଁ ପାରିନାହିଁ। ୧୨୯ଟି ବସନ୍ତକୁ ପାର୍‌ କରିଛନ୍ତି, କିନ୍ତୁ ଯୁବ ସୁଲଭ ମନ ଏଯାଏ ଫିକା ପଡ଼ିନାହିଁ। ଏ ବୟସରେ ବି ସେ ଡଗଡଗ ହୋଇ ଚାଲୁଛନ୍ତି। ହସହସ ଚେହେରାକୁ ମୁହଁରେ ଅଳଙ୍କାର କରି ପିନ୍ଧିଛନ୍ତି। ଶୀର୍ଷାସନ କରି ଶରୀରର ଦମ୍ଭ ଦେଖାଉଛନ୍ତି। ପରିଣତ ବୟସରେ ଚମକୁଥିବା ଏହି ପ୍ରେରଣାଦାୟୀ ସନ୍ଥ ହେଉଛନ୍ତି ସ୍ବାମୀ ଶିବାନନ୍ଦ। ପଦ୍ମ ଉପାଧିପ୍ରାପ୍ତ ଏହି ସନ୍ଥ କୁଷ୍ଠ ରୋଗୀଙ୍କୁ ସହାୟତାର ହାତ ବଢ଼ାଇବାକୁ ଆସିଥିବା ବେଳେ ତାଙ୍କ ଦୀର୍ଘ ଜୀବନର ରହସ୍ୟ ଜାଣିବାକୁ ଉଦ୍ୟମ କରାଯାଇଥିଲା।    

ସ୍ବାମୀ ଶିବାନନ୍ଦ ଅବିଭକ୍ତ ବାଂଲାଦେଶର ସିଲହଟରେ ୧୮୯୬ ମସିହା ଅଗଷ୍ଟ୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଶିବାନନ୍ଦଙ୍କ ବାପା ଶ୍ରୀନାଥ ଗୋସ୍ବାମୀ ଭିକ୍ଷାବୃତ୍ତି କରି ଘର ଚଳାଉଥିଲେ। ଶିବାନନ୍ଦଙ୍କୁ ୪ ବର୍ଷ ହୋଇଥିବା ବେଳେ ବାପା ତାଙ୍କୁ ନେଇ ନଦିଆ ନବଦୀପ ଆଶ୍ରମରେ ଛାଡ଼ିଥିଲେ। ଏହି ସମୟରେ ଭଉଣୀ ଆରତି ଖାଦ୍ୟ ଅଭାବରୁ ଆରପାରିକୁ ଚାଲିଗଲେ। ୬ ବର୍ଷ ହୋଇଥିବା ବେଳେ ବାପା ଶ୍ରୀନାଥ ଓ ମା’ ଭଗବତୀ ଦେବୀଙ୍କର ଦେହାନ୍ତ ହୋଇଗଲା। ୬ ବର୍ଷ ବୟସରେ ତାଙ୍କୁ ଯେବେ ବାପା ମା’ଙ୍କ ମୁହଁରେ ନିଆଁ ଦେବାକୁ କୁହାଗଲା, ସେ କହିଥିଲେ- ମୋତେ ଜନ୍ମ ଦେଇଥିବା ବ୍ୟକ୍ତିଙ୍କ ମୁହଁରେ ନିଆଁ ଦେବିନାହିଁ। ବରଂ ପାଦରେ ନିଆଁ ଦେବି। ସେଇୟା ହିଁ ହେଲା। ସେବେଠୁ‌ ସେ ଆଶ୍ରମରେ ଜୀବନ ନିର୍ବାହ କଲେ। ତାଙ୍କର ଉକ୍ତି ଥିଲା, ଏ ବିଶ୍ବ ମୋ ଘର; ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ମୋ ପରିବାର। 

ଚାଲିଚାଲି ଜପ କରନ୍ତି, ୧ ଘଣ୍ଟା ଯୋଗାସନ
ଏଯାଏ ରୋଗ ଖୋଜି ପାରିନାହାନ୍ତି ସ୍ବାସ୍ଥ୍ୟ ବି‌ଶେଷଜ୍ଞ

ସ୍ବାମୀ ଶିବାନନ୍ଦଙ୍କ ସମ୍ପର୍କରେ ବିବିସି, ହିଷ୍ଟ୍ରି ଚ୍ୟାନେଲ୍‌ ଭଳି ଅନ୍ତର୍ଜାତୀୟ ଗଣମାଧ୍ୟମ ମଧ୍ୟ ପ୍ରେରଣାଦାୟୀ କଥା ପ୍ରସ୍ତୁତ କରିଛନ୍ତି। କିଛି ଘରୋଇ ହସ୍ପିଟାଲ ବାରମ୍ବାର ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି, କିନ୍ତୁ ଏଯାଏ ତାଙ୍କଠାରେ ରୋଗ ଖୋଜି ପାରିନାହାନ୍ତି। ଦୀର୍ଘ ଜୀବନର ରହସ୍ୟକୁ ସେ ଗୋଟିଏ ବାକ୍ୟରେ ବ୍ୟକ୍ତ କରି କହିଥିଲେ, ‘ନୋ ଡିଜାୟାର୍‌, ନୋ ଡିଜିଜ୍‌’। ରାତି ୩ଟାରୁ ଆରମ୍ଭ ହୁଏ ଦିନଚର୍ଯ୍ୟା। ବ୍ରହ୍ମଚର୍ଯ୍ୟ ପାଳନ, ପ୍ରତିଦିନ ଚାଲିଚାଲି ଜପ କରିବା, ୧ ଘଣ୍ଟା ଯୋଗ ପ୍ରାଣାୟମ କରିବା ନିତ୍ୟ ଅଭ୍ୟାସ। ପ୍ରତିଦିନ ସେ ଦୁଇଟି ରୁଟି, କିଛି ସିଝା ପରିବା କିମ୍ବା ସନ୍ତୁଳା ଖାଆନ୍ତି। ସନ୍ଧ୍ୟାରେ ଅଳ୍ପ କିଛି ମୁଢ଼ି ଖାଇ ରାତି ସାଢ଼େ ୮ଟାରୁ ୯ଟା ମଧ୍ୟରେ ଶୋଇଯାଆନ୍ତି। ଧଳା ଖାଦ୍ୟ ଯଥା ଚିନି, ଲୁଣ, କ୍ଷୀର, ମଇଦାଠାରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରୁହନ୍ତି। ବନାରସରେ ୧ ବଖରା ଘରେ ଜୀବନ ବିତାନ୍ତି। କିଛି ବର୍ଷ ତଳେ କୋଲକାତାର ଉଡ୍‌ଲାଣ୍ଡ ହସ୍ପିଟାଲ ତାଙ୍କ ଶରୀରର ବିଭିନ୍ନ ଅଙ୍ଗ ପରୀକ୍ଷା କରିବା ପରେ ସଭିଁଏ ଚମତ୍କୃତ ହୋଇଥିଲେ। ମସ୍ତିଷ୍କ ଓ ହୃଦୟ ଯୁବକଙ୍କ ଭଳି ରହିଥିବା ବେଳେ ବିନା ଚଷମାରେ ସେ ଖବରକାଗଜ ଓ ବହି ପଢ଼ିପାରୁଛନ୍ତି। ଏବେ ଲୋକେ ବଞ୍ଚିବା ପାଇଁ ଔଷଧକୁ ସାହାରା କରିଥିବା ବେଳେ ସ୍ବାମୀ ଶିବାନନ୍ଦ ଜୀବନକୁ ହାତ ମୁଠାରେ ଆୟତ୍ତ କରି ବଞ୍ଚିବାର କଳା ଶିଖାଇଛନ୍ତି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe