ବିଦ୍ୟୁତ୍‌ ବିଭାଗର ଚରମ ଅବହେଳା: ବିଲ୍‌ ପୈଠ ପରେ ମଧ୍ୟ ଲଗାଯାଉନି ନୂତନ ଟ୍ରାନ୍‌ସଫର୍ମର

Advertisment

ଦୁଇ ମାସ ହେଲା ଶରଧାପୁର ପାନୀୟ ଜଳ ପ୍ରକଳ୍ପ ଠପ୍‌

ଦୁଇ ମାସ ହେଲା ଶରଧାପୁର ପାନୀୟ ଜଳ ପ୍ରକଳ୍ପ ଠପ୍‌

ବିଦ୍ୟୁତ୍‌ ବିଭାଗର ଚରମ ଅବହେଳା: ବିଲ୍‌ ପୈଠ ପରେ ମଧ୍ୟ ଲଗାଯାଉନି ନୂତନ ଟ୍ରାନ୍‌ସଫର୍ମର

ଚନ୍ଦାହାଣ୍ଡି: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଇ ଦେବାକୁ ଗୁରୁତ୍ୱ ଏକାଧିକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଯୋଜନା ନାଁରେ ବଡ଼ ବଡ଼ ହୋଡିଂ ସବୁ ଲଗାଇଛନ୍ତି। ପାନୀୟ ଜଳ ସମସ୍ୟା ଦୂର କରିବାକୁ ଜଳ ଧାରା ସଜଳ ଧାରା କେତେ କ’ଣ ଯୋଜନା ହାତକୁ ନେଇଛନ୍ତି । ହେଲେ ସବୁ ଯୋଜନା ଯେ କିଛି ତଳିଆ କର୍ମଚାରୀ ଓ ବିଦ୍ୟୁତ ବିଭାଗର ଚରମ ଅବହେଳା ହେତୁ ଆଜକୁ ପାନୀୟ ଜଳ ଭଳି ଉତ୍କଟ ସମସ୍ୟା ଦେଖାଇ ଦେଉଛି ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ଶରଧାପୁର ଗ୍ରାମରେ।

ପାଣି ପାଇ ସାଧାରଣ ଜନତା ଡହଳ ବିକଳ ହୋଇ ପ୍ରାୟ ଦୁଇ କିମି ଦୂରକୁ ଯାଉଥିବା ଦେଖିବାକୁ ମିଳିଛି। ପାନୀୟ ଜଳ ପ୍ରକଳ୍ପର ମେସିନ୍‌ ଦୀର୍ଘ ଦୁଇ ମାସରୁ ଊର୍ଦ୍ଧ୍ଵ ହେବ ପାଇପ୍‌ ପାନୀୟ ଜଳ ପ୍ରକଳ୍ପ ଠପ୍‌ ହୋଇ ପଡିଛି। ପଞ୍ଚାୟତ କର୍ତ୍ତୃପକ୍ଷ ବକେୟା ବିଲ୍‌ ସମ୍ପୂର୍ଣ୍ଣ ପୈଠ କରିଥିଲେ ସୁଦ୍ଧା ବିଦ୍ୟୁତ ବିଭାଗ ନୂତନ ଟ୍ରାନ୍‌ସଫର୍ମର ଲଗୋଉନଥିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି।

ସୂଚନାରୁ ପ୍ରକାଶ ଶରଧାପୁର ପାନୀୟ ଜଳ ପ୍ରକଳ୍ପର ବିଦ୍ୟୁତ ବିଲ୍‌ ବକେୟା ଥିବା ନେଇ ବିଭାଗ ତରଫରୁ ୧୮,୧୨୨ ଟଙ୍କା ବିଲ୍‌ ପୈଠ ପାଇଁ ଚିଠି କରାଯାଇଥିଲା । ଶରଧାପୁର ପଞ୍ଚାୟତ ତରଫରୁ ଚିଠି ନମ୍ବର ୧୭/୨୧ ତା ୨୬.୮.୨୦୨୧ ରିଖ ଦିନ ଟିପିଏସଓଡିଏଲ ଆକାଉଣ୍ଟ ନମ୍ବର ୩୫୬୪୮୮୫୫୫୨୧ରେ ୧୮,୧୨୨ ଟଙ୍କା ଶରଧାପୁର ଭାରପ୍ରାପ୍ତ ସରପଞ୍ଚ ଲେବନୀ ମାଝୀଙ୍କ ଦ୍ଵାରା ପୈଠ କରାଯାଇଛି ।

ଏଠାରେ ପ୍ରକଳ୍ପ ସଚଳ ଥାଇ ମଧ୍ୟ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ୫ ଶହରୁ ଊର୍ଦ୍ଧ୍ଵ ପରିବାର ପାଇପ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଗ୍ରାମବାସୀଙ୍କୁ ରାତି ପାହିଲେ ପାଣି ଚିନ୍ତା ଘାରିଛି। ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ବିଡିଓ, ବିଭାଗୀୟ ଯନ୍ତ୍ରୀ ଓ ପଞ୍ଚାୟତ ଅଧିକାରୀଙ୍କୁ ଅବଗତ କରାଗଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି। ତେଣୁ ଲୋକେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଶୁଣିବାକୁ ମିଳୁଛ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe