ରୁପ୍ରା : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଭୀମକେଲା ପଞ୍ଚାୟତ ଅଧୀନ ପଲସାପଡ଼ା ଗ୍ରାମରେ ଅଭାବନୀୟ ଘଟଣା ଦେଖାଦେଇଛି। କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ବୁଧବାର ରାତିରେ ମା' ବୀଣାପାଣି ଯୁବଶକ୍ତି ଅନୁଷ୍ଠାନ ଆନୁକୂଲ୍ୟରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ମାଣ୍ଡେଲ ଗ୍ରାମର ଚକ୍ରଧର ମୁଣ୍ଡାଙ୍କ ପୁଅ ହିରଣ୍ୟ ମୁଣ୍ଡା ଲୁହାର୍ (୧୭) ଅଂଶଗ୍ରହଣ କରି ନୃତ୍ୟ କରୁଥିବା ଅବସ୍ଥାରେ ହଠାତ୍ ପଡ଼ି ଯାଇଥିଲେ। ତୁରନ୍ତ ତାଙ୍କୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥଇବା ବେଳେ ସେଠାରେ ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡା. ସନତ କୁମାର ଶତପଥୀ ସ୍ୱାସ୍ଥ୍ୟ ପରୀକ୍ଷା କରି ହିରଣ୍ୟଙ୍କୁ ମୃତ ଘୋଷଣା କରିଥିଲେ।
ଏମିତି ବି ମୃତ୍ୟୁ ଆସେ... ନାଚୁଥିବା ସମୟରେ ଟଳିପଡ଼ିଲେ ବାଳକ
Advertisment
Follow Us