Advertisment

ବନ୍ୟା ଓ ବାତ୍ୟାଠୁ ବି ଭୟଙ୍କର ସାପ କାମୁଡ଼ା: ୫ ବର୍ଷରେ ଯାଇଛି ୧୬୭ ଜୀବନ

Advertisment

ପାଣିରେ ବୁଡ଼ି ମରିଛନ୍ତି ୨୦୪

ପାଣିରେ ବୁଡ଼ି ମରିଛନ୍ତି ୨୦୪

ବିଏସ୍‌ଏଫ୍ ଯବାନଙ୍କୁ କାମୁଡ଼ିଲା ସାପ, ଡାକ୍ତରଖାନାରେ ଭର୍ତ୍ତି

iStock

ଅନୁଗୁଳ: ବନ୍ୟା, ବାତ୍ୟା, ବଜ୍ରପାତ, ଅଂଶୁଘାତ ବିପଦଠୁ ବି ସର୍ପ ଦଂଶନ ବଳିଯାଇଛି। ଅନୁଗୁଳ ଜିଲ୍ଲାରେ ଏହି ସବୁ ପ୍ରାକୃତିକ ବିପର୍ଯ୍ୟୟ ତୁଳନାରେ ସାପ ଢେର୍‌ ଅଧିକ ଲୋକଙ୍କ ଜୀବନ ନେଇଛି। ଗଲା ୫ବର୍ଷର ସର୍ପାଘାତରେ ଜିଲ୍ଲାରେ ୧୬୭ଲୋକଙ୍କ ଜୀବନ ଯାଇଛି। ସରକାରୀ ରିପୋର୍ଟ ଯଦିଓ ଏତିକି ସର୍ପାଘାତ ମାମଲା ବୋଲି ଦର୍ଶାଉଛି, କିନ୍ତୁ ବାସ୍ତବତା ଏହାଠାରୁ ଢେର୍‌ ଅଧିକ। ଜନସଚେତନତା ଅଭାବ ପାଇଁ ସାପ କାମୁଡ଼ା ଉପରୋକ୍ତ ଭୟଙ୍କର ପ୍ରାକୃତିକ ବିପଦକୁ ବି ଟପିଯାଇଛି। ଚଳିତବର୍ଷ ଗଲା ଜାନୁଆରି ମାସରୁ ଏଯାବତ୍‌ ମାତ୍ର ୮ଜଣ ସାପ କାମୁଡ଼ାରେ ମରିଥିବା ବେଳେ ୨୦୨୦ରେ ୫୭, ୨୦୨୧ରେ ୫୩ , ୨୦୨୨ରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି ା ଏହା ସରକାରୀ ତଥ୍ୟ ହୋଇଥିବା ବେଳେ ବାସ୍ତବ ସଂଖ୍ୟା ଢ଼େର ଅଧିକ ହେବ ା ହାତୀଭଳି ବିରାଟକାୟ ପ୍ରାଣୀ ବି ଏତିକି ଜୀବନ ନେଇ ନଥିବ, ଯେତିକି ଛୋଟିଆ ବିଷାକ୍ତ ସାପ ନିଜର ଉଗ୍ରରୂପ ଦେଖାଇଛି।

ସାପଠୁ ବି ଆହୁରି ବଡ଼ ବିପଦ ହୋଇଛି ପାଣିରେ ବୁଡ଼ି ମୃତ୍ୟୁ। ସ୍ବାଭାବିକ ହେଉ ଅଥବା ପାଣିରେ ଆତ୍ମହତ୍ୟା ଭଳି ଘଟଣା ଅନୁଗୁଳ ଜିଲ୍ଲାରେ ବଢ଼ିଛି। ୨୦୧୯ ମସିହାରେ ମାତ୍ର ୧୭ଜଣ ଲୋକ ପାଣିରେ ବୁଡ଼ି ମରିଥିଲେ। ତା ପରବର୍ଷ ଅର୍ଥାତ୍‌ ୨୦୨୦ରେ ତାହା ପାଖାପାଖି ପ୍ରାୟ ଚାରିଗୁଣ ହୋଇଥିଲା। ମୋଟ୍ ୬୩ଜଣ ଲୋକ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ। ୨୦୨୧ ମସିହାରେ ୫୭ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୨ରେ ୫୪ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଚଳିତବର୍ଷ ୧୩ ଜଣ ଏ ଘଟଣାରେ ମୃତ୍ୟୁବରଣ କରିଥିବା ରିପୋର୍ଟ ସ୍ପଷ୍ଟ କରୁଛି। ସେହିପରି ବଜ୍ରପାତରେ ଗଲା ପାଞ୍ଚବର୍ଷ ମଧ୍ୟରେ ମୋଟ୍‌ ୪୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅଗ୍ନିକାଣ୍ଡରେ ୧୩ଜଣ ଏବଂ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୬ବୋଲି ଜଣାପଡ଼ିଛି। ବନ୍ୟା ଓ ବାତ୍ୟା ସମୟରେ ପୂରା ପ୍ରଶାସନିକ କଳ ଯେମିତି ତତ୍ପରତା ପ୍ରଦର୍ଶନ କରି ‘ଜିରୋ କାଜୁଆଲିଟି ଲକ୍ଷ୍ୟକୁ ହାସଲ କରୁଛନ୍ତି, ସାପ ଅଣ୍ଡା ଦେବା ସମୟରେ ଅଥବା ବର୍ଷା ସମୟରେ ଜିଲ୍ଲା ପ୍ରଶାସନ ସେତିକି ଟିକିଏ ସଚେତନତା ଦେଖାନ୍ତା, ବହୁ ଜୀବନ ବଞ୍ଚିଯାନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe